ETV Bharat / state

୨୦ ବର୍ଷରେ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି: ମନ୍ତ୍ରୀ

author img

By

Published : May 9, 2023, 10:40 PM IST

କୃଷି ଭବନରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ ଓମଫେଡର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ, ଦୁଗ୍ଧ ଚାଷୀ ସଦସ୍ୟ ସଂଖ୍ୟା ବୃଦ୍ଧି ଘଟୁ । ଦୁଗ୍ଧ ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେଉ । ଜନସାଧାରଣଙ୍କ ନିମନ୍ତେ ପୁଷ୍ଟିକର ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଯୋଗାଣ ବୃଦ୍ଧି ଦିଗରେ ଓମଫେଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ । ଅଧିକ ପଢନ୍ତୁ

୨୦ ବର୍ଷରେ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି : ମନ୍ତ୍ରୀ
୨୦ ବର୍ଷରେ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି : ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର କୃଷକଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀ ପାଳନର ବିଶେଷ ଭୂମିକା ରହିଛି । ରାଜ୍ୟ ସରକାର ଏଥି ନିମନ୍ତେ ଅନେକ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି । ବିଗତ ୨୦ ବର୍ଷରେ ରାଜ୍ୟ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାର ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ ଟନ ଥିବାବେଳେ ୨୦୨୧ରେ ୨୩ ଲକ୍ଷ ୭୩ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ରାଜ୍ୟରେ ମୁଣ୍ଡ ପିଛା ହାରାହାରି ଦୁଗ୍ଧ ଉପଲବ୍ଧତା ବଢ଼ାଇବା ଦିଗରେ ଓମଫେଡ ଅଧିକ ତତ୍ପରତା ପ୍ରକାଶ କରୁ । ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

କୃଷି ଭବନରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ ଓମଫେଡର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ, ଦୁଗ୍ଧ ଚାଷୀ ସଦସ୍ୟ ସଂଖ୍ୟା ବୃଦ୍ଧି ଘଟୁ । ଦୁଗ୍ଧ ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେଉ । ଜନସାଧାରଣଙ୍କ ନିମନ୍ତେ ପୁଷ୍ଟିକର ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଯୋଗାଣ ବୃଦ୍ଧି ଦିଗରେ ଓମଫେଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ । ସମବାୟ ସମିତି ଗଠନ ମାଧ୍ୟମରେ ଅଧିକରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ଓମଫେଡର ସଦସ୍ୟ ଭୁକ୍ତ କରିବା ସହିତ ସେମାନଙ୍କୁ ରୋଜଗାର ବୃଦ୍ଧି ଦିଗରେ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ସେ କହିଛନ୍ତି । ଏଥି ସହିତ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିମନ୍ତେ ଦୁଗ୍ଧ ଚାଷୀଙ୍କଠାରୁ ଅଧିକ ଦୁଗ୍ଧ ସଂଗ୍ରହ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ କହିଥିଛନ୍ତି ।

ରାଜ୍ୟ ସରକାରଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମରେ ଗୋପାଳକମାନେ ବିଶେଷ ଭାବରେ ଉପକୃତ ହେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଚାଷୀମାନଙ୍କର କଲ୍ୟାଣ ଦିଗରେ ଓମଫେଡର ପ୍ରତିବଦ୍ଧତା ରହିଥିବାବେଳେ ସେମାନଙ୍କର ଆର୍ଥିକ ବିକାଶ ଦିଗରେ ଓମଫେଡକୁ ଅଧିକ କ୍ରିୟାଶୀଳ ହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମିଳ୍କ ୟୁନିୟନର ସଭାପତିମାନେ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଓମଫେଡ ପକ୍ଷରୁ ସେଗୁଡ଼ିକ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁଗ୍ଧ ଚାଷୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ରାଜ୍ୟର ଦୁଗ୍ଧ ସମବାୟ ସମିତିର କାର୍ଯ୍ୟଧାରାର ଏକ ତୁଳନାତ୍ମକ ବିଶ୍ଳେଷଣ କରି ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମନ୍ତ୍ରୀଙ୍କ ଦ୍ବାରା ଓମଫେଡ ପକ୍ଷରୁ ପ୍ରକାଶିତ ପୁସ୍ତିକା ପ୍ରାଣୀପାଳନ ସହାୟିକାର ଶୁଭ ଉନ୍ମୋଚନ ହୋଇଛି । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ଓମଫେଡର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଓମଫେଡର ପରିଚାଳନା ନିର୍ଦ୍ଦେଶକ ଆଶିଷ ଚନ୍ଦ୍ର ସିହ୍ନାଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ, ମିଳ୍କ ୟୁନିୟନର ସଭାପତି ଓ ସଦସ୍ୟସଦସ୍ୟମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.