ଓଡିଶା

odisha

ଆୟକର ଚଢ଼ାଉ ରାଜନୀତି: ସୁର କହିଲେ ମଦ ମାଫିଆଙ୍କ ଟଙ୍କା, କଂଗ୍ରେସର ସମ୍ପୃକ୍ତି ନାହିଁ

By ETV Bharat Odisha Team

Published : Dec 8, 2023, 9:56 PM IST

Sura Routray on IT raid case: ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ ଓ ଏହାକୁ ନେଇ ପ୍ରଧାନମନ୍ତ୍ରୀ ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ୍‌ କରିବା ପରେ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଏଥିରେ କଂଗ୍ରେସର କୌଣସି ସମ୍ପୃକ୍ତି ନାହିଁ । ଅଧିକ ପଢ଼ନ୍ତୁ

Sura Routray said do not blame Congress
ସୁର କହିଲେ ମଦ ମାଫିଆଙ୍କ ଟଙ୍କା

ସୁର କହିଲେ ମଦ ମାଫିଆଙ୍କ ଟଙ୍କା

ଭୁବନେଶ୍ବର: ମଦ ପ୍ରସ୍ତୁତକାରୀ କମ୍ପାନୀରେ ହେଉଥିବା ଖୋଳତାଡ଼ରୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଆୟକର ରେଡ୍ । ଏତେ ଟଙ୍କା ମିଳୁଛି ଯେ, ବସ୍ତା ବସ୍ତା ହୋଇ ଟ୍ରକରେ ବୁହାହେଉଛି । ଟଙ୍କା ଗଣି ଗଣି ଟଙ୍କାଗଣା ମେସିନ ବି ଥକି ପଡୁଛି । ଗତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଏହି ଚଢାଉ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳିଛନ୍ତି ପଲିଟିକାଲ୍‌ ମାଷ୍ଟର ଷ୍ଟ୍ରୋକ୍‌ । ଏହାକୁ ନେଇ କଂଗ୍ରେସ ବିଧାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସର ଏଥିରେ ସମ୍ପୃକ୍ତି ନଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ମଦ ପ୍ରସ୍ତୁତକାରୀ କମ୍ପାନୀର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ବିପୁଳ ଟଙ୍କା ଜବତ ଘଟଣାକୁ ନେଇ ଆଜିଠାରୁ ଆରମ୍ଭ ହୋଇଛି ରାଜନୀତି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ପରୋକ୍ଷ ଭାବେ ନାଁ ନନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ସାଂସଦ ଧିରଜ ସାହୁଙ୍କର ଏଥିରେ ଲିଙ୍କ୍‌ ଥିବା ଅଭିଯୋଗ ହେଉଥିବାବେଳେ ଏହି ଖବର ଛପିଥିବା ଏକ ଖବର କାଗଜର ଫଟୋ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନିଜ ବ୍ୟକ୍ତିଗତ ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, "ଦେଶବାସୀ ଟଙ୍କାର ପାହାଡ଼ ଦେଖନ୍ତୁ ଏବଂ ତାଙ୍କ ନେତାଙ୍କ ଭାଷଣ ଶୁଣନ୍ତୁ । ଲୋକଙ୍କ ଠାରୁ ଲୁଟିଥିବା କଡାଗଣ୍ଡା ଆଦାୟ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ମଦଭାଟି ମ୍ୟାନେଜରଙ୍କ ଘରେ ଆଇଟି ରେଡ୍: ୫୦ କୋଟି ଜବତ ! ଟଙ୍କା ଗଣିଗଣି ଥକିଲେ ଅଧିକାରୀ

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ସେ ଜଣେ ବଡ଼ ମଦ ବ୍ୟବସାୟୀ । ସେ ସମସ୍ତଙ୍କୁ ଚାନ୍ଦା ଦିଅନ୍ତି । ପଶ୍ଚିମ ଓଡିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ସେ ଟଙ୍କା ବାଣ୍ଟନ୍ତି । ଉପକୂଳ ଓଡିଶାରେ ମଧ୍ୟ ନେତାମାନେ ଚାନ୍ଦା ନିଅନ୍ତି । ସବୁ ଦଳର ନେତାମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଆୟକର ରେଡ୍‌ ଏକ ରାଜନୈତିକ ଚାଲ୍‌ । କେନ୍ଦ୍ର ସରକାର ଏଭଳି କରୁଛନ୍ତି । ଇଡି, ଆଇଟି ଓ ସିବିଆଇକୁ ହାତ ବାରିଶି କରି ଅପବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର । କଂଗ୍ରେସର ଏଥିରେ କୌଣସି ସମ୍ପୃକ୍ତି ନାହିଁ । ମିଛରେ କଂଗ୍ରେସକୁ ଦୋଷ ଦେଉଛନ୍ତି । ମିଛରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଭଳି ବ୍ୟକ୍ତିଙ୍କୁ ମଧ୍ୟ ବଦନାମ କରିବାକୁ ଘଣ୍ଟା ଘଣ୍ଟା ଧରି ସିବିଆଇ ଓ ଇଡି ଲଗାଇ ଜେରା କରିଥିଲେ ବିଜେପି ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details