ଓଡିଶା

odisha

ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲା, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବ ମୋ ଦଳ

By ETV Bharat Odisha Team

Published : Oct 14, 2023, 10:15 PM IST

ଅନ୍ୟପଟେ ବେଦାନ୍ତ ପ୍ରୀତି ଖାଲି ବିଜେଡି ସରକାର ବା ନବୀନ ପଟ୍ଟନାୟକଙ୍କ ନାହିଁ ଉଭୟ ବିଜେପି ଓ କଂଗ୍ରେସର ଅଛି ସେଥିପାଇଁ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ପାଟି ଖୋଲୁ ନାହାନ୍ତି କି ବିରୋଧ କରୁନାହାନ୍ତି ବୋଲି ଅଭିଯୋଗ କରିଛି ମୋ ଦଳ । କାରଣ ସେତେବେଳର ରାଜସ୍ବ ମନ୍ତ୍ରୀ ଏବେ ବିଜେପିର ରାଜ୍ୟ ସଭାପତି । ସେତେବେଳର ମୁଖ୍ୟ ଶାସନ ସଚିବ ଏବେ କଂଗ୍ରେସର ବରିଷ୍ଠ ନେତା । ଅଧିକ ପଢନ୍ତୁ

ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲା, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବ ମୋ ଦଳ
ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲା, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବ ମୋ ଦଳ

ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲା, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବ ମୋ ଦଳ

ଭୁବନେଶ୍ବର: ଅକ୍ଟୋବର ୧୭ ତାରିଖରେ ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେବ ମୋ ଦଳ । ସତ୍ୟାଗ୍ରହ କରି କ୍ୟାପିଟାଲ ଥାନାରେ ଏତଲା ଦେବ ମୋ ଦଳ । ଏହାସହ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା କରିବାକୁ ଦାବି କରିଛି ଦଳ । ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲାରେ ସୁପ୍ରିମକୋର୍ଟ କହିଲେ ଚାଷୀଙ୍କ ଜମି ଫେରାଅ । ତାସହ ଏତେ ବଡ ଅପରାଧିକ କାର୍ଯ୍ୟକଳାପରେ ଯିଏ ଦାୟୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । କିନ୍ତୁ ସରକାର ନା ଆଜି ଯାଏଁ ନା ଜମି ଫେରାଇଲେ ନା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ । ଯେଉଁଥିରେ ମୂଳ କାର୍ପଟଦାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ରାତି ଅଧିଆ ଜଗନାଥଙ୍କ ଅମୃତ ମଣୋହି ସମ୍ପତି ଓ ଚାଷୀଙ୍କ ସମ୍ପତି ସହ ଦୁଇ ଦୁଇଟି ନଈ ଓ ଅଭୟାରଣ୍ୟ ଥିବା ଜଙ୍ଗଲ ଜମିକୁ ଘରୋଇ କମ୍ପାନୀକୁ ବେଆଇନ ଭାବେ ଟେକି ଦିଆଗଲା ।

ଅଧିକ ପଢନ୍ତୁ- ଗଠନ ହେଲା ‘ମୋ ଦଳ'; ଗଣିକା ତନ୍ତ୍ର ବଦଳରେ ଗଣତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟ

ହେଲେ ଆଇନ ତା ବାଟରେ କହୁଥିବା ମୁଖ୍ୟମନ୍ତ୍ରୀ ଏଘଟଣାରେ ଚୁପ ରହିଲେ । ବିଶ୍ବବିଦ୍ୟାୟ ଲିଜ ମାମଲାରେ ଆଇନକୁ ବାଟବଣା କରିଦିଆଗଲା । ଶାଗ ମାଛ ଦରରେ ଗରିବଙ୍କ ଲୋକଙ୍କ ଜମିକୁ ସରକାର ବେଦାନ୍ତକୁ ଦେଇଦେଲେ । ଏହାକୁ ନେଇ ଅନେକ ବିବାଦ ଓ ଆନ୍ଦୋଳନ ପରେବି ଚାଷୀଙ୍କୁ ସେମାନଙ୍କ ଜମି ମିଳିଲାନି । ତେଣୁ ରାଜ୍ୟ ସରକାରଙ୍କ ବେଦାନ୍ତ ପ୍ରୀତିକୁ ବିରୋଧ କରି ଚାଷୀଙ୍କୁ ସ୍ବାର୍ଥରେ ଯେତେବେଳେ ଆମେ ପଦଯାତ୍ରା ପାଇଁ ଅନୁମତି ମାଗିଲୁ ତାହା ମଧ୍ୟ ମିଳିଲାନାହିଁ । ତେଣୁ ଅଧିକାରର ଲଢେଇ ପାଇଁ ଗଣତନ୍ତ୍ରରେ ଅର୍ଥାତ ସମ୍ବିଧାନ ଧାରା ୧୯ରେ ଆମର ଅଧିକାର ଥିବାରୁ ଆମେ ସରକାରଙ୍କ ଏହି ଅଗଣତାନ୍ତ୍ରିକ ନୀତିକୁ ବିରୋଧ କରୁଛୁ କ୍ଷୋଭ ପ୍ରକାଶ କରୁଛୁ । ସେଥିପାଇଁ ପଦଯାତ୍ରା ବଦଳରେ ଆମେ ସତ୍ୟାଗ୍ରହ କରି ସରକାର ବା ନବୀନ ପଟନାୟକ ବିରୋଧରେ ଏତଲା ଦେବୁ ।

