ଓଡିଶା

odisha

ଗୋପାଷ୍ଟମୀରେ ଗୋପୂଜା କଲେ ଜୟପୁରବାସୀ

By ETV Bharat Odisha Team

Published : Nov 20, 2023, 10:22 PM IST

ଜୟପୁରର ମହର୍ଷି ସନ୍ଦିପନୀ ଗୋଶାଳାରେ ପାଳନ ହେଲା ଗୋପାଷ୍ଟମୀ । ଏହି ଅବସରରେ ଏକ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

ଗୋପାଷ୍ଟମୀରେ ଗୋପୂଜା କଲେ ଜୟପୁରବାସୀ
ଗୋପାଷ୍ଟମୀରେ ଗୋପୂଜା କଲେ ଜୟପୁରବାସୀ

ଗୋପାଷ୍ଟମୀରେ ଗୋପୂଜା କଲେ ଜୟପୁରବାସୀ

କୋରାପୁଟ: ଭାରତୀୟ ସଭ୍ୟତା ଓ ହଜାର ହଜାର ବର୍ଷର ସଂସ୍କୃତିରେ ଗୋମାତାଠାରୁ ଦୁଗ୍ଧ, ଗୋବର, ଗୋମୁତ୍ର ସଂଗ୍ରହ କରି ମନୁଷ୍ୟ ସମାଜ ଉପକୃତ ହୋଇଛି । ଗାଈଗୋରୁଙ୍କ ଠାରୁ ପାଉଥିବା ଏହି ଦିବ୍ୟ ଉପହାର ପ୍ରତି କୃତଜ୍ଞତା ଜଣାଇ ଆଜି ଜୟପୁର ସ୍ଥିତ ଗୋପାଳ ଗୋସେବା ସମିତି ତରଫରୁ ଆଜି ପବିତ୍ର ଗୋପାଷ୍ଟମୀ ଅବସରରେ ବିଶ୍ୱ ଶାନ୍ତି ଯଜ୍ଞ ଏବଂ ଗୋପୂଜା କରାଯାଇଛି । ଜଗତରେ ଏକ ସନ୍ତୁଳିତ ଜୀବନ ଧାରା ପ୍ରବାହିତ ହେବା ପାଇଁ ପ୍ରତ୍ୟେକ ପଶୁ,ପକ୍ଷୀ, କିଟ, ପତଙ୍ଗ ଏପରିକି ଜଡ ବସ୍ତୁର ମଧ୍ୟ ଆବଶ୍ୟକତା ରହିଛି । ବିଶେଷ କରି ଗୋସଂପଦ ଏହି ଦିଗରେ ବିଶେଷ ମହତ୍ତ୍ଵ ରଖିଥାଏ ।

ବର୍ତ୍ତମାନ ସମାଜରେ ଅଧିକ ଦୁଗ୍ଧ ଦେଉଥିବା ଗାଈକୁ ପ୍ରାଧାନ୍ୟତା ଦେଇ ଦେଶୀ ଗାଈକୁ ଅବହେଳିତ କରାଯାଇଥିବା ଦେଖିବାକୁ ମିଳିଛି ।ଫଳରେ ଅନେକ କ୍ଷେତ୍ରରେ ଅଦରକାରୀ ଭାବେ ରାସ୍ତା ଉପରକୁ ଛାଡ଼ିଦେବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି ମାଲିକ ସାଜିଥିବା ମଣିଷମାନେ । ଏହି ଅବହେଳିତ ଗାଈ ଗୁଡ଼ିକ ବ୍ୟବସାୟୀ ଓ ଅନ୍ୟମାନଙ୍କ ଦ୍ଵାରା ଅତ୍ୟାଚାରିତ ଶିକାର ହେଉଛନ୍ତି । ଏହାରି ଭିତରେ ଏହି ଅବହେଳିତ ଗାଈଗୁଡିକର ସେବା ଯତ୍ନ କରିବା ପାଇଁ 2014ମସିହାରେ ଜୟପୁରର ସହରରେ କିଛି ବ୍ୟକ୍ତି ଆରମ୍ଭ କରିଥିଲେ ମହର୍ଷି ସନ୍ଦିପନୀ ଗୋଶାଳା । ପ୍ରଥମେ ୨ଟି ଗାଇଙ୍କ ସେବା କରୁଥିବାବେଳେ ଆଜି ୧୦୦ଟି ଗାଇଙ୍କୁ ନିରନ୍ତର ସେବା ଯୋଗାଇବାରେ ସମର୍ଥ ହୋଇଛନ୍ତି ଏହି ଗୋଶାଳାର ସେବକ ମାନେ ।

ଏହି ଗୋଶାଳାରେ ଶାରୀରିକ ଭାବେ ବିକଳାଙ୍ଗ ହୋଇଯାଇଥିବା କିଛି ଗାଇଙ୍କୁ ମଧ୍ୟ ସେବା ଯୋଗାଇ ଦିଆଯାଉଛି ବୋଲି ଏହି ସଂସ୍ଥାର ସକ୍ରିୟ ସଦସ୍ୟ ରଜନିକାନ୍ତ ନାୟକ କହିଛନ୍ତି । ଅପରପକ୍ଷେ ଏସମସ୍ତ ଗାଈ ମଧ୍ୟରୁ କିଛି କ୍ଷୀର ଦେଉଛନ୍ତି । ଏହି ଗାଇମାନଙ୍କ କ୍ଷୀରକୁ ବିକ୍ରୟ କରିବା ସହ ଗୋଶାଳାରେ ଗୋବର ଖତ ପ୍ରସ୍ତୁତ କରି ମଧ୍ୟ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।ସଂସ୍ଥାର କୋଷାଧ୍ୟକ୍ଷ ନିୱାସ କୁମାର ଅଗ୍ରୱାଲ କହିଛନ୍ତି," ଏହି ଗୋଶାଳାରେ ମାସକୁ ଲକ୍ଷାଧିକ ଟଙ୍କାର ଖର୍ଚ୍ଚକୁ ହେଉଥିବା ବେଳେ ଅନେକ ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢାଇଥାନ୍ତି । ଗୋଶାଳାର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଏଠାକୁ ଆସି ଗୋ ସେବା କରିଥାନ୍ତି । "


ଏହା ମଧ୍ୟ ପଢନ୍ତୁ.....ରାଜଧାନୀରେ ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପଲାଇନ୍ ବୈଠକ, ଜାରି ହେଲେ ଟୋଲ ଫ୍ରି ନମ୍ବର

ଏଠାରେ ଗାଇଗୁଡିକୁ ଉନ୍ନତ ମାନର ସେବା ମଧ୍ୟ ଯୋଗାଇ ଦିଆଯାଇଥାଏ । ସହରବାସୀଙ୍କୁ ମଧ୍ୟ ସେମାନସଙ୍କ ଘରେ ପାଳନ କରୁଥିବା ଗାଈ ଗୋରୁଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏଠାକୁ ନେଇଆସୁଥିବା ଗୋଶାଳାର ଅଧ୍ୟକ୍ଷ ରାମନାଥ ସାହୁ କହିଛନ୍ତି । ତେଣୁ ଏହି ଗୋଶାଳାର ଏକ ଡିସ୍ପେନସାରି ଖୋଲିବା ପାଇଁ ଜିଲ୍ଲା ପଶୁବିଭାଗ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ।



ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details