ଓଡିଶା

odisha

ଧାର୍ଯ୍ୟ ସମୟରେ ଖର୍ଚ୍ଚ ହେଉନାହିଁ ବରାଦି ଅର୍ଥ, ତାଗିଦ କଲେ ମନ୍ତ୍ରୀ

By ETV Bharat Odisha Team

Published : Oct 17, 2023, 8:58 PM IST

ଚାଷ କାର୍ଯ୍ୟରେ କମ ଖର୍ଚ୍ଚ କରି କିପରି ଅଧିକ ଉତ୍ପାଦନ ହୋଇପାରିବ ସେଥିନିମନ୍ତେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏହି କ୍ରମରେ କୃଷି ଯାନ୍ତ୍ରିକୀକରଣକୁ ଲୋକପ୍ରିୟ କରାଯାଉଛି । ଏଥି ସହିତ କୃଷି କାର୍ଯ୍ୟରେ ନାନୋ ୟୁରିଆ ପ୍ରଚଳନକୁ ଗୁରୁତ୍ବ ଦିଆଯାଇ ଚାଷୀମାନଙ୍କ ମଧ୍ୟରେ ନାନୋ ୟୁରିଆର ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି । ଅଧିକ ପଢନ୍ତୁ

ଧାର୍ଯ୍ୟ ସମୟରେ ଖର୍ଚ୍ଚ ହେଉନାହିଁ ବରାଦି ଅର୍ଥ, ତାଗିଦ କଲେ ମନ୍ତ୍ରୀ
ଧାର୍ଯ୍ୟ ସମୟରେ ଖର୍ଚ୍ଚ ହେଉନାହିଁ ବରାଦି ଅର୍ଥ, ତାଗିଦ କଲେ ମନ୍ତ୍ରୀ

ଧାର୍ଯ୍ୟ ସମୟରେ ଖର୍ଚ୍ଚ ହେଉନାହିଁ ବରାଦି ଅର୍ଥ, ତାଗିଦ କଲେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ସ୍ବତନ୍ତ୍ର କୃଷି ବଜେଟର ବ୍ୟବସ୍ଥା କରିଛନ୍ତି । ବଜେଟରେ ଅଧିକରୁ ଅଧିକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ତେବେ ଧାର୍ଯ୍ୟ ସମୟରେ ଖର୍ଚ୍ଚ ହୋଇପାରୁନାହିଁ ଅର୍ଥ । ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବରାଦି ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରିବା ଦିଗରେ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ ବୋଲି ତାଗିଦ କରିଛନ୍ତି ମନ୍ତ୍ରୀ ।

ଧାର୍ଯ୍ୟ ସମୟରେ ଖର୍ଚ୍ଚ ହେଉନାହିଁ ବରାଦି ଅର୍ଥ, ତାଗିଦ କଲେ ମନ୍ତ୍ରୀ

ବଜେଟ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଓ ସଠିକ ଉପାୟରେ ଖର୍ଚ୍ଚ କଲେ ଯୋଜନାର ସଫଳ ରୂପାୟନ ହୋଇପାରିବ । ଚାଷୀମାନଙ୍କୁ ଯୋଜନାର ସୁଫଳ ମିଳିପାରିବ । ଏହା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରାଜ୍ୟର ଚାଷୀମାନଙ୍କର ଆୟବୃଦ୍ଧି ଘଟିବ । କୃଷି ଭବନରେ ଆୟୋଜିତ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟାନ୍ବୟନର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ମନ୍ତ୍ରୀ ଏହା କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାପ୍ୟ ଓ ସୁବିଧା ଠିକଣା ସମୟରେ ହିତାଧିକାରୀଙ୍କ ନିକଟରେ ସିଧାସଳଖ ପହଞ୍ଚିଲେ ଏହାର ମହତ୍ତ୍ବ ବୃଦ୍ଧି ପାଇଥାଏ । ଚାଷୀଙ୍କ ଆୟବୃଦ୍ଧି ନିମନ୍ତେ ଫସଲରେ ବିବିଧିକରଣ କରି ଅଧିକ ଅର୍ଥକରୀ ଫସଲ ଚାଷ ଓ ସମନ୍ବିତ କୃଷିକୁ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି ।


ଅଧିକ ପଢନ୍ତୁ- ୨୦ ବର୍ଷରେ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି: ମନ୍ତ୍ରୀ

