ଓଡିଶା

odisha

ଭସାଣି ପାଇଁ ରାଜଧାନୀରେ କଡ଼ାକଡ଼ି ଟ୍ରାଫିକ କଟକଣା, ଏହି ସବୁ ରୁଟ୍‌ରେ ଗାଡ଼ି ଯିବା ମନା

By ETV Bharat Odisha Team

Published : Oct 25, 2023, 7:04 AM IST

Updated : Oct 25, 2023, 11:33 AM IST

ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ଓ ବିସର୍ଜନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶାନାମା ଜାରି । ଦିନ 3ଟାରୁ ରାତି 1ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି । ଏହି ସବୁ ରୁଟରେ ଗଡିବନି ଯାନବାହାନ ।

ଭସାଣି ପାଇଁ ରାଜଧାନୀରେ କଡାକଡି ଟ୍ରାଫିକ କଟକଣା, ଏହି ସବୁ ରୁଟରେ ଗାଡି ଯିବା ମନା
ଭସାଣି ପାଇଁ ରାଜଧାନୀରେ କଡାକଡି ଟ୍ରାଫିକ କଟକଣା, ଏହି ସବୁ ରୁଟରେ ଗାଡି ଯିବା ମନା

ଭସାଣି ପାଇଁ ରାଜଧାନୀରେ କଡ଼ାକଡ଼ି ଟ୍ରାଫିକ କଟକଣା, ଏହି ସବୁ ରୁଟ୍‌ରେ ଗାଡ଼ି ଯିବା ମନା

ଭୁବନେଶ୍ବର: ସରିଲା ଶାରଦୀୟ ଦୁର୍ଗାପୂଜା । ଆଜି(ବୁଧବାର) ମେଲାଣି ନେବେ ମହାମାୟା । ଭସାଣି ଶୋଭାଯାତ୍ରା ଓ ମାଆଙ୍କୁ ବିସର୍ଜନ ପାଇଁ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ବରରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ତେବେ ଭସାଣି ପାଇଁ ଦିନ ୩ଟାରୁ ରାତି ୧ଯାଏଁ ଭୁବନେଶ୍ବରରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ..Durga Puja Special: ମା' ଦଶଭୂଜାଙ୍କୁ ଝିଅ ରୂପରେ ପୂଜା କରାଯାଏ, କଣ ଏହାର ପରମ୍ପରା

ତେବେ ଭୁବନେଶ୍ୱରର ସମସ୍ତ ମେଢ଼ର ବିସର୍ଜନ ଓ ଭସାଣି ଶୋଭାଯାତ୍ରା ପାଇଁ ତିନୋଟି ସ୍ଥାନ ନିରୁପଣ ହୋଇଛି । ଭସାଣି ସମୟରେ ଭିଡ଼କୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ଦିନ ୩ଟାରୁ ରାତି ୧ଯାଏଁ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ ।
ତେବେ ପୋଲିସର ସୂଚନା ମୁତାବକ ଭୁବନେଶ୍ୱର ଭସାଣି ଉତ୍ସବ ସମିତି ପକ୍ଷରୁ ଶହୀଦନଗରଠାରେ, ରାଜଧାନୀ ମନ୍ଦିର ସୁରକ୍ଷା ଓ ଭସାଣି କମିଟି ପାଇଁ ନୟାପଲ୍ଲୀ ସେହିପରି ଉତ୍ତର ଭୁବନେଶ୍ୱର ଭସାଣି କମିଟି ପାଇଁ ଚନ୍ଦ୍ରଶେଖରପୁରଠାରେ ସ୍ଥାନ ନିରୁପଣ କରାଯାଇଛି । ତିନୋଟି ଜୋନରେ ଭୁବନେଶ୍ୱର ଓ ଏହାର ଉପକଣ୍ଠର ପୂଜା କମିଟି କର୍ତ୍ତୃପକ୍ଷ ମାଆଙ୍କ ମେଢ଼ ସହ ଶୋଭାଯାତ୍ରାରେ ଆସି ଭସାଣି କରିବେ ।
ଏହାମଧ୍ୟ ପଢନ୍ତୁ..Pm modi in Dussehra: ‘ରାବଣ ଦହନ ପ୍ରତ୍ୟେକ ସାମଜିକ ମନ୍ଦ ଶକ୍ତିର ଦହନ’

