କୋରାପୁଟ:ସମ୍ଭାବ୍ୟ ବର୍ଷାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ( Special Relief Commissioner SRC ) । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଆଣ୍ଡାମାନ ସମୁଦ୍ରରେ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି । କୋରାପୁଟ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ସତର୍କ କରିଛନ୍ତି ଏସଆରସି ।
ଆଜିଠାରୁ କୋହଲା ପାଗକୁ ଦେଖି ଚାଷୀର ମୁଣ୍ଡରେ ଚଡକ ପଡିଛି । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । କୋରାପୁଟ ବ୍ଲକର ତଳଲିମକା ଗ୍ରାମର ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ଘରର ସମସ୍ତେ ଲାଗି ଧାନ ଅମଳ କରିବାରେ ଲାଗିଛନ୍ତି । ତେବେ ସରକାର ତିଆରି କରିଥିବା ପିଣ୍ଡିରେ ଖୋଲା ଆକାଶ ତଳେ ଧାନ କିପରି ସୁରକ୍ଷା ରହିବ ସେ ନେଇ ପ୍ରଶ୍ନ କରିଛନ୍ତି । ଏହା ସହ ଧାନ ମାଣ୍ଡିଆକୁ ଘୋଡାଇ ରଖିବା ପାଇଁ ବଡ ପଲିଥିନର ବ୍ୟବସ୍ଥା ତୁରନ୍ତ କରିବା ପାଇଁ ଚାଷୀ ମାନେ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ।