ଓଡିଶା

odisha

ପ୍ରବଳ ଶୀତରେ ଥରହର ଓଡ଼ିଶା, ଘନ କୁହୁଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

By ETV Bharat Odisha Team

Published : Dec 22, 2023, 8:39 PM IST

Weather Update: ପ୍ରବଳ ଶୀତରେ ଥରହର ଓଡିଶା । ଘନ କୁହୁଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅଧିକ ପଢନ୍ତୁ

ପ୍ରବଳ ଶୀତରେ ଥରହର ଓଡ଼ିଶା
ପ୍ରବଳ ଶୀତରେ ଥରହର ଓଡ଼ିଶା

ପ୍ରବଳ ଶୀତରେ ଥରହର ଓଡ଼ିଶା

ଭୁବନେଶ୍ବର:ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ଘନ କୁହୁଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଶୀତ ବଢୁଥିବାବେଳେ ୧୬ ସହରରେ ସର୍ବନିମ୍ନ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ଫୁଲବାଣୀରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଜି. ଉଦୟଗିରିରେ ୪.୬ ଡ଼ିଗ୍ରୀ ,ସେମିଳିଗୁଡାରେ ୫.୬ ଡ଼ିଗ୍ରୀ, କିରେଇରେ ୭.୧ ଡ଼ିଗ୍ରୀ , କୋରାପୁଟରେ ୭.୭ ଡ଼ିଗ୍ରୀ ,କେନ୍ଦୁଝରରେ ୭.୮ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୮ ଡ଼ିଗ୍ରୀ ,ଅନୁଗୋଳରେ ୮.୬ ଡ଼ିଗ୍ରୀ, ଭବାନୀପାଟଣାରେ ୮.୬ ଡ଼ିଗ୍ରୀ, ରାଉରକେଲାରେ ୮.୭ ଡ଼ିଗ୍ରୀ , ସୁନ୍ଦରଗଡରେ ୯ ଡ଼ିଗ୍ରୀ , ନବରଙ୍ଗପୁରରେ ୯ ଡ଼ିଗ୍ରୀ ,ସୋନପୁରରେ ୯.୩ ଡ଼ିଗ୍ରୀ , ଝାରସୁଗୁଡାରେ ୯.୪ ଡ଼ିଗ୍ରୀ ,ରାଣୀତାଲରେ ୯.୪ ଡ଼ିଗ୍ରୀ, ଚିପିଲିମାରେ ୯.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି ।

ସେପଟେ ବିଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି , କନ୍ଧମାଳ ଓ କୋରାପୁଟ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଆଜି ସକାଳ ସମୟରେ ସର୍ବନିମ୍ନ ୬ ଡିଗ୍ରୀ ରେକର୍ଡ଼ କରାଯାଇଛି । ତେବେ ଆଭ୍ୟନ୍ତରୀଣ ଓଡିଶାରେ ୯ -୧୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉପକୂଳ ଓଡିଶାରେ ୧୨ -୧୫ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ଭୁବନେଶ୍ୱରରେ ୧୩.୪ ରେକର୍ଡ଼ କରାଯାଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଆସନ୍ତା ୩ ଦିନ ମଧ୍ୟରେ କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ...ଜାଡରେ ଥରୁଛି ଅନୁଗୋଳ, ଆଠ ଡିଗ୍ରୀ ତଳେ ତାପମାତ୍ରା


ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଘନ କୁହୁଡି ସମେତ ଉପକୂଳ ଓଡ଼ିଶାର ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡା, କୋରାପୁଟରେ ସକାଳ ସମୟରେ ହାଲୁକାରୁ ମଧ୍ୟମଧରଣର କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡିର ସମ୍ଭାବନା ଥିବା ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ, କଟକ, କନ୍ଧମାଳ, କଳାହାଣ୍ଡି ରାୟଗଡା, କୋରାପୁଟ ଆଦି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କୁହୁଡିର ସମ୍ଭାବନାକୁ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details