ଓଡିଶା

odisha

ସତର୍କ କରାଇଲା ରେଳ ବିଭାଗ, ଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନେଲେ ଭୋଗିବେ ଜେଲ୍‌ ଦଣ୍ଡ !

By ETV Bharat Odisha Team

Published : Nov 5, 2023, 7:36 AM IST

ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଟ୍ରେନରେ ବାଣ ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି ରେଳବାଇ । ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, 1989 ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ । ଏଥିପାଇଁ ଭୋଗିବାକୁ ପଡିବ 3 ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ । ଅଧିକ ପଢ଼ନ୍ତୁ

Etv Bharatଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନନେବା ପାଇଁ ଦେଲା ପରାମର୍ଶ
Etv Bharatଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନନେବା ପାଇଁ ଦେଲା ପରାମର୍ଶ

ଭୁବନେଶ୍ବର:ପାଖେଇ ଆସୁଛି ଦୀପାବଳୀ । ପାର୍ବଣକୁ ସମୟରେ ରେଳ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଯାତ୍ରୀ ଏବଂ ମେଲ୍‌/ ଏକ୍ସପ୍ରେସ୍‌ ଟ୍ରେନରେ ବାଣ ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି ରେଳବାଇ । ଟ୍ରେନ୍ ଯାତ୍ରା ସମୟରେ ବିସ୍ଫୋରକ ଜନିତ ଜିନିଷ ବହନ କରିବାକୁ କଠୋର ନିଷେଧ କରାଯାଇଛି । ଦୀପାବଳି ଉତ୍ସବ ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଟ୍ରେନରେ ଜ୍ୱଳନ୍ତ ଜିନିଷ ବହନ ନକରିବା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ପ୍ରକ୍ରିୟା ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ କରାଯାଇଛି ।

ଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନନେବା ପାଇଁ ଦେଲା ପରାମର୍ଶ

ଏହାର ସମସ୍ତ ତିନୋଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲ୍ଟିୟାରକୁ କଡ଼ା ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ରେଳ ଯାତ୍ରା ସମୟରେ ଯାତ୍ରୀମାନଙ୍କ ଚଳପ୍ରଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୂର୍ବତଟ ରେଳପଥ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ଯାତ୍ରୀ ଓ ରେଳ ନିରାପତ୍ତା ପାଇଁ ଉଭୟ ରେଳବାଇ ସୁରକ୍ଷା ବଳ ଓ ସରକାରୀ ରେଳବାଇ ପୋଲିସକୁ ସଜାଗ ରଖାଯାଇଛି । ଏହା ବ୍ୟତୀତ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଟ୍ରେନ୍‌ ଟିକେଟ ଯାଞ୍ଚ କର୍ମଚାରୀ, କୋଚ୍‌ ଆଟେଣ୍ଡାଣ୍ଟ୍‌, ଟ୍ରେନ୍‌ ମ୍ୟାନେଜର, ଷ୍ଟେସନ୍‌ ମ୍ୟାନେଜରମାନଙ୍କୁ ମଧ୍ୟ ଯାତ୍ରୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...AP train accident: ଉଦ୍ଧାରକାର୍ଯ୍ୟ ଶେଷ ହେବା ପରେ ଗଡିଲା ପ୍ରଥମ ଟ୍ରେନ, ଦେଖନ୍ତୁ ଆକାଶ ମାର୍ଗରୁ ଦୃଶ୍ୟ

ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ଜିନିଷ କିମ୍ବା ଆତସବାଜି ନେଉଥିବାର ଦେଖାଯାଏ, ତେବେ ଟ୍ରେନ୍‌ ଯାତ୍ରୀମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହ-ଯାତ୍ରୀମାନଙ୍କୁ ରେଳ ସୁରକ୍ଷା ବଳ(ଆରପିଏଫ୍‌) ଏବଂ ସରକାରୀ ରେଳ ପୋଲିସ (GRP) କର୍ମକର୍ତ୍ତା, ଟିଟିଇ, କୋଚ୍‌ ଆଟେଣ୍ଡାଣ୍ଟ୍‌, ଷ୍ଟେସନ୍‌ ପରିଚାଳକ, ଟ୍ରେନ୍‌ର ମ୍ୟାନେଜରମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛି ପୂର୍ବତଟ ରେଳପଥ । ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପ୍‌ଲାଇନ୍ ନମ୍ବର 139କୁ ମଧ୍ୟ ଫୋନ୍‌ କଲ କରିପାରିବେ । ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ବାଣ, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, 1989 ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ । ଏଥିପାଇଁ ଅପରାଧୀ 3 ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ପାଇପାରନ୍ତି । ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି । ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନ୍‌ରେ ବହନ ନକରିବାକୁ ପରାମର୍ଶ ମଧ୍ୟ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details