ଓଡିଶା

odisha

ଖାକିରେ ଦାଗ, ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ

By ETV Bharat Odisha Team

Published : Oct 18, 2023, 10:46 AM IST

ମୟୂରଭଞ୍ଜ ଜିଲ୍ଲା ଯାମଦାରେ ନବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଯାମଦା ଥାନାରେ କାର୍ଯ୍ୟରତ ଏଏସଆଇ ଆନନ୍ଦ ମାଝୀ ଗିରଫ । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ
ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ

ରାଇରଙ୍ଗପୁର:ପୁଣି ଖାକିରେ ଦାଗ । ରକ୍ଷକ ସାଜିଲା ଭକ୍ଷକ । ନବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ । ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଘଟଣା । ତେବେ ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନାରେ କାର୍ଯ୍ୟରତ ଏଏସଆଇ ଆନନ୍ଦ ମାଝୀ ।

ସୂଚନା ମୁତାବକ, ଏଏସଆଇ ଆନନ୍ଦ ମାଝୀ ଯାମଦା ଥାନାରେ ଏଏସଆଇ ଭାବେ କାର୍ଯ୍ୟରତ ଥିବା ବେଳେ ସେ ଯାମଦା ଥାନା ଅଞ୍ଚଳର ଜଣେ ନାବାଳିକା ଝିଅକୁ ନିଜ ସନ୍ତାନମାନଙ୍କ ଦେଖାଶୁଣା କରିବା ପାଇଁ ପାଖରେ ରଖିଥିଲେ। କାରଣ ପୂର୍ବରୁ ଆନନ୍ଦ ମାଝୀଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇ ଯାଇଥିବାରୁ ତାଙ୍କ ସହିତ ତାଙ୍କର ଦୁଇ ଝିଅ ଓ ଗୋଟିଏ ଅଢେଇ ବର୍ଷର ପୁଅ ରହୁଛନ୍ତି । ତେଣୁ ସନ୍ତାନ ମାନଙ୍କର ଯତ୍ନ ନେବା ପାଇଁ ସେ ୧୭ ବର୍ଷୀୟ ଜଣେ ନାବାଳିକାକୁ ଘରେ ସହାୟିକା ଭାବେ ରଖିଥିଲେ ।

ଏହାରି ଭିତରେ ନାବାଳିକାକୁ ଏଏସଆଇ ଆନନ୍ଦ ମାଝୀ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗ ହୋଇଛି । ଏନେଇ ଯାମଦା ଥାନାରେ ଏକ ଏତଲା ଦେଇଥିଲେ ନାବାଳିକାର ପିଉସୀ । ଏତଲା ଗ୍ରହଣ କରିବା ପରେ ଯାମଦା ଥାନା ଅଧିକାରିଣୀ ତଦନ୍ତ ଆରମ୍ଭ କରିବା ସହିତ ଏଏସଆଇ ଆନନ୍ଦଙ୍କୁ ଗିରଫ କରିଛି । ଗତକାଲି ନାବାଳିକାର ବୟାନ ରେକର୍ଡ କରାଯିବା ସହିତ ଅଭିଯୁକ୍ତ ଆନନ୍ଦ ମାଝୀଙ୍କ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଏହାପରେ ପୋକ୍ସୋ ଆକ୍ଟ ଅନୁଯାୟୀ ଏଏସ୍‌ଆଇଙ୍କୁ ଗିରଫ କରି ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଖାକିରେ ଦାଗ ! ପୋଲିସ ଏସଆଇ ନାଁରେ ଦୁଷ୍କର୍ମ ଅଭିଯୋଗ

ପ୍ରକାଶ ଥାଉକି, ଗତ କିଛିଦିନ ପୂର୍ବେ ଜଣେ ପୋଲିସ ସବ ଇନ୍ସପେକ୍ଟର ଯୁବତୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ନିଜକୁ ଅବିବାହିତ କହି ଶାରିରୀକ ସମ୍ପର୍କ ରଖିବା ଓ ପ୍ରତାରଣା କରିଥିବାର ଅଭିଯୋଗ ହୋଇଥିଲା । ସମ୍ବଲପୁର କ୍ଷେତରାଜପୁର ଥାନା ଏସଆଇଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆସିଥିଲା । ଏନେଇ ପୀଡ଼ିତା ଟାଉନ ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କରି ସେ ଜାତୀୟ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details