ଓଡିଶା

odisha

ଭିଜିଲାନ୍ସ ପଞ୍ଝାରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିରାଣୀ

By

Published : Jun 17, 2023, 11:27 AM IST

Updated : Jun 17, 2023, 12:06 PM IST

ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ । 5ଟି ସ୍ଥାନରେ ଏକକାଳୀନ ଚଢ଼ାଉ । ଅଧିକ ପଢନ୍ତୁ

vigilance trap baripada sub collector clerk
vigilance trap baripada sub collector clerk

vigilance trap baripada sub collector clerk

ରାଇରଙ୍ଗପୁର:ଭିଜିଲାନ୍ସ ଜାଲରେ କିରାଣୀ । ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ରାମଚନ୍ଦ୍ର ସେନଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି । ମୟୂରଭଞ୍ଜର 5ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ଏଥିରେ ଅତିରିକ୍ତ ଏସପି, ଡିଏସପି ଏବଂ ଇନସ୍ପେକ୍ଟର ସାମିଲ ଅଛନ୍ତି ।

ରାମଚନ୍ଦ୍ର ସେନଙ୍କ କୁଳିଅଣାର ପଢ଼ିଆରୀପୁର ଠାରେ ଥିବା 4 ମହଲା ବାସଭବନ, ଗାଙ୍ଗରାଜ ଠାରେ ଥିବା ତିନି ମହଲା ମାର୍କେଟ କମ୍ପ୍ଲେକ୍ସ, ବାରିପଦା ସ୍ଥିତ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ଶ୍ୟାମାଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର କାର୍ଯ୍ୟାଳୟ ଏବଂ ବାରିପଦାର ୱାର୍ଡ ନମ୍ବର ୨୩, ତୁଳସୀଚୌରା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି । ରାମଚନ୍ଦ୍ର ସେନ ଦୀର୍ଘ ଦିନ ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁ ଆସୁଛନ୍ତି । ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା । ଏହାକୁ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ବାରିପଦା ସ୍ଥିତ ସତନ୍ତ୍ର ଭିଜିଲାନ୍ସ କୋର୍ଟର ଜର୍ଜ ଡ. ପ୍ରସନ୍ନ କୁମାର ପଣ୍ଡାଙ୍କ ୱାରେଣ୍ଟ ବଳରେ ଚଢାଉ ଜାରି ରହିଛି । ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, 4 ଜଣ ଡିଏସପି ଏବଂ 7 ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ଶୁକ୍ରବାର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଥିଲେ ଯୋଗାଣ ବିଭାଗ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡର ପୂର୍ବତନ ଯୋଗାଣ ବିଭାଗ ଅଧିକାରୀଙ୍କ ଘରେ ରେଡ୍‌ କିରିଥିଲା ଭିଜିଲାନ୍ସ ଟିମ୍‌ । ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର‌ ନାୟକଙ୍କ ଘରେ ଚଢାଉ କରି କୋଟି କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଘର ସମେତ ବିଭିନ୍ନ ଫାର୍ମ ହାଉସ ଉପରେ ଏକ କାଳୀନ ରେଡ କରାଯାଇଥିଲା । ଏହି ଚଢାଉରେ 2 ଜଣ ଡିଏସପି ସମେତ 6 ଜଣ ଇନସ୍ପେକ୍ଟର ସାମିଲ ଥିଲେ।

5ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତିନି କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା କହିଥିଲେ ଭିଜିଲାନ୍ସ ଏସପି । ୫ଟି ବହୁତଳ କୋଠା ଠାବ କରାଯାଇଥିଲା । 60 ଲକ୍ଷର ବ୍ୟାଙ୍କ ଡିପୋଜିଟ ଠାବ ହେବା ସହ, 18 ଲକ୍ଷର ଇନ୍ସୁରାନ୍ସ ମଧ୍ୟ ସୁରାକ ପାଇଥିଲା ଭିଜିଲାନ୍ସ । ତେବେ ରାଜାରାଣୀ ପାଖରେ ଥିବା ଏକ ୟୁକୋ ବ୍ୟାଙ୍କରେ ରହିଛି ଲକର ଫଳରେ ସମ୍ପର୍ତ୍ତିର ମୂଲ୍ୟ ମଧ୍ୟ ବଢିପାରେ ବୋଲି ସୂଚନା ଦେଇଥିଲେ ଭିଜିଲାନ୍ସ ଏସପି ଅନୁପମା ଜେମସ । ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ସୁନା ଅଳଙ୍କାର ଓ ଗାଡ଼ି ମଧ୍ୟ ଜବତ ହୋଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Jun 17, 2023, 12:06 PM IST

ABOUT THE AUTHOR

...view details