ଓଡିଶା

odisha

ବଣ୍ଡାଘାଟିରେ ପିଭିଟିଜି ଭୋଟରଙ୍କ ପାଇଁ ସଚେତନ କାର୍ଯ୍ୟକ୍ରମ

By ETV Bharat Odisha Team

Published : Sep 8, 2023, 4:04 PM IST

ଗଣତନ୍ତ୍ରରେ ନିଜ ମତ ସାବ୍ୟସ୍ତ କରିବାକୁ ପିଭିଟିଜି ଯୁବଗୋଷ୍ଠୀଙ୍କୁ ସଚେତନ କଲେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ । ଅଧିକ ପଢନ୍ତୁ

PVTG voter awareness program in Bandaghati
PVTG voter awareness program in Bandaghati

ମାଲକାନଗିରି:ବଣ୍ଡାଘାଟିରେ ଭୋଟର ସଚେତନତା କାର୍ଯ୍ୟକ୍ରମ । ପିଭିଟିଜି ଯୁବଗୋଷ୍ଠୀଙ୍କୁ ସଚେତନ କରିବା ନେଇ ଖଇରପୁଟ ବ୍ଲକ ବଣ୍ଡାଘାଟିର ମୁଦୁଲିପଡ଼ା ଏବଂ ଅଣ୍ଡ୍ରାହାଲ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ ।

ଏନେଇ ନିର୍ବାଚନ ପଞ୍ଜୀକରଣ ଅଧିକାରୀ କହିଥିଲେ ଯେ, ଭୋଟ ଦେବାର ମୌଳିକ ଅଧିକାର ସମସ୍ତଙ୍କର ରହିଛି, ଯାହା ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ । ରାଜ୍ୟ ସରକାର ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି । ଯେପରି ଅଧିକରୁ ଅଧିକ ପିଭିଟିଜି ଯୁବକ ଯୁବତୀ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବେ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଫର୍ମ-୬ ମାଧ୍ୟମରେ ଯୋଗ, ଫର୍ମ-୭ ମାଧ୍ୟମରେ ଆବେଦନ ଓ ତ୍ରୁଟି ସଂଶୋଧନ ଓ ଫର୍ମ-୮ ମାଧ୍ୟମରେ ସ୍ଥାନାନ୍ତରଣ ଓ ଭୋଟର ପରିଚୟ ପତ୍ର ସଂଶୋଧନ ନିମନ୍ତେ ଆବେଦନ କରିପାରିବେ ବୋଲି ମତ ରଖିଥିଲେ ମୁଖ୍ୟ ଅତିଥି ।

ଶିବିରରେ ଫର୍ମ-୬ ମାଧ୍ୟମରେ ୧୭୯ ଜଣ ବ୍ୟକ୍ତି ଯୋଗ ନିମନ୍ତେ ଆବେଦନ କରିଥିବା ବେଳେ ଫର୍ମ-୮ରେ ୩୫ ଜଣ ସ୍ଥାନାନ୍ତରଣ ଓ ଭୋଟର ପରିଚୟ ପତ୍ର ସଂଶୋଧନ ନିମନ୍ତେ ଆବେଦନ କରିଥିଲେ । ମୋଟ ୨୧୪ଟି ଫର୍ମ ଶିବିରରେ ସଂଗ୍ରହ କରାଯାଇଥିଲା । ଉକ୍ତ ଅଞ୍ଚଳର ୯ଟି ବୁଥର ବହୁ ବଣ୍ଡା ଜନଜାତିର ଭୋଟର ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ-PVTG ଗ୍ରୁପକୁ ବିଜେଡିର ଆଦିବାସୀ ମାନ୍ୟତା ଦାବି, ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ

ଉପନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଇରପୁଟ ବ୍ଲକ ଉମାଶଙ୍କର କୋୟା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଲକାନଗିରି ବ୍ଲକ ପ୍ରଭାତୀ ଝଡିଆ, ସହାୟକ ଜିଲ୍ଲାପାଳ ଆଶୋକ ଚକ୍ରବର୍ତ୍ତୀ, ବୁଥ୍‌ ଲେବଲ ସୁପରଭାଇଜର ଏବଂ ବିଡିଏ କର୍ମଚାରୀ ଭୋଟର ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସେହିପରି ଗତ 5 ତାରିଖରେ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଁ ବି ମିତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଉଦଘାଟନ କରିଥିଲେ । ଜିଲ୍ଲାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର 150ରୁ ଉର୍ଦ୍ଧ୍ବ ଛାତ୍ରୀ, ଅଧ୍ଯକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା, ସରକାରୀ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details