ଓଡିଶା

odisha

ସଟଡାଉନ ମାଲକାନଗିରି ମ୍ୟୁନିସିପାଲଟି, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

By

Published : Jul 4, 2020, 5:51 PM IST

ଦିନକୁ ଦିନ ବୃଦ୍ଧି ପାଉଥିବା କୋରୋନା ସ୍ଥିତିକୁ ନେଇ ରୋକ ଲଗେଇବାକୁ ମାଲକାନଗିରି ମ୍ୟୁନିସିପାଲଟିକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସଟଡାଉନର ସ୍ଥିତି ପରଖିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ଅଧିକ ପଢନ୍ତୁ...

ସଟଡାଉନ ହେଲା ମାଲକାନଗିରି ମ୍ୟୁନିସିପାଲଟି, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ସଟଡାଉନ ହେଲା ମାଲକାନଗିରି ମ୍ୟୁନିସିପାଲଟି, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ମାଲକାନଗିରି: ସଟଡାଉନ ହେଲା ମାଲକାନଗିରି ମ୍ୟୁନିସିପାଲଟି । କୋରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲୁଥିବା ବେଳେ ଏହାକୁ ରୋକ ଲଗେଇବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଆଜି ସଟଡାଉନ ସ୍ଥିତି ଅନୁଧ୍ୟାନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ।

ଦୁଇ ଦିନ ସମ୍ପୂର୍ଣ୍ଣ ମାଲକାନଗିରି ମ୍ୟୁନିସିପାଲଟି ସଟଡାଉନ ରହିବ । ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ୟେକ ଛକ ଗୁଡିକରେ ପୋଲିସ ଜଗି ରହିଛି । ସମସ୍ତ ଦୋକାନ ବଜାର ଗାଡ଼ି ଚଳାଚଳ ବନ୍ଦ ରହିଛି । ସେପଟେ ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ ସମସ୍ତେ ଘର ଘର କୁ ଯାଇ ସେମାନଙ୍କ କାହାର କିଛି ଲକ୍ଷଣ ଅଛି କି ନାହିଁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ସେପଟେ ସଟ ଡାଉନରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ମାଲକାନଗିରି ମୁନିସିପାଲଟିର ପ୍ରତ୍ୟେକ ସାହି ସାହି ବୁଲି ସ୍ଥିତି ପରଖିଲେ ।

ସଟଡାଉନ ହେଲା ମାଲକାନଗିରି ମ୍ୟୁନିସିପାଲଟି, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ସଟଡାଉନ ସମୟରେ ଆଶା, ଅଙ୍ଗନବାଡ଼ି, ଶିକ୍ଷକ ଶିକ୍ଷୟିତ୍ରୀ ଘର ଘର ବୁଲି କୋଭିଡ ସର୍ଭେ କରୁଥିବା ବେଳେ ଏହାର ତଦାରଖ କରିଛନ୍ତି ଜିଲ୍ଲାପାଳ । କର୍ମଚାରୀଙ୍କୁ ଉତ୍ସ।ହିତ କରିବା ସହ ସେମାନଙ୍କୁ ଠିକରେ କାର୍ଯ୍ୟ ସମ୍ପ।ଦନ କରିବାକୁ ମାଲକାନଗିରି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details