ଓଡିଶା

odisha

Job Scam: ଚାକିରି ନାଁରେ ଭୁଆଁ ବୁଲାଉଥିବା ଠକ ଗିରଫ, ସରକାରୀ ନିଯୁକ୍ତି ପାଇଁ ଦେଉଥିଲା ଫେକ୍ ଅଫର୍‌

By

Published : Aug 20, 2023, 4:40 PM IST

Updated : Aug 20, 2023, 6:45 PM IST

ଚାକିରି ନିଯୁ୍କ୍ତି ଆଳରେ ଠକେଇ କରୁଥିବା କିଶୋର ମିଶ୍ରର ସହଯୋଗୀ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିଛି STF। ସୂଚନା ଅଧିକାର କର୍ମୀ ତଥା ଅନ୍ୟ ପରିଚୟ ଦେଇ ଏହି ଗ୍ୟାଙ୍ଗ ଠକେଇ କରୁଥିବା ନଜିର ରହିଛି। ଅଧିକ ପଢନ୍ତୁ

ଚାକିରି ନାଁରେ ଭୁଆଁ ବୁଲାଉଥିବା ଠକ ଗିରଫ
ଚାକିରି ନାଁରେ ଭୁଆଁ ବୁଲାଉଥିବା ଠକ ଗିରଫ

ଚାକିରି ନାଁରେ ଭୁଆଁ ବୁଲାଉଥିବା ଠକ ଗିରଫ

ଭୁବନେଶ୍ବର:ନକଲି ବିଜ୍ଞପ୍ତିରେ ସରକାରୀ ଚାକିରି ନିଯୁ୍କ୍ତି ଆଳରେ ଠକେଇ କରୁଥିବା କିଶୋର ମିଶ୍ରର ସହଯୋଗୀ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିଛି STF । ତା' ନିକଟରୁ ଏକାଧିକ ନକଲି ସରକାରୀ ବିଜ୍ଞପ୍ତି ଚିଠି ଜବତ ହୋଇଛି । ରାଜ୍ୟବ୍ୟାପୀ ଏହି ନିଯୁକ୍ତି ସ୍କାମର ଚେର ଲମ୍ବିଥିବା ସନ୍ଦେହ କରୁଛି ପୋଲିସ । ଏନେଇ ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ଏପରି ଠକେଇ ଘଟଣା ସମ୍ପର୍କରେ ଅଭିଯୋଗ ଥିଲେ ଜଣାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । କେତେବେଳେ ସୂଚନା ଅଧିକାର କର୍ମୀ ନାଁ ନେଇ ତ ଆଉ କେତେବେଳେ ଅନ୍ୟ ପରିଚୟ ଦେଇ ଏହି ଗ୍ୟାଙ୍ଗ୍‌ ଠକେଇ କରୁଥିବା ନଜିର ରହିଛି ।


ଏହାସହ ଅଭିଯୁକ୍ତ ନିକଟରୁ ଏକାଧିକ ନକଲି ସରକାରୀ ବିଜ୍ଞପ୍ତି ଚିଠି ଜବତ ହୋଇଥିବା ନେଇ ଏସ୍‌ଟିଏଫ୍‌ ଏସ୍‌ପି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏସ୍‌ଟିଏଫ୍‌ ଏସ୍‌ପି କିଶୋର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି,"ଚାନ୍ଦପୁର ଥାନାରେ ୪ରୁ ଉର୍ଦ୍ଧ୍ବ କେସ ସମେତ ଏସଟିଏଫ କେସ ମଧ୍ୟ ଯୋଡି ହୋଇଛି। ତେବେ କାହ୍ନୁ ପୂର୍ବରୁ ଗିରଫ ହୋଇଥିବା କିଶୋର ମିଶ୍ରର ଖାସ୍ ସହଯୋଗୀ ଥିବା ଜଣାପଡୁଛି । ସେ ନିଜକୁ କେତେବେଳେ ଆରଟିଆଇ ଆକ୍ଟିଭିଷ୍ଟର ପରିଚୟ ତ କେତେବେଳେ ବିଭିନ୍ନ ସରକାରୀ ବିଭାଗର ସହଯୋଗୀ ନିର୍ଦ୍ଦେଶକଙ୍କ ପରିଚୟ ଦେଇ ଏକାଧିକ ଲୋକଙ୍କୁ ଠକାମୀ କରି ଆସୁଥିଲା ଅଭିଯୁକ୍ତ ।"

