ଓଡିଶା

odisha

ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

By

Published : Dec 29, 2020, 4:59 PM IST

ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ । ତଦନ୍ତ ଜାରି । ଅଧିକ ପଢନ୍ତୁ...

road accident in khordha
ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଖୋର୍ଦ୍ଧା :ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ, ସୁଦର୍ଶନ ସାହୁ ଓ ତାଙ୍କ ଘର ଚାନ୍ଦପୁର ଥାନା ଓସ୍ତପଡା ଗାଁରେ ହୋଇଥିବା ଜଣାପଡିଛି ।

ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

ସୂଚାନ ଅନୁସାରେ, ଔରଙ୍ଗାବାଦରୁ ଏକ ପରିବାର କାରରେ ପୁରୀ ଵୁଲିବାକୁ ଯାଉଥିବାବେଳେ ଓସକେଇ ଖୋଲ ଛକ ନିକଟରେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁଦର୍ଶନଙ୍କର ମୃତ୍ୟୁ ହୋଇଥିଲା । କିଛି ସମୟ ପାଇଁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବାବେଳେ ଘଟଣାସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଗାଡିକୁ ଜବତ କରିଛି । ଏହାସହ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details