Journalist Attacked: ମୋ ସମ୍ମାନରେ ଆଞ୍ଚ ଲାଗିଛି, ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ: କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଲେ ସାମ୍ବାଦିକା

By ETV Bharat Odisha Team

Published : Nov 3, 2023, 5:50 PM IST

thumbnail

ଭୁବନେଶ୍ବର: ଗୁଣ୍ଡା ଗର୍ଦ୍ଦିର ସୀମା ଟପିଲେ ଅପବାଦର ବାଦଶାହ ମୁଣ୍ଡାଇଥିବା ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ । ଏହି ଆତ୍ମଘୋଷିତ ପ୍ରଯୋଜକ  ମାନସିକ ସ୍ତରରେ ଏତେ ଦୁର୍ବଳ ଯେ ସର୍ବସାଧାରଣରେ ନିଜର ହିତାହିତ ଜ୍ଞାନକୁ ଭୁଲିଯାଇଛନ୍ତି । କର୍ତ୍ତବ୍ୟରତ ଇଟିଭି ଭାରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ ମାରିଛନ୍ତି । ଯାହାର ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି ସିସିଟିଭିରେ ।  ଔଦ୍ଧତ୍ୟର ସୀମା ଟପିଥିବା ଟୁଟୁ ନାୟକଙ୍କ ପୁରା କାରନାମା ସିସିଟିଭିରେ କଏଦ ହୋଇଥିବା ବେଳେ, ଏନେଇ ଖାରବେଳ ନଗର ଥାନାରେ ଏତଲା ରୁଜୁ ହୋଇଛି । 

ଏତଲା ପରେ ପୋଲିସ ଘଟଣା ସ୍ଥଳର ପହଞ୍ଚି ତଦନ୍ତ ଜାରି ରଖିଛି । ପ୍ରଶ୍ନ ଉଠୁଛି ଜଣେ ମହିଳା ସାମ୍ବାଦିକାଙ୍କୁ କାହିଁକି ମାଡ ମାରିଲେ ଆତ୍ମଘୋଷିତ ପ୍ରଯୋଜକ ଟୁଟୁ ନାୟକ । ମାଡ ମାରିବାର ଅଧିକାର ତାଙ୍କୁ ଦେଲା କିଏ ? ଏହି ପୁରା ଘଟଣା ଘଟିଛି ଭୁବନେଶ୍ବର ଏସ କମ୍ପ୍ଲେକ୍ସରେ ।  ଏକ ଫିଲ୍ମର ପ୍ରିମିୟର ସୋ ପାଇଁ ଖବର ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ଦେବସ୍ମିତା ଖବର‌ ପାଇଁ ଛିଡ଼ା ହୋଇଥିବା ସମୟରେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ହଠାତ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ ।  

ସାମ୍ବାଦିକା ଦେବସ୍ମିତା ରାଉତ କହିଛନ୍ତି, କଣ ପାଇଁ ମୋତେ ବାଡ଼େଇଲେ ମୋତେ ଜଣା ନାହିଁ । ପଛପଟୁ ଆସି ବାଡେଇଲେ, ତାଙ୍କୁ ଏ ଅଧିକାର କିଏ ଦେଲା । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଲେ । ମୋ ସମ୍ମାନରେ ଆଞ୍ଚ ଲାଗିଛି, ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.