ବରମୁଣ୍ଡାରରେ ଥାଇଲାଣ୍ଡର ବୁଦ୍ଧ ମନ୍ଦିରରେ ପୂଜା ପାଉଛନ୍ତି ମା’, ସନ୍ଧ୍ୟାରେ ଜମିବ ରାବଣ ପୋଡି

By ETV Bharat Odisha Team

Published : Oct 24, 2023, 8:18 PM IST

thumbnail

ଭୁବନେଶ୍ବର: ରାଜଧାନୀର ବରମୁଣ୍ଡାରରେ ଥାଇଲାଣ୍ଡର ବୁଦ୍ଧ ମନ୍ଦିରରେ ପୂଜା ପାଉଛନ୍ତି ମା ଦଶଭୂଜା । ଯେଉଁଠି ରାଜଧାନୀବାସୀ ଦେଖୁଛନ୍ତି ଅଦ୍ଭୁତ ଐତିହ୍ୟ ଓ କଳାକୃତିର ଝଲକ । ଉତ୍ସବର ଉତ୍ସାହକୁ ଅଧିକ ରଙ୍ଗିନ କରୁଛି ତୋରଣରେ । ବିଭିନ୍ନ ମଣ୍ଡପରେ ହୋମଯଜ୍ଞ ସହ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି ଗଗନ ପବନ । ମା’ଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ମଣ୍ଡପରେ ନାହିଁ ନଥିବା ଭିଡ ଜମୁଛି । ଭକ୍ତ ମା’ଙ୍କୁ ଦର୍ଶନ କରିବା ସହ ମା’ଙ୍କ ଆଶିଷ ଭିକ୍ଷା କରିଛନ୍ତି । ତେବେ ଭୁବନେଶ୍ବରର ବରମୁଣ୍ଡାରରେ ବିଜୟ ଦଶମୀ ବେଶ ଆଡମ୍ବରରେ ପାଳନ କରାଯାଉଛି । ତେବେ ଆଜି ଶାରଦୀୟ ପୂଜାର ଅନ୍ତିମ ଦିନ ହୋଇଥିବା ବେଳେ ଭକ୍ତ ଭାବବିହ୍ବଳିତ ହୋଇଯାଇଛନ୍ତି । ତେବେ ଆଜି ଶେଷ ଦିନରେ ରାଜଧାନୀର ସବୁଠାରୁ ବଡ ରାବଣ ପୋଡି ଅନୁଷ୍ଠିତ ହେବ । ତେବେ ଏହି ରାବଣ ପୋଡି ଦେଖିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ ଜମିବାକୁ ଥିବାବେଳେ ଏହକୁ  ଶୃଙ୍ଖଳିତ ଭାବେ କରିବା ପାଇଁ ମଣ୍ଡପ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମଣ୍ତପ କର୍ମକର୍ତ୍ତା  କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.