OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରାଲ୍

author img

By

Published : Aug 29, 2022, 12:31 PM IST

OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରଲ୍

ଆଜି ରାଜ୍ୟରେ OTET ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଭାଇରାଲ ହେଲା ଉତ୍ତର ସିଟ୍‌ । ଅଧିକ ପଢନ୍ତୁ

ମାଲକାନଗିରି: ଆଜି ସାରା ରାଜ୍ୟରେ ଶିକ୍ଷକଙ୍କ OTET ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ୩ଟି ସେଣ୍ଟରରେ ୮୭୭ ପିଲା ପରୀକ୍ଷା ଦେଉଛନ୍ତି । ଏପଟେ ପରୀକ୍ଷା ଆରମ୍ଭ ନ ହେଉଣୁ ଭାଇରାଲ ହୋଇଛି ପ୍ରଶ୍ନର ଉତ୍ତର ସିଟ । ଏନେଇ ଆସିଛି ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା । ‘‘ତାଙ୍କ ପାଖରେ ଏଭଳି କିଛି ଖବର ପହଞ୍ଚିନାହିଁ, ଯଦି ସେମିତି କିଛି ହୋଇଥାଏ ତାହେଲେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି’’ ସେ କହିଛନ୍ତି । ପରୀକ୍ଷାର କିଛି ସମୟ ପୂର୍ବରୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ ହୋଇଛି । ତେବେ ସୂଚନା ଥାଉକି ଏହି ସ୍ବତନ୍ତ୍ର ଓଟିଇଟିର ପେପର ୱାନ ଓ ପେପର ଟୁ ପରୀକ୍ଷା ଆଜି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ କରାଯାଉଛି ।

OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରାଲ୍

ଏହା ବି ପଢନ୍ତୁ- ପ୍ରକାଶ ପାଇଲା OTET ପରୀକ୍ଷାଫଳ

ସକାଳ ୮ଟାରୁ ୧୦.୩୦ ପର୍ଯ୍ୟନ୍ତ ପେପର ୱାନ ପରୀକ୍ଷା ହେବାକୁ ଥିବା ବେଳେ ପେପର୨ ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ହେବ । ସେପଟେ ଗତ ଏପ୍ରିଲ ୮ ତାରିଖରେ ଓଟିଇଟି ୨୦୨୧ ଦ୍ବିତୀୟ ପର୍ଯ୍ୟାୟର ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟିକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ମଧ୍ୟ ଦିଆଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.