ଓଡିଶା

odisha

'ଜୀବନଜୀବିକା ଓ ପ୍ରଗତି-ପ୍ରକୃତି ମଧ୍ୟରେ ସମନ୍ୱୟ ରଖିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରନ୍ତୁ'

By ETV Bharat Odisha Team

Published : Nov 1, 2023, 11:03 AM IST

ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବନ୍ୟପ୍ରାଣୀ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଅଧିକ ପଢ଼ନ୍ତୁ

ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ
ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବର ସ୍ଥିତ ଅରଣ୍ୟ ଭବନ କାର୍ଯ୍ୟାଳୟରେ ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବନ୍ୟପ୍ରାଣୀ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ମଣିଷ ଓ ବନ୍ୟଜନ୍ତୁ ଲଢେଇ କିଭଳି ଭାବରେ କମାଯାଇପାରିବ ସେନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ବୈଠକରେ କୁହାଯାଇଛି ।

ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ଥିତ ଅରଣ୍ୟ ଭବନରେ ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବନ୍ୟ ବିଭାଗ ଅଧିକାରୀଙ୍କ ସମେତ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ ।

ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

ଏହାମଧ୍ୟ ପଢନ୍ତୁ..ସ୍ବାସ୍ଥ୍ୟସେବାରେ ଲାଗିବ ଆଉ 70 ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି

ତେବେ ମଣିଷ ଓ ବନ୍ୟଜନ୍ତୁ ଲଢ଼େଇ କିଭଳି ଭାବରେ କମାଯାଇପରିବ ସେନେଇ ପଦକ୍ଷେପ ନିଆଯାଉଥିବା ବନ୍ୟପ୍ରାଣୀ ଅଧିକାରୀ ସୂଚନା ଦେଇଥିଲେ । ତେବେ ଏହାକୁ ଆହୁରି କିଭଳି ଭାବରେ ଗ୍ରାମାଞ୍ଚଳ ଲୋକଙ୍କ ସହିତ ସହଯୋଗ କରାଯାଇ କାର୍ଯ୍ୟ କରାଯିବ ସେନେଇ ବିଭାଗ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା ।

ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

ତେବେ ଏହି ଅବସରରେ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ,"ଜୀବନଜୀବିକା ଓ ପ୍ରଗତି-ପ୍ରକୃତି ମଧ୍ୟରେ ସମନ୍ୱୟ ରଖିବା ପାଇଁ ବନ୍ୟ ଅଧିକାରୀ ଆନ୍ତରିକତାର ସହ କାର୍ଯ୍ୟ କରନ୍ତୁ । ରାଜ୍ୟ ସରକାର ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଅନୁକମ୍ପା ରାଶି ବୃଦ୍ଧି, ବିଜୁ ପକ୍କା ଘର ପ୍ରଦାନ ଭଳି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାସହ ଆର୍ଥିକ ସହଯୋଗ ମଧ୍ୟ ଯୋଗାଇ ଦିଆଯାଉଛି । ଜୀବନଜୀବକା ସହ ପ୍ରଗତି ଓ ପ୍ରକୃତି ମଧ୍ୟରେ ସମନ୍ୱୟ ରଖାଯାଇପାରିଲେ ବାସ୍ତବ ବିକାଶ ହୋଇପାରିବ । ବନ ବିଭାଗର ଅଧିକାରୀ, କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗ ଫଳରେ ଓଡ଼ିଶାର ଜଙ୍ଗଲ ଓ ହେନ୍ତାଳ ବନ ବୃଦ୍ଧି ହୋଇଛି । "

ଏହାମଧ୍ୟ ପଢନ୍ତୁ..SLSWCA ବୈଠକରେ ୧୨ ପ୍ରକଳ୍ପକୁ ଅନୁମୋଦନ; ୪,୭୧୫ ନିଯୁକ୍ତି ସମ୍ଭାବନା

ସେ ଆଉ ମଧ୍ୟ କହିଥିଲେ, "ଆଗାମୀ ପିଢ଼ିଙ୍କ ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଅପରିହାର୍ଯ୍ୟ । ଗ୍ରାମାଞ୍ଚଳ ଲୋକମାନଙ୍କ ସହ ତୃଣମୂଳସ୍ତରର ଅଧିକାରୀମାନେ ସିଧାସଳଖ ଯୋଗସୂତ୍ର ରଖିଲେ ସେମାନେ ସମସ୍ତ ସୂଚନା ସିଧାସଳଖ ପାଇବେ । ଫଳରେ ମନୁଷ୍ୟ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ହେଉଥିବା ସଂଘର୍ଷ ହ୍ରାସ ପାଇବ । ମହାନଦୀ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରର ପଦ୍ମତୋଳା ପୋଖରୀଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଜଳାଶୟରେ ମାଛ, ଚିଙ୍ଗୁଡ଼ି ଓ ସମଧରଣର ଜାଆଁଳ ଛାଡ଼ିବା ଉଚିତ । ଉତ୍ତମ ସଂଯୋଜନ ପାଇଁ ବନଖଣ୍ଡମାନଙ୍କୁ ପୁରସ୍କୃତ କରାଯିବ ।"

ଅନ୍ୟପଟେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ,"5-T ଆଭିମୁଖ୍ୟର ଗୁରୁତ୍ୱକୁ ହୃଦୟଙ୍ଗମ କରି ବନଖଣ୍ଡ ଅଧିକାରୀମାନେ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ସଠିକ୍‌ ସମନ୍ୱୟ ରଖିଲେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ତ୍ୱରିତ ରୂପାୟନ ହୋଇପାରିବ । ନିଜ ନିଜ ଅଞ୍ଚଳର ରାଜସ୍ୱ, କୃଷି, ଉଦ୍ୟାନ, ମତ୍ସ୍ୟ ଅଧିକାରୀଙ୍କ ସହ ନିୟମିତ ଯୋଗସୂତ୍ରରେ ରହିବା ଆବଶ୍ୟକ ।"

ଏହାମଧ୍ୟ ପଢନ୍ତୁ..Baliyatra 2023: ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


ସେ ଆହୁରି ମଧ୍ୟ କହିଛନ୍ତି, "ଜଙ୍ଗଲ ପାଖାପାଖି ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକକୁ ପହଞ୍ଚାଇ ସେମାନଙ୍କ ମଧ୍ୟରେ ମତ୍ସ୍ୟ ଉତ୍ପାଦନ, ପରିବା, ମାଣ୍ଡିଆ ଚାଷ, ପିିସିକଲଚର ପ୍ରତି ନୀରବଚ୍ଛିନ୍ନ ଆଗ୍ରହ ସୃଷ୍ଟି କରାଯାଇପାରିଲେ ଲୋକମାନେ ଜଙ୍ଗଲ ଉପରେ ନିର୍ଭରଶୀଳ ହେବେ ନାହିଁ । ଫଳରେ ମନୁଷ୍ୟ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ହ୍ରାସ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details