ଓଡିଶା

odisha

ମେଣ୍ଟର ପ୍ରଶ୍ନ ନାହିଁ, ଭାରତ ରାଜନୀତିରେ ମେଣ୍ଟ ରାଜନୀତି ସମାପ୍ତ ହେବାକୁ ଯାଉଛି: ମନମୋହନ

By

Published : Aug 2, 2023, 10:36 PM IST

ସଂସଦରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ସମର୍ଥନ ଦେବାପରେ ଉଭୟ ଦଳ ଏବେ ବି ମେଣ୍ଟରେ ରହିଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ମେଣ୍ଟର ପ୍ରଶ୍ନ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

ଭାରତ ରାଜନୀତିରେ ମେଣ୍ଟ ରାଜନୀତି ସମାପ୍ତ ହେବାକୁ ଯାଉଛି
ଭାରତ ରାଜନୀତିରେ ମେଣ୍ଟ ରାଜନୀତି ସମାପ୍ତ ହେବାକୁ ଯାଉଛି

ଭାରତ ରାଜନୀତିରେ ମେଣ୍ଟ ରାଜନୀତି ସମାପ୍ତ ହେବାକୁ ଯାଉଛି

ଭୁବନେଶ୍ବର: ଦିଲ୍ଲୀ ଆଇନ ସଂଶୋଧନ ଅଧ୍ୟାଦେଶକୁ ସମର୍ଥନ କରିବ ବିଜେଡି । ଏପରିକି ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଗୁଡ଼ିକ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ ବୋଲି ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଦଳର ଷ୍ଟାଣ୍ଡ୍‌ ପରିଷ୍କାର କରିଛନ୍ତି । ସେଥିପାଇଁ ଦଳରେ ସାଂସଦମାନଙ୍କୁ ହ୍ବିପ୍‌ ମଧ୍ୟ ଜାରି ହୋଇଛି । ତେବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିଜେପି ଓ ବିଜେଡିର ଭିତିରି ସମ୍ପର୍କର ପର୍ଦ୍ଦାଫାସ୍‌ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ସେପଟେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ମନମୋହନ କହିଛନ୍ତି, "ଯଦି ପଲିଟିକାଲ ପାର୍ଟି ପଲିଟିକ୍ସରେ ଜଣେ କିଏ ସମର୍ଥନ ଦେଲା, ଆମକୁ ସମର୍ଥନ ନେବାରେ ଅସୁବିଧା ନାହିଁ । ବିଜେଡି କାହିଁକି ସମର୍ଥନ ଦେଲା, କେଉଁ ପରିସ୍ଥିତିରେ ଦେଲା, ସେ କଥା ତାଙ୍କୁ ପଚାରନ୍ତୁ । ନବୀନ ବାବୁଙ୍କୁ ପଚାରନ୍ତୁ । ସମର୍ଥନ ଆମେ ମାଗିନାହୁଁ । ସମର୍ଥନ ଯିଏ ଦେବେ କଣ ପାଇଁ ଦେବେ କାହିଁକି ଦେବେ ତାଙ୍କୁ ପଚାରିବେ । ଆମେ ରାଜନୈତିକ ଦଳ ହିସାବରେ ସମସ୍ତଙ୍କୁ ଭୋଟ ପାଇଁ ସମର୍ଥନ ମାଗୁ । ଆମେ ତାଙ୍କୁ କିନ୍ତୁ ସମର୍ଥନ ମାଗିନାହୁଁ, ସେ କାହିଁକି ଦେଲେ ତାଙ୍କୁ ପଚାରନ୍ତୁ । ସେମାନେ ସବୁ ଦିନ ସ୍ପଷ୍ଟ କରୁଛନ୍ତି, ଆମେ ସମଦୂରତ୍ବ ବଜାୟ ରଖୁଛୁ, କୌଣସି ଦଳ ସହିତ ଆମେ ନାହୁଁ । ତେଣୁ ଏଥିରେ ଅଧିକ ଆଲୋଚନା କାହିଁକି କରିବା । ଆମେ ଧମକେଇ ନେଲୁ କି ଡରେଇକି ନେଲୁ, ସେକଥା ବିଜେଡି ସୁପ୍ରିମୋଙ୍କୁ ପଚାରନ୍ତୁ । ଭଗବାନକୁ ଡରିବା କଥା, ଅନ୍ୟମାନଙ୍କୁ କାହିଁକି ଡରିବେ । ଆମେ ଗୋଟେ ସାମ୍ପ୍ରଦାୟିକ ଦଳ, କାହିଁକି ସମର୍ଥନ ଦେଲେ ତାଙ୍କୁ ପଚାରନ୍ତୁ । ବିଜେପିକୁ କେହି ଚେକ୍‌ ଦେଇପାରିବେନି । ବିଜେପି ସାଧାରଣ ଲୋକଙ୍କୁ ନେଇ ନିର୍ବାଚନ ଲଢ଼ିବ । ସାଧାରଣ ଲୋକଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ । ଆମେ ଭିପି ସିଂହଙ୍କୁ ସମର୍ଥନ କରିଥିଲୁ । ଏହା ହେଉଛି ପଲିଟିକାଲ କମ୍ପଲ୍‌ସନ୍‌ । ଲଢେଇ ହେବ, ବିଜେପି ଯଶସ୍ବୀ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ନିଜର ସ୍ଥିତି ବଞ୍ଚାଇବାକୁ ବିବେକ ଜଳାଞ୍ଜଳି ଦେଲେ ନବୀନ: କଂଗ୍ରେସ

