ଓଡିଶା

odisha

ବାଇକ-ପିକଅପ ଭ୍ୟାନ ମଧ୍ୟରେ ଦୁର୍ଘଟଣା, ସ୍ଥାନୀୟ ଲୋକଙ୍କ ଉତ୍ତେଜନା

By

Published : Nov 2, 2022, 12:55 PM IST

ବାରିପଦା ଟାଉନ ଥାନା ମୁର୍ଗାବାଡ଼ି ସ୍ଥିତ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା। ଅଧିକ ପଢ଼ନ୍ତୁ

road accident between bike and pickup van in mayurbhanj
ବାଇକ-ପିକଅପ ଭ୍ୟାନ ମଧ୍ୟରେ ଦୁର୍ଘଟଣା, ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ବାରିପଦା:ଟାଉନ ଥାନା ଅନ୍ତର୍ଗତ ମୁର୍ଗାବାଡ଼ି ସ୍ଥିତ ଜୁବୁଲି ପେଟ୍ରୋଲ ପମ୍ପ ଛକ ଠାରେ ସଡ଼କ ଦୁର୍ଘଟଣା । ପିକଅପ ଭ୍ୟାନ ଓ ବାଇକ ମଧ୍ୟରେ ଦୁର୍ଘଟଣା ହୋଇଛି । ବାଇକକୁ ସୁରକ୍ଷା ଦେବାକୁ ଯାଇ ଭାରସାମ୍ୟ ହରାଇ ପିକଅପ ଗାଡିଟି ରାସ୍ତାରେ ଓଲଟି ପଡିଥିଲା । ଫଳରେ ଉଭୟ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଉଚିତ ବ୍ୟବସ୍ଥା ହୋଇନଥିବାରୁ ବାରମ୍ବାର ଏହିପରି ଅଘଟଣ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଟ୍ରାଫିକ ବ୍ୟବସ୍ଥା ସହ ଦୁର୍ଘଟଣା ରୋକିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ:ଖୋର୍ଦ୍ଧାରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ

ରାସ୍ତା ଅବରୋଧ ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଶହଶହ ବସ, ଟ୍ରକ ଆଦି ଅଟକି ରହିଥିଲା। ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ଓ ଅନ୍ୟ ଅଧିକାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ବିଳମ୍ବିତ ରାତିରେ ରାସ୍ତା ରୋକ ହଟିଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details