ଓଡିଶା

odisha

ରାଜ୍ୟକୁ ପୁଣି ଫେରିବ ଶୀତ, 3 ରୁ 5 ଡିଗ୍ରୀ କମିବ ତାପମାତ୍ରା

By ETV Bharat Odisha Team

Published : Dec 8, 2023, 6:27 PM IST

Odisha Weather Update: ଆଗାମୀ ୩ ଦିନରେ ଖସିବ ତାପମତ୍ରା । ବଢ଼ିବ ଶୀତର ପ୍ରଭାବ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟକୁ କୌଣସି ସତର୍କ ସୂଚନା ନାହିଁ । ଅଧିକ ପଢ଼ନ୍ତୁ

ରାଜ୍ୟରେ 3 ରୁ 5 ଡିଗ୍ରୀ କମିବ ତାପମାତ୍ରା
ରାଜ୍ୟରେ 3 ରୁ 5 ଡିଗ୍ରୀ କମିବ ତାପମାତ୍ରା

ରାଜ୍ୟରେ 3 ରୁ 5 ଡିଗ୍ରୀ କମିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ଥିବା ସଦୃଶ ଲଘୁଚାପ ଏକ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି । ଦକ୍ଷିଣ ଛତିଶଗଡ଼ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୧.୫ କିମି ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟଟି ବ୍ୟାପି ରହିଛି । ପ୍ରଭାବରେ ରାଜ୍ଯରେ କେତେକ ସ୍ଥାନରେ କୋହଲା ପାଗ ଲାଗିରହିଛି । ବର୍ତ୍ତମାନ ରାଜ୍ୟରେ ପାଣିପାଗର ସେଭଳି କୌଣସି ନିୟାମକ ସକ୍ରିୟ ନଥିବା ବେଳେ ୫ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ନାହିଁ । ଏହାସହ ରାଜ୍ୟରେ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଘୂର୍ଣ୍ଣିବଳୟର ସକ୍ରିୟତାକୁ ନେଇ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ସମ୍ଭାବନା ରହିଛି । ମେଘୁଆ ପାଗ ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଭଳି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବା ସହ ଅନ୍ୟ ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଆକାଶ ମେଘୁଆ ରହୁଥିବାରୁ ସକାଳୁ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି ।

ଏହା ମଧ୍ୟ ପଢ଼ନ୍ତୁ.....ଘୂର୍ଣ୍ଣିବଳୟ ପ୍ରଭାବ: ସାରା ରାଜ୍ୟରେ କୋହଲା ପାଗ, କୋଟପାଡ଼ରେ ସର୍ବାଧିକ ବର୍ଷା

ଗତ ୨୪ ଘଣ୍ଟାରେ ପାଖାପାଖି ୩ ରୁ ୫ଡିଗ୍ରୀ ତାପମାତ୍ରା ଅଧିକ ରହିଥିବା ବେଳେ ଆଗାମୀ ୩ ଦିନରେ ତାପମତ୍ରା ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଆକାଶରୁ ଧୀରେ ଧୀରେ ବାଦଲ ହଟିବା ସହିତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ୧୬ଟି ଷ୍ଟେସନରେ ୪୦ ମିମି ବର୍ଷା ରେକର୍ଡ ହୋଇଛି । ଏହି କ୍ରମରେ ଓଡ଼ିଶାରେ ସୁନ୍ଦରଗଡ କୁତ୍ରାରେ ସର୍ବାଧିକ ୨୪.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ପଛକୁ ଢେଙ୍କାନାଳରେ 24.1 ମିମି ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା । ଆସନ୍ତାକାଲି ତାପମାତ୍ରା 18 ରୁ 19 ଡିଗ୍ରୀ ପାଖାପାଖି ରହିବା ସମ୍ଭାବନା ରହିଛି । ପରେ ସର୍ବନିମ୍ନ ତାପମାତ୍ରା କମିବା ସହ 15 ରୁ 16 ଡିଗ୍ରୀ ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ......ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେଲା 'ମିଗଜୋମ', କାଲିଠୁ ବଦଳିବ ପାଗ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details