ଓଡିଶା

odisha

ଆଜି ରାସାୟନିକ ବିପର୍ଯ୍ୟୟ ସଂପର୍କିତ ମକ ଏକ୍ସରସାଇଜ

By ETV Bharat Odisha Team

Published : Jan 11, 2024, 8:00 AM IST

Mock Exercise On Chemical Disaster: ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ରାସାୟନିକ ବିପର୍ଯ୍ୟୟ ସଂପର୍କିତ ମକ ଏକ୍ସରସାଇଜ । ଓଡ଼ିଶା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି ରାଜ୍ୟସ୍ତରୀୟ ମକ ଏକ୍ସରସାଇଜ ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

ରାସାୟନିକ ବିପର୍ଯ୍ୟୟ
ରାସାୟନିକ ବିପର୍ଯ୍ୟୟ

ଭୁବନେଶ୍ବର: ଆଜି ଅନୁଷ୍ଠିତ ହେବାକୁ ଯାଉଛି ରାସାୟନିକ ବିପର୍ଯ୍ୟୟ ସଂପର୍କିତ ମକ ଏକ୍ସରସାଇଜ । ଓଡ଼ିଶା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି ରାଜ୍ୟସ୍ତରୀୟ ମକ ଏକ୍ସରସାଇଜ ଅନୁଷ୍ଠିତ ହେବ । ମକ ଏକ୍ସରସାଇଜରେ ୧୦ ଜିଲ୍ଲାର ୨୮ ଶିଳ୍ପ ସଂସ୍ଥା ସହ ପାରାଦ୍ଵୀପ ପୋର୍ଟ ସାମିଲ ହେବେ । ଏଥିପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୁଧବାର ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ରାସାୟନିକ ବିପର୍ଯ୍ୟୟର ପ୍ରସ୍ତୁତି ସଂପର୍କିତ ଏକ ରାଜ୍ୟସ୍ତରୀୟ ମକ ଏକ୍ସରସାଇଜ ଅନୁଷ୍ଠିତ ହେବ । ଏଥିରେ ୧୦ଟି ଜିଲ୍ଲା ଅନୁଗୋଳ, ବାଲେଶ୍ଵର, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ର ୨୮ଟି ଶିଳ୍ପ ସଂସ୍ଥା ସହ ପାରାଦ୍ଵୀପ ପୋର୍ଟ ମଧ୍ୟ ଯୋଗଦେବେ । ଏହିଭଳି ମକ ଏକ୍ସରସାଇଜର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସାୟନିକ ବିପର୍ଯ୍ୟୟ ଭଳି ଜରୁରୀକାଳୀନ ପରିସ୍ଥିତିର କିପରି ମୁକାବିଲା କରାଯାଇପାରିବ । ଏଥିରେ କିପରି ତାଳମେଳ ରଖି ତ୍ଵରିତ ସତର୍କ ସୂଚନା, ସ୍ଥାନାନ୍ତର, ସ୍ଥାନୀୟ ଶିଳ୍ପ ଓ କ୍ଷେତ୍ରସ୍ତରୀୟ ସରକାରୀ ସଂସ୍ଥା ମଧ୍ୟରେ ସମନ୍ଵୟ ରକ୍ଷା କରି ବିପର୍ଯ୍ୟୟର ସଫଳ ପରିଚାଳନା କରିହେବ ସେ ଦିଗରେ ଗୁରୁତ୍ବ ଆରୋପ କରାଯାଇଛି ।

ଏହାର ପ୍ରାକ ପ୍ରସ୍ତୁତି ସ୍ବରୁପ ଏକ ଟେବୁଲ ଟପ ଏକ୍ସରସାଇଜ ଭୁବନେଶ୍ବର ରାଜ୍ୟ ଜରୁରୀକାଳୀନ ଅପରେସନ ସେଣ୍ଟର ଓ ୧୦ ଗୋଟି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଚିହ୍ନଟ ହୋଇଥିବା ଶିଳ୍ପସଂସ୍ଥା ଓ ପାରାଦ୍ଵୀପ ପୋର୍ଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭିସି ଜରିଆରେ ବୈଠକରେ ଆଲୋଚନା ହୋଇଯାଇଛି । ଏଥିରେ ସମସ୍ତେ ଏକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିଓର ଆଧାରରେ କିପରି ବିପର୍ଯ୍ୟୟର ମୁକାବିଲାକୁ ସହଜ କରାଯାଇପାରିବ ସେ ଦିଗରେ ସହମତ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଟେବୁଲ ଟପ ଏକ୍ସରସାଇଜରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରାମର୍ଶଦାତା କର୍ଣ୍ଣେଲ କୀର୍ତ୍ତି ପ୍ରତାପ ସିଂ, କମାଣ୍ଡାଣ୍ଟ ଆଦିତ୍ୟ କୁମାର, ମେମ୍ବର ଆତା ହସନ, ଓସଡ଼ମାର ପରିଚାଳନା ନିର୍ଦ୍ଦେଶକ ଡ. ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ଆପଦ ମିତ୍ର, ଯୁବପିଢ଼ିଙ୍କୁ ଦିଆଯାଉଛି ତାଲିମ

ଆଲୋଚନାରେ ଅଂଶଗ୍ରହଣ କରିବା ସହ ଏଥିରେ ଏନଡିଆରଏଫ, ଇଣ୍ଡିଆନ ଆର୍ମି, ଇଣ୍ଡିଆନ ଏୟାରଫୋର୍ସ, ଇଣ୍ଡିଆନ ନାଭି, ସିଆଇଏସଏଫ, ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା, ଓଡ୍ରାଫ, ସିଭିଲ ଡିଫେନ୍ସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଏସଆରସି ଓ ଓସଡମାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଇଣ୍ଡିଆନ କୋଷ୍ଟ ଗାର୍ଡ, ସିଆଇଏସଏଫ, ଏୟାରପୋର୍ଟ ଅଧିକାରୀମାନେ ଓ ଏଥିସହ ସଂପୃକ୍ତ ବିଭାଗର ଅଧିକାରୀମାନେ ମଧ୍ୟ ଭିସି ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ଏଥିରେ ରାସାୟନିକ ବିପର୍ଯ୍ୟୟ ସଂପର୍କିତ ପ୍ରସ୍ତୁତି ମକ ଏକ୍ସରସାଇଜର ଆଭିମୁଖ୍ୟ ଓ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details