ETV Bharat / state

Baliyatra 2023: ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Oct 31, 2023, 10:49 PM IST

ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା । ଏନେଇ ପ୍ରଶାସନିକ ସ୍ଥରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଥିଲା ବାଲିଯାତ୍ରା ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

Baliyatra 2023
Baliyatra 2023

Baliyatra 2023

କଟକ: ଐତିହାସିକ ବାଲିଯାତ୍ରା ପାଇଁ ବସିଲା ପ୍ରସ୍ତୁତି ବୈଠକ । ଆସନ୍ତା ମାସ ଅର୍ଥାତ୍ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା । ଏଥିପାଇଁ ପ୍ରଶାସନିକ ସ୍ଥରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଲିଯାତ୍ରା ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି ।

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନେତୃତ୍ବରେ ଆୟୋଜନ କରାଯାଇଥିବା ଏହି ବୈଠକରେ କଟକ ଜିଲ୍ଲାପାଳ, ସିଡିଏ ଅଧ୍ୟକ୍ଷ, କଟକ ଡିସିପି, ସିଏମସି କମିଶନର, ମେୟରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଶେଷ କରି ବିଦ୍ୟୁତ, ପୋଲିସ, ଅଗ୍ନିଶମ, ୱାଟକୋ ଓ ମହାନଗର ନିଗମର ଭୂମିକା ଅଧିକ ରହିଥିବା ଯୋଗୁଁ ସମସ୍ତ ବନ୍ଦୋବସ୍ତ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ବାଲିଯାତ୍ରା ପୂର୍ବରୁ ସମସ୍ତ ବ୍ୟବସ୍ଥା କରାଯିବା ପାଇଁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବାଲିଯାତ୍ରାକୁ କିଭଳି ସରସ ସୁନ୍ଦର ସହ ଅଧିକ ଆକର୍ଷଣୀୟ କରାଯିବ ସେନେଇ ଆଲୋଚନା କରାଯାଇଛି ।

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି କରାଯାଇଥିବା ବେଳେ ଏଥିପାଇଁ ମଧ୍ୟ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଉପସ୍ଥିତ ଅଧିକାରୀମାନେ କହିଛନ୍ତି । ପୂର୍ବ ବୈଠକରେ ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ ଓ ଆବଣ୍ଟନ ନେଇ ତାରିଖ ଓ ନିୟମାବଳୀ ଘୋଷଣା କରିଥିଲା କଟକ ଜିଲ୍ଲା ପ୍ରଶାସନ । ପୃଷ୍ଠପୋଷକ ବା Patronsଙ୍କ ପାଇଁ ଗତ କାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ଦୋଇଥିବା ବେଳେ ଏହା ନଭେମ୍ବର ୩ ପର୍ଯ୍ୟନ୍ତ ହେବ । ପ୍ରିମିୟମ ପୃଷ୍ଠପୋଷକ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଥିବା ବେଳେ ଗୋଲ୍ଡ ପୃଷ୍ଠପୋଷକଙ୍କ ପାଇଁ ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇଛି । ଅନନ୍ୟ ବ୍ୟବସାୟୀ,ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ପ୍ଲଟ ନିଲାମ ହେବ।

ଏହା ମଧ୍ୟ ପଢ଼ନ୍ତୁ....Baliyatra 2023: ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

ତେବେ ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧିକ ତିନୋଟି ପ୍ଲଟ ଚୟନ କରିବେ । ବ୍ୟକ୍ତିବିଶେଷ, ଅନନ୍ୟ ବ୍ୟବସାୟୀ ଓ ଅନୁଷ୍ଠାନମାନଙ୍କ ପାଇଁ ୦୪ ନଭେମ୍ବରରୁ ୧୦ ନଭେମ୍ବର ମଧ୍ୟରେ ପଞ୍ଜିକରଣ ହେବ । ସେମାନେ ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିବେ । ସକାଳ ୧୧ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ୧୧ ନଭେମ୍ବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ନିଲାମ ପ୍ରକ୍ରିୟା । ନିଲାମ ପ୍ରକ୍ରିୟା ପାଇଁ ସର୍ବନିମ୍ନ ୫୦ ଟଙ୍କା ପ୍ରତି ବର୍ଗଫୁଟ ଧାର୍ଯ୍ୟ କରାଯାଇଛି । ଦୋଳି ଓ ଅନନ୍ୟା ଖେଳ ନିମନ୍ତେ ସର୍ବନିମ୍ନ ପଞ୍ଜିକରଣ ରାଶି ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିପାଇଁ ନିଲାମ ପ୍ରକ୍ରିୟା ୧୬ ନଭେମ୍ବରୁର ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଉଠା ଦୋକାନୀ ବା ବ୍ୟବସାୟୀଙ୍କ ପାଇଁ ପଞ୍ଜିକରଣ ରାଶି ୧୦୦୦ ହଜାର ଟଙ୍କା ଧାର୍ଯ୍ୟ କରିଛି କଟକ ଜିଲ୍ଲା ପ୍ରଶାସନ । ସବୁ ପେମେଣ୍ଟ ଅନଲାଇନ ମାଧ୍ୟମରେ କରାଯିବ । ତେବେ ଚଳିତ ବର୍ଷ ନଭେମ୍ବର ୨୭ ରୁ ଅକ୍ଟୋବର ୦୪ ପର୍ଯ୍ୟନ୍ତ ଉଭୟ ଉପର ଓ ତଳ ପଡ଼ିଆରେ ଚାଲିବ ଐତିହାସିକ ବାଲିଯାତ୍ରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.