ETV Bharat / state

ରାଜଧାନୀରେ ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପଲାଇନ୍ ବୈଠକ, ଜାରି ହେଲେ ଟୋଲ ଫ୍ରି ନମ୍ବର

author img

By ETV Bharat Odisha Team

Published : Oct 8, 2023, 9:57 PM IST

ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ ଲାଇନ୍ ବୈଠକ । ଗୋ ସୁରକ୍ଷା ଆଇନକୁ କର୍ଯ୍ୟକାରୀ କରାଯିବ । ରାଜ୍ୟରେ ଆନିମଲ ହେଲପ୍‌ଲାଇନ୍‌ ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରି କରାଯାଇଛି । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ୍‌ ଲାଇନ୍ ବୈଠକ

ଭୁବନେଶ୍ବର: ଆଜି ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ ଲାଇନ୍ ବୈଠକ ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ପଞ୍ଜିକୃତ ଗୋଶାଳାର ସଦସ୍ୟମାନେ ଯୋଗ ଦେଇଥିଲେ । ସରକାର ଗୋଶାଳା ମାନଙ୍କ ପାଇଁ କରିଥିବା ଯୋଜନା ଓ ଗୋ-ସୁରକ୍ଷା ଆଇନ୍‌ କିଭଳି କାର୍ଯ୍ୟକାରୀ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଯୋଗଦେଇଥିଲେ ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ,"ଗୋଶାଳା ଗୁଡ଼ିକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି । ଗୋଶାଳା ଓ ପ୍ରାଣୀମାନଙ୍କ ଆଶ୍ରୟ ସ୍ଥଳ ନିମନ୍ତେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।ଗୋଶାଳା ଏହି ମହାନ ସଂସ୍କୃତିର ଏକ ସଂପ୍ରସାରିତ ରୂପ ଗାଈ ଗୋରୁମାନଙ୍କ ନିରାପଦ ଆଶ୍ରୟ ନିମନ୍ତେ ନିର୍ମିତ ଗୋଶାଳା ଗୁଡ଼ିକରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୁବିଧା ସୁଯୋଗ ଉପଲବ୍ଧ ହେବ ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ ସେଥିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହନ ଓ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।"

ପ୍ରାଣୀ ସଂପଦକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି । ପ୍ରାଣୀସଂପଦର ସୁରକ୍ଷା ଓ ସେମାନଙ୍କର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ଵରୂପ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଧା ୮୦ଟି ପଞ୍ଜିକୃତ ଗୋଶାଳା ରହିଛି ।

ଏହା ମଧ୍ୟ ପଢନ୍ତୁ...ସ୍ବତନ୍ତ୍ର ଉନ୍ନୟନ ପରିଷଦର ପାଣ୍ଠି 341 କୋଟିକୁ ବୃଦ୍ଧି, ପ୍ରତିକ୍ରିୟା ରଖିଲେ ଶଶିଭୂଷଣ

୨୦୨୨-୨୩ ବର୍ଷରେ ୫୨ଟି ପଞ୍ଜିକୃତ ଗୋଶାଳାକୁ ପ୍ରତି ଗୋରୁଙ୍କ ପାଇଁ ବାର୍ଷିକ ୧୬ ହଜାର ଟଙ୍କା ହିସାବରେ ୫ କୋଟି ଟଙ୍କା ବ୍ୟୟ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇ ଏ ବାବଦକୁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ୫୦ରୁ ୧୫୦ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ନିମନ୍ତେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି । ଏ ପର୍ଯ୍ୟନ୍ତ ୨୬ ଗୋଟି ଗୋ-ଆହେଡ୍ ପ୍ରଦାନ କରାଯାଇଛି । ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟବ୍ୟାପୀ ଆନିମଲ ହେଲପ୍‌ଲାଇନ୍‌ ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରି କରାଯାଇଛି । ରାଜ୍ୟର ୧୧ ଗୋଟି ସହରାଞ୍ଚଳରେ ଆନିମଲ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍ ଭେଟେରିନାରୀ ୟୁନିଟ୍ ଏହି ସେବା ଯୋଗାଇ ଦେଉଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.