ଶହୀଦନଗର‌ଠାରେ ଏକାଠି ହେବାକୁ ଥିବା ମେଢ଼ମାନେ ବାଣୀବିହାରଠାରୁ ସିଧା ରାଜମହଲ ଛକ ପର୍ଯ୍ୟନ୍ତ ଯିବେ । ସେଠାରୁ ୟୁ ଟର୍ଣ୍ଣ କରି ପ୍ରସ୍ତୁତ ହୋଇଥିବା କୃତ୍ରିମ ଜଳାଶୟରେ ବିସର୍ଜନ କରିବେ । ତେବେ ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ଭସାଣି ପାଇ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାଜମହଲରୁ ବାଣୀବିହାର ପର୍ଯନ୍ତ ଦିନ ୩ଟାରୁ ଗାଡ଼ି ଯିବା ଆସିବା ଉପରେ‌ କଟକଣା ରହିବ । ଅର୍ଥାତ୍ ରାତି ୧ଟା ଯାଏଁ ସେହି ରୁଟରେ କୌଣସି ଗାଡି ଯାଇପାରିବ ନାହିଁ। ଏନେଇ‌ କଳ୍ପନା ପଟୁ ବା ଶିଶୁଭବନ ପଟୁ ଯାଉଥିବା ସମସ୍ତ ଗାଡ଼ିକୁ ଏଜି ଟ୍ରାଫିକ ଦେଇ ସେକ୍ରେଟାରିଅଟ ଅର୍ଥାତ୍ ଆଚାର୍ଯ୍ୟବିହାର ରୋଡ୍‌ ଦେଇ ଡାଇଭର୍ଟ କରାଯିବ । ସେହିପରି ବାଣୀବିହାର ପଟୁ ଆସୁଥିବା ଗାଡ଼ି ଆଚାର୍ଯ୍ୟବିହାର ଦେଇ ଏଜି ପର୍ଯ୍ୟନ୍ତ ଡାଇଭର୍ସନରେ ଯିବ ।

ଏହାମଧ୍ୟ ପଢନ୍ତୁ..ବରମୁଣ୍ଡାରରେ ଥାଇଲାଣ୍ଡର ବୁଦ୍ଧ ମନ୍ଦିରରେ ପୂଜା ପାଉଛନ୍ତି ମା’, ସନ୍ଧ୍ୟାରେ ଜମିବ ରାବଣ ପୋଡି

ସେହିପରି ନୟାପଲ୍ଲୀରେ ଏକାଠି ହେଉଥିବା ମେଢ଼ ସବୁ ସିଆରପି ଦେଇ ଯିବା ବେଳେ ଷ୍ଟୁଆର୍ଟ ସ୍କୁଲ୍ ୟୁନିଟ ୮ ଓ ଓୟୁଏଟି ନିୟୁ ଏୟାରପୋର୍ଟ ରୋଡ଼ ପର୍ଯନ୍ତ କଟକଣା ରହିବ।ସେହିପରି ଚନ୍ଦ୍ରଶେଖର‌ପୁର ଇଣ୍ଡିଆନ ଅଏଲ ଅଫିସ ପାଖରୁ ପଟିଆ ପର୍ଯନ୍ତ‌ ମଧ୍ୟ ଭସାଣି ଶୋଭାଯାତ୍ରା ପାଇଁ ଯାନବାହାନ ଉପରେ‌ କଟକଣା ରହିଛି । ତେବେ ଅନ୍ୟ ରୁଟରେ ଯାନବାହନ ଚଳାଚଳ କରିପାରିବ । ତେବେ ଟ୍ରାଫିକ କଟକଣା ନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇ ସାଧାରଣ ଲୋକଙ୍କୁ ଏନେଇ ଅବଗତ କରାଯିବା ସହ ସେହି ସବୁ ରୁଟ୍‌ରେ ଗାଡ଼ି ନେଇ ନଯିବାକୁ ନିବେଦନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 25, 2023, 11:33 AM IST

ABOUT THE AUTHOR

...view details