ଚାଷ କାର୍ଯ୍ୟରେ କମ ଖର୍ଚ୍ଚ କରି କିପରି ଅଧିକ ଉତ୍ପାଦନ ହୋଇପାରିବ ସେଥିନିମନ୍ତେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏହି କ୍ରମରେ କୃଷି ଯାନ୍ତ୍ରିକୀକରଣକୁ ଲୋକପ୍ରିୟ କରାଯାଉଛି । ଏଥି ସହିତ କୃଷି କାର୍ଯ୍ୟରେ ନାନୋ ୟୁରିଆ ପ୍ରଚଳନକୁ ଗୁରୁତ୍ବ ଦିଆଯାଇ ଚାଷୀମାନଙ୍କ ମଧ୍ୟରେ ନାନୋ ୟୁରିଆର ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି । ଆଗାମୀ ଦିନରେ ଖରିଫ ଫସଲ ଅମଳ ହେବାକୁ ଥିବା ପରିପ୍ରେକ୍ଷୀରେ କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ କ୍ଷେତ୍ରସ୍ତରରେ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବୈଠକରେ ସାର, ବିହନର ଯୋଗାଣ ସମେତ କୃଷି ଯାନ୍ତ୍ରିକୀକରଣ ଓ ବିଭିନ୍ନ ଯୋଜନାରେ ଅଣଧାନ ଫସଲ ଯାଥା-ଡାଲି, ତୈଳବୀଜ, ଝୋଟ, କପା ଆଦି ଚାଷକୁ ପ୍ରୋତ୍ସାହନ, ଫସଲର ବିବିଧିକରଣ, ସମନ୍ବିତ କୃଷି, ସବୁଜ ଖତରେ ଧନିଆ ଚାଷ, ଓଡ଼ିଶା ମିଲେଟ ମିଶନରେ ମାଣ୍ଡିଆ ଚାଷର ପ୍ରସାର, ଉତ୍ପାଦନ, ଉନ୍ନତ ମାନର ଆଖୁ ଚାଷ ଆଦିର ଅଗ୍ରଗତି ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଛି । ଏଥି ସହିତ ଆରଆଇଡିଏଫ ଅନ୍ତର୍ଗତ ଜଳନିଧି-୧ ଏବଂ ଜଳନିଧି-୨ର କାର୍ଯ୍ୟାନ୍ବୟନ ସଂପର୍କରେ ସମୀକ୍ଷା କରାଯାଇଛି । ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳ ଗୁଡ଼ିକରେ ଭୂତଳ ଜଳର ଉପଯୋଗ କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ସେହିପରି ନିରନ୍ତର ଆୟ ନିମନ୍ତେ ସମନ୍ବିତ କୃଷିକୁ ପ୍ରୋତ୍ସାହନ ପାଇଁ କାର୍ଯ୍ୟକାରୀ ହେଉଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏବଂ ବ୍ୟକ୍ତିଗତ ସ୍ତରରେ ସମନ୍ବତ କୃଷି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଦିଗରେ ବୈଠକରେ ଗୁରୁତ୍ବ ଦିଆଯାଇଛି ।

ବୈଠକରେ ସଘନ କୃଷି କାର୍ଯ୍ୟକ୍ରମରେ ଡାଲି, ତୈଳ ବିଜ, ଝୋଟ, ମେସ୍ତା, କପା ଚାଷର ଅଗ୍ରଗତି ସମେତ ଟେକ୍ନୋଲୋଜି ମିଶନରେ କରାଯାଉଥିବା କପା, ଆଖୁଚାଷ ସଂପର୍କରେ ସବିଶେଷ ଆଲୋଚନା ହୋଇଛି । ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲର ବିବିଧିକରଣ କରି ଅଣଧାନ ଫସଲ ଚାଷକୁ ବିଭାଗ ପକ୍ଷରୁ ଗୁରୁତ୍ବ ପ୍ରଦାନ କରାଯାଉଛି । ଏହାକୁ ଅଧିକ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ବୈଠକରେ ଚାଷୀଙ୍କ ମଧ୍ୟରେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ କୁହାଯାଇଛି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି । ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସ୍କିମ ଅଧିକାରୀଙ୍କ ସମେତ ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

TAGGED:

ABOUT THE AUTHOR

...view details