ETV Bharat / state

ଖାକିରେ ଦାଗ ! ପୋଲିସ ଏସଆଇ ନାଁରେ ଦୁଷ୍କର୍ମ ଅଭିଯୋଗ

author img

By

Published : Aug 5, 2023, 9:54 AM IST

Updated : Aug 5, 2023, 3:07 PM IST

ପୋଲିସ ଏସଆଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ସମ୍ବଲପୁର ଏସପିଙ୍କୁ ଜବାବ ତଲବ କଲେ ଜାତୀୟ ମହିଳା କମିଶନ । ଅଧିକ ପଢନ୍ତୁ

ପୋଲିସ ଏସଆଇ ନାଁରେ ଦୁଷ୍କର୍ମ ଅଭିଯୋଗ
ପୋଲିସ ଏସଆଇ ନାଁରେ ଦୁଷ୍କର୍ମ ଅଭିଯୋଗ

ପୋଲିସ ଏସଆଇ ନାଁରେ ଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର: ଖାକିରେ ଲାଗିଲା କଳଙ୍କ ! ଜଣେ ପୋଲିସ ସବ ଇନ୍ସପେକ୍ଟର(SI) ଯୁବତୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ନିଜକୁ ଅବିବାହିତ କହି ଶାରିରୀକ ସମ୍ପର୍କ ରଖିବା ଓ ପ୍ରତାରଣା କରିଥିବାର ଅଭିଯୋଗ ହୋଇଛି । ସମ୍ବଲପୁର କ୍ଷେତରାଜପୁର ଥାନା ଏସଆଇଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆସିଛି । ଏନେଇ ପୀଡିତା ଟାଉନ ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କରି ସେ ଜାତୀୟ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାପରେ ମହିଳା କମିଶନ ସମ୍ବଲପୁର ଏସପିଙ୍କୁ ଚିଠି କରି ଜବାବ ତଲବ କରିଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର 2021ରେ ପୀଡିତା ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଏକ ବେଆଇନ କୋରେକ୍ସ ମାମଲାରେ ଭେଟିଥିଲେ l ଏହାପରେ ଏସଆଇ ଜଣକ 2ଟି ଭିନ୍ନ ଭିନ୍ନ ମୋବାଇଲ ନମ୍ବରରୁ ପୀଡ଼ିତାଙ୍କୁ ଫୋନ୍ କରିଥିଲେ । ସେ ନିଜକୁ ଅବିବାହିତ କହି ବିଭିନ୍ନ ବାହାନାରେ ଘଣ୍ଟା ଘଣ୍ଟା ଧରି କଥା ହୋଇଥିଲେ । ସମ୍ପର୍କ ନିବିଡ଼ ହେବା ପରେ ଯୁବତୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଏପରିକି ସମ୍ପୃକ୍ତ ପୋଲିସ ଅଧିକାରୀ ପୀଡିତାଙ୍କ ଠାରୁ ନାନା ଆଳ ଦେଖାରେ 60 ହଜାର ଟଙ୍କା ଠକି ନେଇଥିଲେ ।

ଏହାମଧ୍ୟ ପଢନ୍ତୁ: ନକଲି ପୋଲିସର ଧରାପଡ଼ିଲା ଅସଲ ଖେଳ, ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସମ୍ପୃକ୍ତ ଏସଆଇଙ୍କ ଏକାଧିକ ମହିଳାଙ୍କ ସହିତ ସମ୍ପର୍କ ଥିବା ଗତ ଏପ୍ରିଲରେ ପୀଡିତା ଜାଣିବାକୁ ପାଇଥିଲେ l ଏହାପରେ ସେ ମେ' ୧୭ ତାରିଖରେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ ଏହି ମାମଲାରେ IPC ଦଫା 376 ନ ଲଗାଇବା ସହ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି । ଏପରିକି ପୀଡିତା ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ, ସମ୍ପୃକ୍ତ ପୋଲିସ ଅଧିକାରୀ ତାଙ୍କୁ ମିଥ୍ୟା କେସରେ ଫସାଇବାକୁ ଧମକ ଦେଇଥିଲେ । ପୋଲିସ ଅଧିକାରୀ ଜଣକ ଏକାଧିକ ସିମ କାର୍ଡ ବ୍ୟବହାର କରି ଅନେକ ମହିଳାଙ୍କ ସହ ସମ୍ପର୍କ ରଖି ବିଭିନ୍ନ ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିବା ଏବଂ ଟାଉନ ଥାନା ପୋଲିସ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜାତୀୟ ମହିଳା କମିଶନର ଚିଠିରେ ଉଲ୍ଲେଖ ରହିଛି l ତେବେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ତାହା ୧୫ ଦିନ ମଧ୍ୟରେ ଜଣାଇବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ ।

ଇଟିଭି ଭାରତ, ସମ୍ବଲପୁର

Last Updated :Aug 5, 2023, 3:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.