ETV Bharat / city

ନୂଆ କୋର୍ଟ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

author img

By

Published : Jan 20, 2022, 6:52 AM IST

ଭିଡିଓ କନ୍ଫରେନ୍ସିଂ ଜରିଆରେ ୨ ମହିଳା କୋର୍ଟ ରୁମ ସମେତ ୬ ଟି ନୂଆ କୋର୍ଟ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ଅଧିକ ପଢନ୍ତୁ

ନୂଆ କୋର୍ଟ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି
ନୂଆ କୋର୍ଟ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ୬ ଟି ନୂତନ କୋର୍ଟର ଉଦ୍ଘାଟନ କରିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର। ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ନୂତନ କୋର୍ଟର ଉଦଘାଟନ କରିଛନ୍ତି। ମାଲକାନଗିରି,କଳାହାଣ୍ଡି,କେନ୍ଦ୍ରାପଡା,ଯାଜପୁର,ବଲାଙ୍ଗୀର ଓ କେଉଁଝର ଜିଲ୍ଲାରେ ନୂତନ କୋର୍ଟର ଆଜି ଉଦଘାଟନ କରାଯାଇଛି। କଳାହାଣ୍ଡି ଓ କେଉଁଝର ଜିଲ୍ଲାରେ ଦୁଇଟି ମହିଳା କୋର୍ଟର ଉଦଘାଟନ କରାଯାଇଛି।

ତେବେ ଏହି ଦୁଇ ମହିଳା କୋର୍ଟରେ ଅନେକ ମହିଳା ମାନେ ନ୍ୟାୟ ପାଇବାରେ ବେଶ ଉପକୃତ ହେବେ ବୋଲି ମୁଖ୍ୟ ବିଚାରପତି ଆଶା ପ୍ରକଟ କରିଛନ୍ତି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ,ଜଷ୍ଟିସ ଏସ.କେ ସାହୁ,ଜଷ୍ଟିସ ବିପି ରାଉତରାୟ, ଜଷ୍ଟିସ ଏସ କେ ପାଣିଗ୍ରାହୀଙ୍କ ସମେତ ଅନେକ ବିଚାରପତି ଭିଡିଓ କନ୍ଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ।ସେହିପରି ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରି କାର୍ଯ୍ୟାଳୟର ଅଫିସରଙ୍କ ସମେତ ଜିଲ୍ଲା ଜଜ,ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.