ଖୋର୍ଦ୍ଧା: କୋରୋନାର ଦ୍ବିତୀୟ ଲହର ରାଜ୍ୟରେ ଆତଙ୍କ ଖେଳାଇଛି । ସେହିପରି ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ନଜରକୁ ଆସୁଛି । କୋରୋନା ଗ୍ରାଫରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ଟୀକାକରଣ କେନ୍ଦ୍ରରେ ସାମାଜିକ ଦୂରତା ରହୁନଥିବା ଦେଖିବାକୁ ମିଳିଛି ।
ପ୍ରଶାସନର କଟକଣାକୁ ଲୋକମାନେ ଖାତିର ନକରି ସାମାଜିକ ଦୂରତାକୁ ଭୁଲିଯାଉଥିବା ନଜରକୁ ଆସିଛି । ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ପରିସରରେ ହୋଇଥିବା ଟୀକାକରଣ କେନ୍ଦ୍ରରେ ଆଜି ଶହ ଶହ ସଂଖ୍ୟାରେ ଲୋକେ ଆସିଥିବାର ଦେଖିବାକୁ ମିଳିଥିଲା । ସେଠାରେ ଲୋକମାନେ ସାମାଜିକ ଦୂରତା ଭୁଲିଯାଇଥିବା ଦେଖିବାକୁ ମିଳିଥିଲା ।