ଅନ୍ୟପଟେ ବେଦାନ୍ତ ପ୍ରୀତି ଖାଲି ବିଜେଡି ସରକାର ବା ନବୀନ ପଟ୍ଟନାୟକଙ୍କ ନାହିଁ ଉଭୟ ବିଜେପି ଓ କଂଗ୍ରେସର ଅଛି ସେଥିପାଇଁ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ପାଟି ଖୋଲୁ ନାହାନ୍ତି କି ବିରୋଧ କରୁନାହାନ୍ତି ବୋଲି ଅଭିଯୋଗ କରିଛି ମୋ ଦଳ । କାରଣ ସେତେବେଳର ରାଜସ୍ବ ମନ୍ତ୍ରୀ ଏବେ ବିଜେପିର ରାଜ୍ୟ ସଭାପତି । ସେତେବେଳର ମୁଖ୍ୟ ଶାସନ ସଚିବ ଏବେ କଂଗ୍ରେସର ବରିଷ୍ଠ ନେତା। ତେଣୁ ମୋ ଦଳ ପକ୍ଷରୁ କଟକରୁ ଭୁବନେଶ୍ବର ପଦଯାତ୍ରା କରି କ୍ୟାପିଟାଲ ଥାନାରେ ଏତଲା ଦେବାକୁ ଆବେଦନ କଲୁ । ହେଲେ ସରକାର ଏବଂ ପୋଲିସ ତାକୁ ଅନୁମତି ଦେବେ ନାହିଁ । ସରକାର ଜାଣି ଶୁଣି ମୋ ଦଲକୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିପାରିବେ ନାହିଁ ।

ଏଥି ପାଇଁ ସତ୍ୟାଗ୍ରହ କରିବ ମୋ ଦଳ । ଆଇନ ଅମାନ୍ୟ କରିବୁ ଅସହଯୋଗ କରିବୁ । ସରକାର ଯଦି ଗିରଫ କରିବେ ଜେଲଭର ଆନ୍ଦୋଳନର କରିବୁ ଅନ୍ୟପଟେ ବେଦାନ୍ତ ପ୍ରୀତି ଖାଲି ବିଜେଡି ସରକାର ବା ନବୀନ ପଟ୍ଟନାୟକଙ୍କ ନାହିଁ ଉଭୟ ବିଜେପି ଓ କଂଗ୍ରେସର ଅଛି ସେଥିପାଇଁ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ପାଟି ଖୋଲୁ ନାହାନ୍ତି କି ବିରୋଧ କରୁନାହାନ୍ତି ବୋଲି ଅଭିଯୋଗ କରିଛି ଦଳ । କାରଣ ସେତେବେଳର ରାଜସ୍ବ ମନ୍ତ୍ରୀ ଏବେ ବିଜେପିର ରାଜ୍ୟ ସଭାପତି । ସେତେବେଳର ମୁଖ୍ୟ ଶାସନ ସଚିବ ଏବେ କଂଗ୍ରେସର ବରିଷ୍ଠ ନେତା ।

ତେଣୁ ମୋ ଦଳ ପକ୍ଷରୁ କଟକରୁ ଭୁବନେଶ୍ବର ପଦଯାତ୍ରା କରି କ୍ୟାପିଟାଲ ଥାନାରେ ଏତଲା ଦେବାକୁ ଆବେଦନ କଲୁ । ହେଲେ ସରକାର ଏବଂ ପୋଲିସ ତାକୁ ଅନୁମତି ଦେବେ ନାହିଁ । ସରକାର ଜାଣି ଶୁଣି ମୋ ଦଳକୁ ଆଭିଧାନିକ ଅଧିକାରରୁ ବଞ୍ଚିତ କରିପାରିବେ ନାହିଁ । ଏଠି ପାଇଁ ସତ୍ୟାଗ୍ରହ କରିବ ମୋ ଦଳ । ଆଇନ ଅମାନ୍ୟ କରିବୁ ଅସହଯୋଗ କରିବୁ । ସରକାର ଯଦି ଗିରଫ କରିବେ ଜେଲ୍ ଭର ଆନ୍ଦୋଳନର କରିବୁ ବୋଲି ଧମକ ଦେଇଛି ମୋ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details