କଂଗ୍ରେସର ବିଜେପି-ବିଜେଡି ମେଣ୍ଟ ଅଭିଯୋଗରେ ମନମୋହନ କହିଛନ୍ତି, "ମେଣ୍ଟର ପ୍ରଶ୍ନ ନାହିଁ । ଭାରତ ରାଜନୀତିରେ ମେଣ୍ଟ ରାଜନୀତି ସମାପ୍ତ ହେବାକୁ ଯାଉଛି । ମେଣ୍ଟ କାହିଁକି ହେବ ? ୨୦୦୯ ମସିହାରୁ ବିଜେପି ଏବଂ ବିଜେଡିର ମେଣ୍ଟ ନାହିଁ, ସମ୍ପର୍କ ନାହିଁ, ସମର୍ଥନ ନାହିଁ । ବୈଚାରିକ ଦୃଷ୍ଟି କୋଣରୁ ଅବା ଆଦର୍ଶ ଦୃଷ୍ଟି କୋଣରୁ ବିଜେପି ଏକ ଆଦର୍ଶବାଦୀ ଦଳ, ରାଷ୍ଟ୍ରଭକ୍ତ ଦଳ । ବିଜେଡି ନୀତି ଆଦର୍ଶ କଣ ତାଙ୍କୁ ପଚାରନ୍ତୁ । ୧୪୭ ବିଧାନସଭା ଏବଂ ୨୧ ଲୋକସଭା ସିଟ୍‌ ଆମେ ଲଢ଼ିବୁ । ଗମ୍ଭୀର ଭାବେ ଲଢ଼ିବୁ, ଦାୟିତ୍ବବାନ ବିରୋଧୀ ଦଳ ହିସାବରେ ରାଜ୍ୟରେ ଯେଉଁ ଦୁର୍ନୀତି, ଭ୍ରଷ୍ଟାଚାର ଚାଲିଛି ତା ବିରୋଧରେ ଆମେ ସଂଗ୍ରାମ କରିବୁ । ସାଧାରଣ ଲୋକ ଠିକ୍‌ ବୁଝିଛନ୍ତି, ଏଠି ବିଜେଡି ସରକାର ଯିବା ଦରକାର ଓ ବିଜେପି ଆସିବା ଦରକାର । ଡବଲ ଇଞ୍ଜିନ ସରକାର ହେବା ଦରକାର । ଲୋକ ବୁଝି ସାରିଛନ୍ତି । ବେଙ୍ଗଲ୍‌ରେ ସିପିଏମ୍‌କୁ ହରାଇବା ଲୋକ ସିପିଏମ୍‌ ବାଲା ଥିଲେ । ଏଥର ବିଜେଡି ଲୋକ ଓଡିଶାରେ ବିଜେଡିକୁ ହରାଇବେ, ଅନ୍ୟ କେହି ଆସିବେନି । ବିଜେଡିର ସବୁ ଗ୍ରୁପ ବିଜେଡିକୁ ହରେଇବା ପାଇଁ ମନ ସ୍ଥିର କରିଦେଇଛନ୍ତି । ଆଉ ରହିଲା କଂଗ୍ରେସ, କଂଗ୍ରେସ ଦୋକାନ ରହିଲେ ଆଲୋଚନା କରିବ ସିନା । କଂଗ୍ରେସ ତାର ସ୍ଥିତି ରକ୍ଷା କରି ପାରିନାହିଁ । ୬ଟା ଉପ ନିର୍ବାଚନରେ ଦୁଇ-ତିନି ପ୍ରତିଶତ ଭୋଟ ପାଇଛି । ସେ ବଞ୍ଚିବା ପାଇଁ କହୁଛି, କହିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details