ଓଡିଶା

odisha

ବିପଦସଙ୍କୁଳ ଅବସ୍ଥାରେ ପୋଟେରୁ ନଦୀ ପୋଲୋ; 9ମାସ ତଳୁ ଟେଣ୍ଡର ସରିଛି, କାମ ଆଗଉନି

By

Published : Apr 26, 2023, 9:18 PM IST

Updated : Apr 26, 2023, 9:35 PM IST

ମାଲାକନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପୋଟେରୁ ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ସରିଥିଲେ ସୁଦ୍ଧା ଆଜିଯାଏଁ ନିର୍ମାଣ କାର୍ଯ୍ୟ ହୋଇପାରୁନ ଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ । ଅଧିକ ପଢନ୍ତୁ

Pateru River bridge construction
ବିପଦ ସଙ୍କୁଳ ଅବସ୍ଥାରେ ପଟେରୁ ନଦୀ ପୋଲୋ

ବିପଦ ସଙ୍କୁଳ ଅବସ୍ଥାରେ ପଟେରୁ ନଦୀ ପୋଲୋ

ମାଲକାନଗିରି:ଉପର ପଲସ୍ତରା ଛାଡି ରଡ୍‌ ଦେଖାଯାଉଛି । ବ୍ରିଜ ଉପରେ ବଡ ଗ‌ାତ ସୃଷ୍ଟି ହେଲାଣି । ହେଲେ ସେହି ଗାତକୁ ମରାମତି କରାଯାଉଛି ନା ନୂତନ ବ୍ରିଜ ନିର୍ମାଣ ହୋଇପାରୁଛି । କିନ୍ତୁ ପ୍ରଶାସନ କେବଳ ଫଳକ ମାରି କାମ ସାରିଦେଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲାକନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପୋଟେରୁ ବ୍ରିଜରେ। ଏହି ବ୍ରିଜ ସମେତ ଜିଲ୍ଲାର ୫ଟି ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ସରିଛି ସତ କିନ୍ତୁ କାମ ଆରମ୍ଭ ହୋଇପାରୁ ନାହିଁ। ବ୍ରିଜ ଦେଇ ବିପଦଶଙ୍କୁଳ ଅବସ୍ଥାରେ ପ୍ରତିଦିନ ଶହ ଶହ ଗାଡି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯାତୟତ କରୁଛି।

ଜିଲ୍ଲାରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ମାଥିଲି ବ୍ଳକର ପାଙ୍ଗାମ୍ ଓ କାଲିମେଳା ବ୍ଲକର ପୋଟେରୁ, ଏମଭି ୯୦, ଏମଭି ୯୬ ଓ କାଙ୍ଗରୁକୋଣ୍ଡାରେ ବ୍ରିଜ ରହିଛି । ପୋଟେରୁ ବ୍ରିଜର ଦୁଇ ପାର୍ଶ୍ବରୁ କେତେକ ସ୍ଥାନରେ ଭାଙ୍ଗି ଯାଇଥିବା ବେଳେ ଉପରକୁ ପଲସ୍ତରା ଛାଡିଯାଇଥିବା ବେଳେ ସେଠାରେ ପ୍ରଶାସନ ପକ୍ଷରୁ ବୋର୍ଡ ଲଗାଯାଇଛି ଯେ, 'ଦୁର୍ବଳ ପୋଲ ଗାଡି ଧୀରେ ଚଲାନ୍ତୁ’ । ଏଭଳି ଏକ ବୋର୍ଡକୁ ଲଗାଇ ଦେଇ ପ୍ରଶାସନ ତାର କାମ ସାରିଦେଇଛି । ଏନେଇ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି ବାରମ୍ବାର ବିଧାନସଭାରେ ଆଲୋଚନା କରିଥିଲେ । ତା ସହ ଗତ ୨୦୨୨ ମସିହାରେ ଲୋକସଭା ଅଧିବେଶନରେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ଏହି ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏଥିସହ ମାଲକାନଗିରି ଜିଲ୍ଲାରେ ଥିବା ତଳୁଆ ବ୍ରିଜ୍‌ଗୁଡିକୁ ହାଇ ଲେବୁଲ୍ ବ୍ରିଜ୍ କରିବା ପାଇଁ ଲୋକସଭାରେ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ପ୍ରସ୍ତାବ ଦେଇଥିଲେ ।

ତେବେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ପାଙ୍ଗାମ, ପୋଟେରୁ, ଏମଭି୯୦, ଏମଭି ୯୫ ଓ କାଙ୍ଗୁରକୋଣ୍ଡା ଠାରେ ୫ଟି ଉଚ୍ଚ ବ୍ରିଜ ନିର୍ମାଣ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୭୯ କୋଟି ୮୨ ଲକ୍ଷ ଟଙ୍କା । ଏହି ୫ଟି ବ୍ରିଜ ନିର୍ମାଣ ପାଇଁ ଛତିଶଗଡ ରାଜ୍ୟ ବିଳାସପୁରର ଏମଏସ୍ ବ୍ରିଜେଶ ଅଗ୍ରୱାଲ ନାମକ ଠିକା ସଂସ୍ଥା ଟେଣ୍ଡର ପାଇଛି । ୨୦୨୨ ମସିହା ଜୁଲାଇ ୨ ତାରିଖରୁ ଟେଣ୍ଡର ଆଗ୍ରିମେଣ୍ଟ ହୋଇସାରିଛି । କିନ୍ତୁ ଗୋଟିଏ ବି ବ୍ରିଜ କାମ ଆରମ୍ଭ ହୋଇପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ତାସହ ଏହି ବ୍ରିଜ୍ କାମ ନେଇ ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି ମାଲକାନଗିରି ବିଧାୟକ । ଏଥିସହ ପୁରୁଣା ବ୍ରିଜର ପାର୍ଶ୍ବରେ ନୂତନ ବ୍ରିଜ ସହ ଆପ୍ରୋଚ ରୋଡ୍‌ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜାତୀୟ ରାଜପଥ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-Ratna Bhandar Issue: ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ, ସେବାୟତ କହିଲେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ

ସେହିପରି ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ କହିଛନ୍ତି, "୨୦୨୨ ମସିହା ଜୁଲାଇ ମାସରୁ ଏଗ୍ରିମେଣ୍ଟ ସରିଥିବା ବ‌େଳେ ୫ଟି ବ୍ରିଜର ନିର୍ମାଣ କାର୍ଯ୍ୟ ୨୦୨୪ ମସିହା ଜୁଲାଇ ମାସରେ ଶେଷ କରିବା ପାଇଁ ଧାର୍ଯ୍ୟ ହୋଇଛି । ଉକ୍ତ ଠିକା ସଂସ୍ଥା ଶତକଡା ୨୩ ପ୍ରତିଶତ ହ୍ରାସରେ କରିବା ପାଇଁ ଆଗ୍ରିମେଣ୍ଟ କରିଛନ୍ତି । ଆଜିକୁ ୯ ମାସ ବିତିଗଲାଣି କିନ୍ତୁ କୌଣସି ବ୍ରିଜ୍‌ କାମ ଆରମ୍ଭ କରିନାହାନ୍ତି । ଏନେଇ ଚଳିତ ସପ୍ତାହରେ ଭୁବନେଶ୍ବରରେ ଉଚ୍ଚସ୍ତରୀୟ ବୈଠକରେ ଉକ୍ତ ଠିକା ସଂସ୍ଥାକୁ ଡାକି ଆଲୋଚନା କରାଯିବ।"

ବର୍ତ୍ତମାନ ଦେଖିବାକୁ ବାକି ରହିଲା ପୋଟେରୁ ନଦୀ ଉପରେ ଥିବା ଦୁର୍ବଳ ପୋଲୋ ପ୍ରତି ବଦଳରେ ନୂଆ ପୋଲ କେବେ ନିର୍ମାଣ ହେବ । ତା ସହ ଅନ୍ୟ 4ଟି ପୋଲର କାମ କେବେ ଆରମ୍ଭ ହୋଇ ଶେଷ ହେବ ?

ଇଟିଭି ଭାରତ, ମାଲକାନଗିରି

Last Updated :Apr 26, 2023, 9:35 PM IST

ABOUT THE AUTHOR

...view details