ଓଡିଶା

odisha

BSKY ନବୀନ କାର୍ଡ ପାଇଁ ଅନଲାଇନ ପଞ୍ଜିକରଣ, ଜାନୁଆରୀ ୬ ରୁ ୧୬ ଯାଏଁ ଆବେଦନ

By ETV Bharat Odisha Team

Published : Jan 1, 2024, 8:42 PM IST

BSKY Nabin Card: BSKY ନବୀନ କାର୍ଡ ପାଇଁ ହେବ ଅନଲାଇନ ପଞ୍ଜିକରଣ। ଜାନୁଆରୀ ୬ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ଅଧିକ ପଢନ୍ତୁ

BSKY Nabin Card
BSKY Nabin Card

BSKY Nabin Card

ଭୁବନେଶ୍ବର:BSKY ନବୀନ କାର୍ଡ ପାଇଁ ହେବ ଅନଲାଇନ ପଞ୍ଜିକରଣ। ଜାନୁଆରୀ ୬ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଯେଉଁ ହିତାଧିକାରୀମାନେ BSKY କାର୍ଡ ପାଇପାରିନାହାନ୍ତି ସେମାନେ ଏଥିରେ ନାମ ପଞ୍ଜିକରଣ କରିପାରିବେ। ଏନେଇ ସ୍ୱାସ୍ଥ୍ୟ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତାମାନେ ଏହି ଯୋଜନାରେ ପଞ୍ଜିକରଣ ପାଇଁ ବିବେଚିତ ହେବେ ନାହିଁ। ନବୀନ କାର୍ଡକୁ ଅନଲାଇନ ପଞ୍ଜିକରଣ କରିବା ପାଇଁ ଜନସାଧାରଣମାନଙ୍କୁ ସଚେତନତା କରାଯିବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ପଞ୍ଜିକରଣ କରିବା ଦ୍ଵାରା BSKY ରେ ନଥିବା ଉପଭୋକ୍ତାମାନେ ଏଥିରେ ସାମିଲ ହୋଇପାରିବେ। ନବୀନ କାର୍ଡ ହିତାଧିକାରୀମାନେ ତାଲିକାଭୁକ୍ତ ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଘରୋଇ ହସ୍ପିଟାଲରେ ଗୁରୁତର ରୋଗ ପାଇଁ ମାଗଣାରେ ଚିକିତ୍ସା ପାଇପାରିବେ। BSKY ନବୀନ କାର୍ଡରେ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ତେବେ ହିତାଧିକାରୀମାନେ ଆସନ୍ତା ମେ ୧ ତାରିଖଠାରୁ ଏହି ଯୋଜନାର ସୁବିଧା ପାଇବେ ବୋଲି କୁହାଯାଇଛି।

BSKY Nabin Card

ତେବେ ହିତାଧିକାରୀମାନେwww.bskynabin.odisha.gov.inପୋର୍ଟାଲରେ ଆବେଦନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସଚେତନତା କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି କାର୍ଡ ଦ୍ବାରା ଚିକିତ୍ସା କରାଯିବାକୁ ଥିବା ଗୁରୁତର ରୋଗ ଗୁଡ଼ିକ ହେଲା, ହୃଦରୋଗ , କିଡ଼ନୀ ରୋଗ, ଲିଭର ସମସ୍ୟା, ବ୍ରେନ୍ ଷ୍ଟ୍ରୋକ, ଗମ୍ଭୀର ମସ୍ତିକ କ୍ଷତ, ବ୍ରେନ୍ ଟ୍ୟୁମର, ପୋଡାଜଳା ଆହାତ, ସ୍ନ୍ୟାୟୁ, କ୍ୟାନ୍ସର ରୋଗ । ଏହାସହ ଅନ୍ୟାନ୍ୟ ଗୁରୁତର ରୋଗ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି ।

ଏହା ମଧ୍ୟ ପଢନ୍ତୁ...BSKY ନବୀନ କାର୍ଡର ଶୁଭାରମ୍ଭ; ଉପକୃତ ହେବେ ୧.୧୦ କୋଟିରୁ ଅଧିକ ପରିବାର

ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କିଭଳି ଭାବରେ ଲୋକମାନେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ଯେଭଳି ଭାବରେ ଅର୍ଥ ଅଭାବରୁ ରାଜ୍ୟରେ କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେବେ ସେନେଇ ବିଶେଷ ଭାବରେ ଧ୍ୟାନ ଦିଆଯାଉଛି । ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା। ଏହାଦ୍ବାରା ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details