ରାଇରଙ୍ଗପୁର: ଆଲୋକର ପର୍ବ ଦୀପାବଳିରେ ଜିଲ୍ଲାରେ ଅଘଟଣ । ଜିଲ୍ଲାର ବାରିପଦା ସ୍ଥିତ ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଟେଣ୍ଟ ହାଉସ । ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ତେବେ ବାଣ ପଡି ନିଆଁ ଲାଗିଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଏଥିରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ- ଦୀପାବଳିରେ ଅଘଟଣ, ବାଇକ ଦୁର୍ଘଟଣା ଓ ବାଣରେ ପୋଡି ହୋଇ ୧୧ରୁ ଊର୍ଦ୍ଧ୍ବ ଆହତ
ସୂଚନା ମୁତାବକ, ଜିଲ୍ଲାର ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଜୁବଲି ଲାଇବ୍ରେରି ନିକଟରେ ଥିବା ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା । ତେବେ ବାରିପଦାବାସୀ ଦୀପାବଳି ପାଳନ କରୁଥିବା ସମୟରେ ଗୋଟିଏ ଆକାଶ ଦୀପ ଖସି ଆସି ଟେଣ୍ଟ ହାଉସରେ ଥିବା ବିଭିନ୍ନ ସିନ୍ଥେଟିକ୍ ଟେଣ୍ଟ କପଡା ଉପରେ ପଡି ଯାଇଥିଲା । ଫଳରେ ସେଥିରେ ନିଆଁ ଲାଗି ଯାଇଥିଲା । ପରେ ଅନ୍ୟ କପଡ଼ାକୁ ନିଆଁ ବ୍ୟାପି ଯାଇ ଭୟଙ୍କର ଅଗ୍ନିକାଣ୍ଡର ରୂପ ନେଇଥିଲା ।