ଓଡିଶା

odisha

NHRCରେ ପହଞ୍ଚିଲା ଭାରତୀ ସିଂଙ୍କୁ ନିଲମ୍ବନ ଘଟଣା

By ETV Bharat Odisha Team

Published : Oct 6, 2023, 9:54 PM IST

ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ବନ କରିବା ଘଟଣା । ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗରେ NHRCରେ ରୁଜୁ ହୋଇଛି ମାମଲା । ଅଧିକ ପଢନ୍ତୁ

lady bank mitra suspended isuue
ଭାରତୀଙ୍କୁ ନିଲମ୍ବନ ନେଇ NHRCରେ ମାମଲା

ଭାରତୀଙ୍କୁ ନିଲମ୍ବନ ନେଇ NHRCରେ ମାମଲା

ଭୁବନେଶ୍ବର:ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ବନ କରିବା ଘଟଣା NHRCରେ ପହଞ୍ଚିଛି । ଜାତୀୟ ମାନବାଧିକାର କମିଶନ (NHRC)ରେ ରୁଜୁ ହୋଇଛି ମାମଲା । ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ ମହିଳା ଭାରତୀ ସିଂଙ୍କୁ ବିନା କାରଣରେ ବିନା ନୋଟିସରେ ଚାକିରିରୁ ନିଲମ୍ବନ କରି ରାଜ୍ୟ ସରକାର ମାନବ ଅଧିକାରର ଉଲ୍ଲଘଂନ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ଆଦିବାସୀ ମହିଳା ଭାରତୀ ସିଂଙ୍କୁ ନ୍ୟାୟ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି ।


ଭାରତୀ ସିଂଙ୍କୁ ବିନା କାରଣରେ ବିନା ନୋଟିସରେ ଚାକିରିରୁ ନିଲମ୍ବନ କରିବା ଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଆଦିବାସୀ ଭାରତୀଙ୍କୁ ନ୍ୟାୟ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ମାମଲା ଦାୟର ହୋଇଛି। 'ନ୍ୟାୟ ପାଇଁ ଲଢେଇ ପରିବାର'ନାମକ ଏକ ସାମାଜିକ ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏହି ମାମଲା ଦାୟର କରିଛନ୍ତି । ଏହି ମାମଲାରେ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।


ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀର ଖୁଣ୍ଟା ବ୍ଲକ ବନ୍ଧଗୋଡ଼ା ଗ୍ରାମ ପଞ୍ଚାୟତର ଆଦିବାସୀ ମହିଳା ଭାରତୀ ସିଂ ଦୀର୍ଘ ୪ ବର୍ଷ ହେବ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀରେ ବ୍ୟାଙ୍କ ମିତ୍ର ଭାବରେ କାର୍ଯ୍ୟ କରିଆସୁଥିଲେ । ତେବେ ଦୀର୍ଘ ବର୍ଷ ଧରି ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ କରି ଆସୁଥିଲେ ଭାରତୀ । ଏହି କାର୍ଯ୍ୟ ପାଇଁ ପାରିଶ୍ରମିକ ଭାବରେ ସେ ମାସକୁ ମାତ୍ର ୬ହଜାର ଟଙ୍କା ପାଉଥିଲେ । ଏମିତିକି ମହାମାରୀ କୋରୋନା ସମୟରେ ନିଜ ଦରମା ପଇସା ସରକାରୀ ପାଣ୍ଠିକୁ ପ୍ରଦାନ କରି ଏକ ଉଦାହରଣ ମଧ୍ୟ ସୃଷ୍ଟି କରିଥିଲେ ଭାରତୀ । ତାଙ୍କର ଏଭଳି ମହତ କାମ ପାଇଁ ସେ ଜିଲ୍ଲା ସ୍ତରରେ ୨ ଥର ପୁରସ୍କୃତ ମଧ୍ୟ ହୋଇଥିଲେ ।

ଏହା ବି ପଢନ୍ତୁ...ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ନିଲମ୍ବନ ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ସମୀରଙ୍କ ଚିଠି

ତେବେ ଗତ ବିଧାନସଭା ଅଧିବେଶନ ସମୟରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦରମା ବୃଦ୍ଧି ଏବଂ ସ୍ଥାୟୀ ଚାକିରି ଦାବିରେ ହୋଇଥିଲା ଆନ୍ଦୋଳନ । ଏହି ବିକ୍ଷୋଭରେ ଭାରତୀ ସିଂ ସାମିଲ ହୋଇ ସରକାରଙ୍କ ବ୍ୟବସ୍ଥା ଉପରେ ଟିପ୍ପଣୀ ରଖିବାରୁ ସରକାର ବିନା କାରଣରେ ବିନା ନୋଟିସରେ ଚାକିରିରୁ ନିଲମ୍ବନ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ କରି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ବିଭିନ୍ନ ମହଳରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ସରକାର ବିନା କାରଣରେ ବିନା ନୋଟିସରେ ଚାକିରିରୁ ନିଲମ୍ବନ କରିବା ଘଟଣା ମାନବ ଅଧିକାରର ଉଲ୍ଲଘଂନ କରାଯାଇଥିବା ବୋଲି କୁହାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details