ଓଡିଶା

odisha

କାହିଁକି ଡ୍ୟୁଟିରେ ଥିବା ସାମ୍ବାଦିକାଙ୍କୁ ମାଡ ମାରିଲେ ପ୍ରଯୋଜକ ? ଘଟଣା କହୁ କହୁ କାନ୍ଦି ପକାଇଲେ ଦେବସ୍ମିତା

By ETV Bharat Odisha Team

Published : Nov 3, 2023, 10:04 PM IST

ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ପ୍ରଯୋଜକଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ । ପରେ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ପରେ ପୋଲିସ ମାମଲା ରୁଜୁ କରି ସଙ୍ଗୀନ ଦଫା ଲଗାଇଛି । ଅଧିକ ପଢନ୍ତୁ

ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର
ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର

କାହିଁକି ଡ୍ୟୁଟିରେ ଥିବା ସାମ୍ବାଦିକାଙ୍କୁ ମାଡ ମାରିଲେ ପ୍ରଯୋଜକ ? ଘଟଣା କହୁ କହୁ କାନ୍ଦି ପକାଇଲେ ଦେବସ୍ମିତା

ଭୁବନେଶ୍ବର: ଇଟିଭି ଭାରତମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ପ୍ରଯୋଜକଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ । ଫିଲ୍ମ ହଲ୍ ସାମ୍ନାରେ ମାଡ଼ ମାରିବା ସହ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ ମାରିବା ସହିତ ଠେଲାପେଲା କରିଛନ୍ତି ଓଡ଼ିଆ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ । ସାମ୍ବାଦିକା ଦେବସ୍ମିତା ରାଉତ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଏନେଇ ପୋଲିସର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଭୁବନେଶ୍ୱର ଏସ କମ୍ପ୍ଲେକ୍ସରେ 'ପ୍ରଥା' ଫିଲ୍ମର ପ୍ରିମିୟର ସୋ'ର ଖବର ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ଦେବସ୍ମିତା ଖବର‌ ପାଇଁ ଅପେକ୍ଷା କରି ଠିଆ ହୋଇଥିବା ସମୟରେ ସେହି ଠାରେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ ହଠାତ୍ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ । ପରେ ତାଙ୍କର ବୁମ ତଳେ ପଡିଯାଇଥିବା ବେଳେ ଟୁଟୁ ନଉଠାଇ ଚାଲି ଯାଇଥିଲେ । ଏପଟେ ଖାରବେଳ ନଗର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି । ଇଟିଭି ଭାରତର ସିନେ ରିପୋର୍ଟର ଦେବସ୍ମିତା ରାଉତଙ୍କ ଅଭିଯୋଗ ଅନୁସାରେ, ଭୁବନେଶ୍ବର ଏସ କମ୍ପ୍ଲେକ୍ସରେ ଏକ ଫିଲ୍ମର ପ୍ରିମିୟର ସୋ’ ପାଇଁ ଖବର ପରିବେଷଣ ପାଇଁ ଯାଇଥିଲେ ।

ସେଠାରେ ଦେବସ୍ମିତା ଖବର‌ ପାଇଁ ଛିଡ଼ା ହୋଇଥିବା ସମୟରେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ହଠାତ୍ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏନେଇ ଦେବସ୍ମିତା କିଛି ଜାଣିବା ପୁର୍ବରୁ ପୁଣି ତାଙ୍କ ପିଠିକୁ ଆକ୍ରମଣ ସହ ତାଙ୍କୁ କିଛି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି । ଏହାପରେ ତାଙ୍କର ମୋବାଇଲ ସହ ତାଙ୍କର ବୁମ ତଳେ ପଡି ଯାଇଥିଲା । "ତେବେ କାହିଁକି ଏଭଳି ଆଚରଣ କରୁଛନ୍ତି ?" ବୋଲି ଟୁଟୁ ନାୟକଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକା । ହେଲେ ସେ କୌଣସି ଉତ୍ତର ଦେଇନଥିଲେ ।

ଏହା ବି ପଢନ୍ତୁ...Journalist Attacked: ମୋ ସମ୍ମାନରେ ଆଞ୍ଚ ଲାଗିଛି, ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ: କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଲେ ସାମ୍ବାଦିକା

ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ଼ ମାରିବା ସହ ସଞ୍ଜୟ ନାୟକ ଖରାପ ଭାଷା ପ୍ରୟୋଗ କରିଥିବା ନେଇ ଅଭିଯୋଗ ହୋଇଛି । ଟୁଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକା । ଏନେଇ ସେ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ସେପଟେ ଏହି ଅଭିଯୋଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଟୁଟୁ ନାୟକ ଥଟ୍ଟାରେ ଏପରି କରିଥିବା କହିଛନ୍ତି । ସମସ୍ତଙ୍କ ସାମ୍ନାରେ ହାତ ଉଠାଇ ଏପରି ମାଡ଼ ମାରିଥିବାରୁ ଭାଙ୍ଗି ପଡିଥିବା ନେଇ କହିଛନ୍ତି ସାମ୍ବାଦିକା । ଜଣେ ମହିଳାଙ୍କ ଉପରେ ଏପରି ହାତ ଉଠାଇବା ଏବଂ ସର୍ବସମ୍ମୁଖରେ ଟୁଟୁ ନାୟକଙ୍କ ଏଭଳି ଆଚରଣକୁ ନିନ୍ଦା କରାଯାଇଛି । ସେପଟେ "ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ସମସ୍ତେ କଳାବ୍ୟାଜ ପରିଧାନ କରି ଆନ୍ଦୋଳନ କରିବେ "ବୋଲି କହିଛନ୍ତି ବବିତା କର ।

ଏପଟେ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ମାମଲା ରୁଜୁ । ଭୁବନେଶ୍ଵର ଖାରବେଳନଗର ଥାନାରେ ମାମଲା ରୁଜୁ । ଟୁଟୁଙ୍କ ନାଁରେ ଅସଦାଚରଣ ପରି ଲାଗିଛି ସଙ୍ଗିନ ଦଫା ଲାଗିଛି । ଟୁଟୁଙ୍କ ନାଁରେ ଲାଗିଛି ଦଫା 354, 294, 341 ଓ 323 । ଦଫା 354- ମହିଳାଙ୍କୁ ଅସଦାଚରଣ । ଦଫା 294- ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା । ଦଫା 341- କିଛି ସମୟ ପାଇଁ ଅଟକାଇବା । ଦଫା 323- ଆଘାତ ଦେବା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details