ଓଡିଶା

odisha

ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମସ୍ତେ ଏକାଠି କାମ କରିବାକୁ ପଡିବ: ମୁଖ୍ୟ ବିଚାରପତି

By ETV Bharat Odisha Team

Published : Nov 4, 2023, 10:32 PM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଜେଏମଏଫସି କୋର୍ଟର ଉଦଘାଟନ । ଏହି ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ନିଜ ଅଭିଭାଷଣ ରଖିଥିଲେ । "ଗରିବ ଲୋକମାନଙ୍କୁ ନ୍ଯାୟ ପ୍ରଦାନ କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ପଡିବ ।" ଆଗକୁ ପଢନ୍ତୁ

ବେଗୁନିଆରେ ଜେଏମଏଫସି କୋର୍ଟ ଉଦଘାଟିତ
ବେଗୁନିଆରେ ଜେଏମଏଫସି କୋର୍ଟ ଉଦଘାଟିତ

ବେଗୁନିଆରେ ଜେଏମଏଫସି କୋର୍ଟ ଉଦଘାଟିତ

ଖୋର୍ଦ୍ଧା:ଖୋର୍ଦ୍ଧାରେବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି( ଶନିବାର) ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଜେଏମଏଫସି କୋର୍ଟ ଖୋଲାଯାଇଛି । ଏହି କୋର୍ଟକୁ ହାଇକୋର୍ଟର ମୁଖ୍ଯ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଏବଂ ବିଚାରପତି ଦେବବ୍ରତ ଦାଶ ଅସ୍ଥାୟୀ କୋଠାରେ ଉଦଘାଟନ କରିଛନ୍ତି । ସେହିଭଳି ସ୍ଥାୟୀ କୋର୍ଟ ବିଲ୍ଡିଂ ପାଇଁ ଶୁଭ ଭିତ୍ତିପ୍ରସ୍ତର ପକାଇଛନ୍ତି । ଏହି ଅବସରରେ ଲୋକଙ୍କୁ କିଭଳି ତ୍ବରିତ ନ୍ଯାୟ ପ୍ରଦାନ କରାଯିବ ସେ ଉପରେ ଗୁରୁତ୍ୱାରୋପ କରିବା ସହିତ ସମସ୍ତେ ଏକାଠି ମିଳିମିଶି କାମକଲେ ହିଁ ଜନ ସାଧାରଣ ଶ୍ରୀଘ୍ର ନ୍ଯାୟ ପାଇବେ ବୋଲି ମତ ବ୍ଯକ୍ତ କରିଛନ୍ତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ।

ତେବେ ବହୁଦିନ ଧରି ଖୋର୍ଦ୍ଧାରେ କୋର୍ଟ ଖୋଲାଯିବା ନେଇ ଦାବି ହୋଇଆସୁଥିବା ବେଳେ ଶେଷରେ ଆଜି ସେହି ଆଶା ପୂରଣ ହୋଇଛି । ଖୋର୍ଦ୍ଧାର ବେଗୁନିଆଠାରେ ଜେଏମଏଫସି କୋର୍ଟର ଶୁଭ ଉଦଘାଟନ ହୋଇଛି । ଏହି ଅବସରରେ ହାଇକୋର୍ଟର ମୁଖ୍ଯ ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ନିଜ ପିଲାଦିନର ସ୍ମୃତି ସହ କିଛି ଅଭିଜ୍ଞତା ଅଭିଭାଷଣରେ ରଖିଥିଲେ । ଲୋକଙ୍କୁ କିଭଳି ତ୍ବରିତ ନ୍ଯାୟ ପ୍ରଦାନ କରାଯିବ ସେ ଉପରେ ଗୁରୁତ୍ୱାରୋପ କରିବା ସହିତ ସମସ୍ତେ ଏକାଠି ମିଳିମିଶି କାମକଲେ ଜନ ସାଧାରଣ ଶ୍ରୀଘ୍ର ନ୍ଯାୟ ପାଇବେ ବୋଲି ସେ କହିଥିଲେ ।

ଏହାମଧ୍ୟ ପଢନ୍ତୁ..ନୂଆ କୋର୍ଟ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ସେହିଭଳି ଅନ୍ୟତମ ଅତିଥି ଭାବେ ବିଚାରପତି ଦେବବ୍ରତ ଦାଶ ଯୋଗ ଦେଇଥିଲେ । ନିଜ ଅଭିଭାଷଣରେ ସେ କୋର୍ଟ କାର୍ଯ୍ୟ ପାଇଁ ଠିକ ସମୟ ଭିତରେ ଜିଲ୍ଲା ପ୍ରଶାସନ ଅସ୍ଥାୟୀ ଗୃହ ପ୍ରଦାନ କରିଥିବାରୁ ପ୍ରଶାସନକୁ ପ୍ରଂଶସା କରିବା ସହ ତ୍ବରିତ ନ୍ଯାୟ କ୍ଷେତ୍ରରେ ଇଏ ଆଉ ଗୋଟେ ପାଦ ଆଗକୁ କାର୍ଯ୍ୟ କରିବ ବୋଲି କହିଥିଲେ । ଅନ୍ୟ ଅତିଥି ଭାବେ ବରିଷ୍ଠ ଓକିଲ ପ୍ରଫୁଲ କୁମାର ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ, "ଆଜି ବେଗୁନିଆ ପାଇଁ ଏକ ସ୍ମରଣୀୟ ଦିବସ । ନ୍ଯାୟ ପାଇଁ ଗରିବ ଲୋକ ଆଉ ଖର୍ଚ୍ଚାନ୍ତ ହୋଇ ଖୋର୍ଦ୍ଧା ଯିବାକୁ ପଡିବ ନାହିଁ । ଜନସାଧାରଣ ନ୍ଯାୟିିକ ବ୍ଯବସ୍ଥାରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମତବ୍ୟକ୍ତ କରିଥିବା ସହ ମୁଖ୍ଯ ବିଚାରପତିଙ୍କୁ ବୋଲଗଡରେ ଜେଏମଏଫସି କୋର୍ଟ ଖୁବଶୀଘ୍ର ଖୋଲିବାକୁ ନିବେଦନ କରିଥିଲେ ।"

ଅନ୍ୟପଟ ଖୁବଶୀଘ୍ର ବୋଲଗଡରେ ଜେଏମଏଫସି କୋର୍ଟ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟ ବିଚାରପତି, ଭିଜିଲାନ୍ସ କୋର୍ଟ ବିଚାରପତି, ଜିଲ୍ଲାପାଳ, ଏସପି ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details