ଏପରିକି ସରକାରୀ ଚାକିରିଆଙ୍କୁ ଟ୍ରାନ୍ସଫର୍‌ କରାଇ ଦେବାର ପ୍ରତିଶୃତି ଦେଇ ଠକାମୀ କରାଯାଉଥିଲା । ଏହାସହ ଏମାନେ ସରକାରୀ କାର୍ଯ୍ୟାଳୟରେ ବ୍ଲାକମେଲ୍‌ ଓ ଧମକଚମକ ଦେଇ ଠକାମୀ କରିଛନ୍ତି । ଏପରିିକି ଏକାଧିକ ଲୋକଙ୍କୁ ସରକାରୀ ଚାକିରି କରାଇଦେବାର ପ୍ରତିଶୃତି ଦେଇ ଠକିଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା । କାହ୍ନୁ ନାଁରେ ସରକାରୀ କର୍ମଚାରୀଙ୍କୁ ଧମକ ଚମକ ଦେବା, ଠକିବା ଓ ଗଣ୍ଡଗୋଳ ମାରପିଟ୍ ଭଳି ଦଙ୍ଗାମୂଳକ ପରିସ୍ଥିତି ସୃଷ୍ଟି କରିବା ଭଳି ଅଭିଯୋଗ ଚାନ୍ଦପୁର ଥାନାରେ ରହିଛି । ଏପରିକି କିଛି ଦିନ ଧରି ସେ ପୋଲିସ ରାଡାରରେ ଥିବାବେଳେ ଗିରଫ ହେବା ଭୟରେ ଥାଇଲାଣ୍ଡରେ ଲୁଚି ରହିଥିଲା ଅଭିଯୁକ୍ତ ।

ଏହା ବି ପଢନ୍ତୁ...ଚିନ୍ତା ବଢ଼ାଉଛି ନକଲି ଓ୍ବେବ୍‌ସାଇଟ୍‌, ହୋଟେଲ ଏବଂ ଶିକ୍ଷାନୁଷ୍ଠାନ ନାଁରେ ଲୁଟୁଛନ୍ତି ଠକ

ଗିରଫ ଭୟରେ ପରେ ସେ ଭୁବନେଶ୍ୱରର ଅନ୍ଧାରୁଆରେ ଆସି ରହୁଥିଲା । ଏପରିକି ପୁର୍ବରୁ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ଠକ କିଶୋର ମିଶ୍ରକୁ ମଧ୍ୟ ସହଯୋଗ କରୁଥିଲା । କିଛି ଲୋକଙ୍କୁ ନିଜ ନମ୍ବର ବିଭିନ୍ନ ବିଭାଗର ଅତିରିକ୍ତ କମିଶନର ପରିଚୟ ଦେଇଥିଲା । ଏହାସହ କାହାକୁ ମଦ ଦୋକାନ ପାଇଁ ଲାଇସେନ୍ସ ତ ଆଉ କାହାକୁ ମଦ ଫାକ୍ଟ୍ରି ପାଇଁ ଲାଇସେନ୍ସ ଦେବା ଆଳରେ ବଡବଡ ବ୍ୟବସାୟୀଙ୍କୁ ଠକି ଆସୁଥିଲା । ଏପରିକି କ୍ରସର ଲାଇସେନ୍ସ ଭଳି ଠକାମି କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 20, 2023, 6:45 PM IST

ABOUT THE AUTHOR

...view details