ଓଡିଶା

odisha

OTET ଉତ୍ତର ସିଟ୍‌ ଭାଇରାଲ ଘଟଣା, ପରୀକ୍ଷା ବାତିଲ

By

Published : Sep 16, 2022, 7:57 AM IST

OTET exam answer sheet viral case exam has been cancelled

ଗତ ଅଗଷ୍ଟ 29 ତାରିଖରେ ମାଲକାନଗିରି ଜିଲ୍ଲାର ତିନୋଟି ସେଣ୍ଟରରେ OTET ଉତ୍ତର ସିଟ ଲିକ ହେବା ଘଟଣା । ପ୍ରଥମ ପର୍ଯ୍ୟାୟ ପରୀକ୍ଷାକୁ ବାତିଲ କଲା ମାଧ୍ୟମିକ ଶିକ୍ଷା ବିଭାଗ । ଖୁବ ଶୀଘ୍ର ପୁନଃ ପରୀକ୍ଷା ହେବାନେଇ ବିଜ୍ଞପ୍ତି ପ୍ରକାଶ ନେଇ ସୂଚନା । ଅଧିକ ପଢ଼ନ୍ତୁ

ମାଲକାନଗିରି: ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା । ଜିଲ୍ଲାର ତିନୋଟି ସେଣ୍ଟରରେ ହେଉଥିବା ପରୀକ୍ଷା ବାତିଲ ହୋଇଛି । ପୁନଃ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଅଗଷ୍ଟ 29 ତାରିଖରେ ମାଲକାନଗିରି ସଦର ମହକୁମାର ତିନୋଟି ପରୀକ୍ଷା ସେଣ୍ଟରରେ ପ୍ରଶ୍ନପତ୍ର ଲିକ ହୋଇଥିଲା ।

ମାଲକାନଗିରି ସଦର ମହକୁମାରେ ଥିବା ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ ୮୭୭ ଜଣ ଓଟିଇଟି ପରୀକ୍ଷା ଦେଇଥିଲେ । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରେ ଲିକ୍ ହୋଇଯାଇଥିଲା । ଯାହା ସମଗ୍ର ଅଞ୍ଚଳରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରୀକ୍ଷା ପ୍ରଶ୍ନର ଉତ୍ତର ୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା ।

OTET ଉତ୍ତର ସିଟ ଘଟଣା, ପରୀକ୍ଷା ବାତିଲ

ପ୍ରକାଶ ଥାଉକି, ପୂର୍ବରୁ ଯେଉଁ ଶିକ୍ଷକମାନେ ଓଟିଇଟି ପରୀକ୍ଷା ନଦେଇ ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ, ସେମାନଙ୍କୁ ଓଡିଶା ମାଧ୍ୟମିକ ଶିକ୍ଷା ବିଭାଗ ଓଟିଇଟି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପାଇଁ ଏହା ଥିଲା ଶେଷ ସୁଯୋଗ । ତେଣୁ ଚାକିରି ବଞ୍ଚାଇବା ଲାଗି ଶିକ୍ଷକମାନେ କଳେ ବଳେ କୌଶଳେ ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ପ୍ରୟାସ ଚଳାଇଥିଲେ। ଗତ ୨୯ ତାରିଖ ସକାଳ ୮ଟା ରୁ ୧୦.୩୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଓଟିଇଟି ପରୀକ୍ଷା ଲାଗି ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଗୁଡିକ ଗତ ୨୭ ତାରିଖ ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୁରକ୍ଷା ବଳୟ ମଧ୍ୟରେ ରଖିଥିଲା । ୨୯ ତାରିଖ ଦିନ ୩ଟି ପରୀକ୍ଷା କେନ୍ଦ୍ରକୁ ସକାଳ ୮ଟା ପୂର୍ବରୁ ନିଆଯାଇଥିଲା । ପରୀକ୍ଷା ଦେବା ପୂର୍ବରୁ ପ୍ରଶ୍ନ ପତ୍ର ଲିକ୍ ହୋଇ ଉତ୍ତର ସିଟ ଭାଇରାଲ ହୋଇଥିଲା ଏବଂ ଏହାକୁ ୫ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଚର୍ଚ୍ଚା ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରାଲ୍

ଏହାକୁ ତଦନ୍ତ କଲା ପରେ ବହୁ ସଂଖ୍ୟାରେ ପରୀକ୍ଷାର୍ଥୀମାନେ ମାଲ ପ୍ରାକ୍ଟିସ କରିଥିବା ମାଧ୍ୟମିକ ଶିକ୍ଷା ବିଭାଗ ସ୍ବୀକାର କରି ୩ଟି କେନ୍ଦ୍ରରେ ଅନୁଷ୍ଠିତ ପ୍ରଥମ ସିଟିଂ ଓଟିଇଟି ପରୀକ୍ଷାକୁ ବାତିଲ କରିଛି । ପୁନଶ୍ଚ ଦିନ ଧାର୍ଯ୍ୟ କରି ଖୁବଶୀଘ୍ର ପରୀକ୍ଷା କରାଯିବ ବୋଲି ବିଭାଗ ସୂଚନା ଦେଇଛି। ଏହା ବ୍ୟତୀତ ଯେଉଁମାନେ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ , ଏହି ପରୀକ୍ଷାରେ ଅଂଶ ଗ୍ରହଣ ନକରିବାକୁ ବିଜ୍ଞପ୍ତି ପତ୍ର ସଂଖ୍ୟା ୮୦୮ / ତା : ୧୨ / ୦୯ / ୨୦୨୨ ରେ ପ୍ରକାଶ କରାଯାଇଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details