ଓଡିଶା

odisha

ଅନୁବାଦ ସାହିତ୍ୟରେ ଚର୍ଚ୍ଚିତ ଚେହେରା କୋରାପୁଟର ସାହିତ୍ୟିକ ବିଜୟ ପ୍ରଧାନ

By

Published : Aug 6, 2023, 9:46 PM IST

ହିନ୍ଦୀ ସାହିତ୍ୟର ଲୋକପ୍ରିୟ ଲେଖକ ମନମୋହନ ବାୱାଙ୍କ ବହୁ ଚର୍ଚ୍ଚିତ ପୁସ୍ତକ 'କାଳକଥା'କୁ ଓଡ଼ିଶାର ବିଶିଷ୍ଟ ଅନୁବାଦକ ବିଜୟ ପ୍ରଧାନଙ୍କ ଦ୍ଵାରା ଓଡ଼ିଆରେ ଅନୁବାଦ ହୋଇଥିବା ପୁସ୍ତକକୁ ପ୍ରକାଶିତ କରାଯାଇଛି । ଅଧିକ ପଢ଼ନ୍ତୁ

odia translated kalakatha book launch
କାଳକଥାର ଓଡ଼ିଆ ଅନୁବାଦ ପୁସ୍ତକ ଲୋକାର୍ପିତ

କାଳକଥାର ଓଡ଼ିଆ ଅନୁବାଦ ପୁସ୍ତକ ଲୋକାର୍ପିତ

କୋରାପୁଟ: ହିନ୍ଦୀ ସାହିତ୍ୟରେ ଖ୍ୟାତି ଅର୍ଜନ କରିଥିବା ମନମୋହନ ବାୱାଙ୍କ ବହୁ ଚର୍ଚ୍ଚିତ ପୁସ୍ତକ 'କାଳକଥା'କୁ କୋରାପୁଟ ବାସିନ୍ଦା ତଥା ଓଡ଼ିଶାର ବିଶିଷ୍ଟ ଅନୁବାଦକ ବିଜୟ ପ୍ରଧାନଙ୍କ ଦ୍ଵାରା ଓଡ଼ିଆରେ ଅନୁବାଦ ହୋଇଥିବା ପୁସ୍ତକକୁ ପ୍ରକାଶିତ କରାଯାଇଛି । କୋରାପୁଟ ସାହିତ୍ୟ ପରିବାର ପକ୍ଷରୁ ଛୋଟାଗୁଡ଼ାରେ ଆୟୋଜିତ ରାଜ୍ୟ ସ୍ତରୀୟ ସାହିତ୍ୟ ଉତ୍ସବରେ ଏହି ପୁସ୍ତକ ଲୋକାର୍ପିତ ହୋଇଛି । ସୋମନାଥ ମନ୍ଦିର ଲୁଣ୍ଠନ ଉପରେ ଏହି ପୁସ୍ତକ ଆଧାରିତ ।

ଗଜନୀର ଶାସକ ଥିବା ସୁଲତାନ ମାହ୍‌ମୁଦ 1001 ଖ୍ରୀଷ୍ଟାବ୍ଦରେ ପ୍ରଥମ ଥର ଭାରତ ଉପରେ ଆକ୍ରମଣ କରିବା ପରେ ଆହୁରି 16 ଥର ଆକ୍ରମଣ କରିଥିଲା । ତନ୍ମଧ୍ୟରେ 1025 ଖ୍ରୀଷ୍ଟାବ୍ଦରେ ଗୁଜରାଟର ବିଶ୍ବପ୍ରସିଦ୍ଧ ସୋମନାଥ ମନ୍ଦିର ଲୁଣ୍ଠନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି । ଭାରତର ତତ୍କାଳୀନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ଆଲୋଚନାକୁ ନେଇ ମନମୋହନ ବାୱାଙ୍କ କାଳକଥାର ଓଡ଼ିଆ ରୂପାନ୍ତର ପାଠକଙ୍କ ପାଇଁ ଏକ ଅମୂଲ୍ୟ ପୁସ୍ତକ ହୋଇ ରହିବ ବୋଲି ଅନୁବାଦକ ଆଶା ପ୍ରକାଶ କରିଛନ୍ତି । ଏନେଇ ସେ କହିଛନ୍ତି, "ଅନୁବାଦ କରିବା ସମୟରେ ମୂଳ ଲେଖାକୁ ଉଚିତ ସମ୍ମାନ ଦେବାର ଆବଶ୍ୟକତା ରହିଛି । ଆଉ କିଛିଦିନ ଗଲେ ଯୁଦ୍ଧନାଦ ପୁସ୍ତକ ଲୋକାର୍ପିତ ହେବାକୁ ଯାଉଛି । ଏବେ ମଧ୍ୟ ଅନୁବାଦ ଜାରି ରହିଛି । ଆଗକୁ ୮ଟି ପୁସ୍ତକ ଆସିବାର ଅଛି ।"

ଏହା ମଧ୍ୟ ପଢ଼ନ୍ତୁ:ଲେଖକ ଯୁଗଳ କିଶୋର ଷଡଙ୍ଗୀଙ୍କୁ ମିଳିବ ବାଲ ସାହିତ୍ୟ ପୁରସ୍କାର

ଛାତ୍ରବସ୍ଥାରୁ ଆରମ୍ଭ କରିଥିବା ଅନୁବାଦର ଧାରାକୁ ନେଇ ବିଜୟ ପ୍ରଧାନ ଅନେକ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି । କିଛି ଲାଭ ନାହିଁ, କିନ୍ନର କଥା, ମୁଁ ପାୟଲ, ରାଜ ନର୍ତ୍ତକୀ, ଜଙ୍ଗଲ ଜଙ୍ଗଲ ପର୍ବତ ପର୍ବତ ଭଳି ଉପନ୍ୟାସ ତଥା ଶିଶୁଙ୍କ ପାଇଁ ମହଲ ନାମକ ପୁସ୍ତକ ରଚନା କରିଛନ୍ତି । ମନମୋହନ ବାୱାଙ୍କ କବିତା ସଂକଳନକୁ ଅନୁବାଦ କରି ରଚିତ ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ବିଜୟ ପ୍ରଧାନଙ୍କୁ 2013 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଓଡ଼ିଶାରେ ଅନୁବାଦ ସାହିତ୍ୟ କ୍ଷେତ୍ରରେ ବହୁ କମ ସଂଖ୍ୟକ ଲେଖକ ଥିବାବେଳେ ସାହିତ୍ୟ ପ୍ରତି ବିଜୟଙ୍କ ଅବଦାନ କୋରାପୁଟକୁ ଗର୍ବିତ କରିଛି ବୋଲି ସାହିତ୍ୟିକ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

TAGGED:

koraput news

ABOUT THE AUTHOR

...view details