ଓଡିଶା

odisha

ଉତ୍ତମ ପୋଷଣ, ଶିଶୁର ସୁସ୍ଥ କ୍ରମ ବିକାଶ: କୋରାପୁଟରେ ପ୍ରଥମ ୧୦୦୦ ଦିନ କାର୍ଯ୍ୟକ୍ରମ

By

Published : May 28, 2022, 3:14 PM IST

first 1000 day programme held in koraput

ଉନ୍ନତ ପାଳନ ପୋଷଣ ମାଧ୍ୟମରେ ପ୍ରତିଟି ଶିଶୁର ପ୍ରଥମ ଏକ ହଜାର ଦିନକୁ ହସଖୁସିରେ ଭରି ଦେବା ପାଇଁ ନୀତି ଆୟୋଗର (Niti Aayog) ସ୍ବତନ୍ତ୍ର କାର୍ଯ୍ୟକ୍ରମ କୋରାପୁଟରେ ଆୟୋଜିତ ହୋଇଛି । ସାରା ଦେଶର କେବଳ ଦୁଇଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

କୋରାପୁଟ: ଶିଶୁକୁ ଉନ୍ନତ ପୋଷଣ ଦେବାରେ ଆଉ ଦୁଇ ପାଦ ଆଗେଇଛନ୍ତି ସରକାର । ଉନ୍ନତ ପାଳନ ପୋଷଣ ମାଧ୍ୟମରେ(Poshan Abhiyaan) ପ୍ରତିଟି ଶିଶୁର ପ୍ରଥମ ଏକ ହଜାର ଦିନକୁ(first 1000 days ) ହସଖୁସିରେ ଭରି ଦେବା ପାଇଁ ନୀତି ଆୟୋଗର ସ୍ବତନ୍ତ୍ର କାର୍ଯ୍ୟକ୍ରମ କୋରାପୁଟରେ ଆୟୋଜିତ ହୋଇଛି । ସାରା ଦେଶର କେବଳ ଦୁଇଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଶିଶୁର ବିକାଶ ନେଇ କୋରାପୁଟରେ ପ୍ରଥମ ୧୦୦୦ ଦିନ କାର୍ଯ୍ୟକ୍ରମ

ଓଡ଼ିଶାର କୋରାପୁଟ ଓ ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଏହା ଏକ ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟ କରିବ । ଏହାର ସଫଳତା ଦେଶର ଅନ୍ୟସ୍ଥାନରେ ବ୍ୟାପକ ଭାବେ କାର୍ଯ୍ୟକ୍ଷମ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦୁଲ ଅକ୍ତର କରିଛନ୍ତି । ଜିଲ୍ଲା ପ୍ରଶାସନକୁ ଏହି କାର୍ଯ୍ୟରେ ସହଯୋଗ କରିବା ପାଇଁ ବିକ୍ରମ ସିଲା ସ୍ଵେଚ୍ଛାସେବୀ ସଂଗଠନ ଆଗକୁ ଆସିଥିବା ସେ ଜଣାଇଛନ୍ତି ।

ABOUT THE AUTHOR

...view details