ଓଡିଶା

odisha

୨୦୨୪ ପାଇଁ ଅଣ୍ଟା ଭିଡୁଛି କଂଗ୍ରେସ, ୧୮ରେ ଆତ୍ମଚିନ୍ତନ କରିବେ ଦଳୀୟ ନେତା

By

Published : Dec 16, 2022, 5:39 PM IST

ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ୨୦୨୪ ସାଧାରଣ ନିର୍ବାଚନ ନେଇ କଂଗ୍ରେସ କରିବ ଆତ୍ମ ସମୀକ୍ଷା । ଆସନ୍ତା ୧୮ ତାରିଖ (ରବିବାର) କେନ୍ଦ୍ରୀୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ଦଳର ସମସ୍ତ ନେତା ଉପସ୍ଥିତ ରହି ଏନେଇ ସମୀକ୍ଷା କରିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

୨୦୨୪ ପାଇଁ ଅଣ୍ଟା ଭିଡ଼ୁଛି କଂଗ୍ରେସ, ୧୮ରେ ଆତ୍ମ ଚିନ୍ତନ କରିବେ ଦଳୀୟ ନେତା
୨୦୨୪ ପାଇଁ ଅଣ୍ଟା ଭିଡ଼ୁଛି କଂଗ୍ରେସ, ୧୮ରେ ଆତ୍ମ ଚିନ୍ତନ କରିବେ ଦଳୀୟ ନେତା

୨୦୨୪ ପାଇଁ ଅଣ୍ଟା ଭିଡ଼ୁଛି କଂଗ୍ରେସ, ୧୮ରେ ଆତ୍ମ ଚିନ୍ତନ କରିବେ ଦଳୀୟ ନେତା

ଭୁବନେଶ୍ବର: ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ କରିବ ଆତ୍ମସମୀକ୍ଷା । ସାଧାରଣ ନିର୍ବାଚନ ଆଗୁଆ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜକୁ ପ୍ରସ୍ତୁତ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।

ତେବେ ଆସନ୍ତା ୧୮ ତାରିଖ (ରବିବାର) କେନ୍ଦ୍ରୀୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ଦଳର ସମସ୍ତ ବରିଷ୍ଠ ଓ କନିଷ୍ଠ ନେତା ଉପସ୍ଥିତ ରହି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମୀକ୍ଷା କରିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

୨୦୨୪ ପୂର୍ବରୁ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ଲକ୍ଷ୍ୟରେ ଅଣ୍ଟା ଭିଡ଼ିଲେ ରାଜନୈତିକ ଦଳ । କ୍ଷମତା ହାସଲ କରିବା ପାଇଁ ପ୍ରସ୍ତୁତି ଜୋରଦାର ହେଲା । ନବୀନ ନିବାସରେ ବିଜେଡି ପକ୍ଷରୁ ‘ପଦ୍ମପୁର ମଡେଲ’କୁ ଅନ୍ୟ ନିର୍ବାଚନ ମଣ୍ଡଳୀରେ ବ୍ୟବହାର କରି ଭୋଟ ହାତେଇବା ପାଇଁ ବିଜେଡିର ରଣନୀତି ପ୍ରସ୍ତୁତ । ବିଜେପି ମଧ୍ୟ ଆସନ୍ତା ୧୭ ତାରିଖରେ ପ୍ରଭାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିବ । ଲୋକଙ୍କ ସହ କେନ୍ଦ୍ରୀୟ ଯୋଜନା କେମିତି ପହଞ୍ଚୁଛି ତାକୁ ନେଇ ତୃଣମୂଳ ସ୍ତରକୁ ଯିବ । କଂଗ୍ରେସ ମଧ୍ୟ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ନିଜର ଆଧିପତ୍ୟ କିଭଳି ବିସ୍ତାର କରିବ ଓ ଲୋକଙ୍କ ନିକଟତର ହେବ ସେନେଇ ଆସନ୍ତା ୧୮ ତାରିଖ (ରବିବାର) କଂଗ୍ରେସ ଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି ।

କେନ୍ଦ୍ରୀୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ଆତ୍ମ ସମୀକ୍ଷା କରିବ ଦଳ । ସାଧାରଣ ନିର୍ବାଚନ ଆଗୁଆ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ତତ୍ପରତା ପ୍ରକାଶ ପାଇଛି । ବିଜେଡି, ବିଜେପି ଏବଂ କଂଗ୍ରେସ ନିଜକୁ ପ୍ରସ୍ତୁତ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ତୃଣମୂଳସ୍ତରରୁ ଅଧିକ କ୍ରିୟାଶୀଳ ହେବା ପାଇଁ ୧୮ ତାରିଖ ଦିନ ଆତ୍ମ ଚିନ୍ତନ କରିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଏହି ବୈଠକରେ ସମସ୍ତ କଂଗ୍ରେସ ନେତା ଏକାଠି ହେବେ । ସମସ୍ତ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ବରିଷ୍ଠ ଓ କନିଷ୍ଠ ସମସ୍ତେ ଉପସ୍ଥିତ ରହିବେ । ନେତାଙ୍କୁ ଦାୟିତ୍ବ ଦିଆଯିବ । ଆଗାମୀ ଦିନରେ କଂଗ୍ରେସ ଅଧିକ ସଂଗଠିତ ହୋଇ ସାଧାରଣ ନିର୍ବାଚନରେ ଭଲ ପଦର୍ଶନ କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details