ଓଡିଶା

odisha

ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା : ଖୁବଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ

By ETV Bharat Odisha Team

Published : Aug 24, 2023, 10:21 PM IST

ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି ସୋନପୁର ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ । ତେଲ ନଦୀ ଉପରେ କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣଧୀନ ରେଳ ବ୍ରିଜକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ତଦାରଖ : ଖୁବ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ତଦାରଖ : ଖୁବ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ

ଭୁବନେଶ୍ବର:ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି ସୋନପୁର ରେଳ ସେକ୍ସନ ଯାଞ୍ଚ କରାଯାଇଛି । ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ଯାଞ୍ଚ କରିଛନ୍ତି । ଏହାସହ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ନିର୍ମାଣ କାର୍ଯ୍ୟ ପଚାରି ବୁଝିଛନ୍ତି । ତେଲ ନଦୀ ଉପରେ କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣଧୀନ ରେଳ ବ୍ରିଜକୁ ମଧ୍ୟ ଯାଞ୍ଚ କରିଛନ୍ତି । ଯାହା ତେଲ ନଦୀର ପ୍ରାକୃତିକ ଜଳ ପ୍ରବାହ ବ୍ୟତୀତ ମହାନଦୀର ପଛୁଆ ଜଳ ତେଲ ନଦୀରେ ପ୍ରବେଶ କରୁଥିବାରୁ ଏହି ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ରେଳବାଇ ପାଇଁ ଏକ ଆହ୍ବାନ ଅଟେ ।

ଏହି ଯାଞ୍ଚ ସମୟରେ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଶୀଘ୍ର ସମାପ୍ତକୁ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପୁରୁଣାପାଣି ଏବଂ ସୋନପୁରରେ ନୂତନ ଷ୍ଟେସନ୍ ବିଲଡିଂ ଯାଞ୍ଚ କରିବା ସହ ଯାତ୍ରୀମାନଙ୍କ ଆରାମ ପାଇଁ ପ୍ରତୀକ୍ଷା କକ୍ଷ, କନକୋର୍ସ, ପ୍ଲାଟ୍‌ଫର୍ମ ଆଲୋକ, ଶୌଚାଳୟ ଇତ୍ୟାଦି ସମ୍ବନ୍ଧରେ ଗୁରୁତ୍ଵ ଦେଇଛନ୍ତି । ଏହାସହ ରେଳ ଯାତ୍ରାଙ୍କ ସୁବିଧା ପାଇଁ ସଡ଼କ ସଂଯୋଗରେ ଉନ୍ନତି ଆଣିବା ପାଇଁ ମହାପ୍ରବନ୍ଧକ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି । ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁରୀ-ପାଟନା ଓ ଭୁବନେଶ୍ୱର-ଧନବାଦ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ହେଉଛି ପ୍ରାଥମିକ ଦିଆଯାଉଥିବା ଏକ ସାର୍ବଜନୀନ କୈନ୍ଦ୍ରିକ ପ୍ରକଳ୍ପ, ଯାହାକୁ ସର୍ବୋଚ୍ଚ କର୍ତ୍ତୃପକ୍ଷ ନିୟମିତ ଭାବରେ ତଦାରଖ କରୁଛନ୍ତି । ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ । ପଶ୍ଚିମ ଏବଂ ଉପକୂଳ ଓଡ଼ିଶା ମଧ୍ୟରେ ସାମାଜିକ-ସାଂସ୍କୃତିକ ସଂଯୋଗକୁ ବୃଦ୍ଧି କରିପାରିବ । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ମୋଟ 142.5 କିଲୋମିଟର କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇଛି । ସେଥିମଧ୍ୟରୁ ଖୋର୍ଦ୍ଧା ରୋଡ୍‌ରୁ ଦଶପଲ୍ଲା ପର୍ଯ୍ୟନ୍ତ ପ୍ରାୟ 105.8 କିଲୋମିଟର ଏବଂ ବଲାଙ୍ଗୀରରୁ ଖମ୍ବେଶ୍ୱରପାଲ୍ଲି ପର୍ଯ୍ୟନ୍ତ 36.6 କିଲୋମିଟର ଦୂରତା ଅନ୍ତର୍ଭୁକ୍ତ ରହିଛି । 2023-24 ଆର୍ଥିକ ବର୍ଷରେ ଖମ୍ବେଶ୍ୱରପାଲି ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ 84 କିଲୋମିଟର ଦୈର୍ଘ୍ୟ ରେଳ ଲାଇନକୁ ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଛି ।

ରେଳ ପ୍ରକଳ୍ପ ଗୁଡିକକୁ ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ପି ଶ୍ରୀନିବାସ, ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details