ଓଡିଶା

odisha

CM Visit to Kalahandi: କଳାହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ, ତେଜିଲା ରାଜନୀତି

By ETV Bharat Odisha Team

Published : Oct 25, 2023, 8:37 PM IST

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ନେଇ ଖୁସି ପ୍ରକଟ କରିଛନ୍ତି କଳାହାଣ୍ଡିବାସୀ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକୁ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, ‘‘ନଭେମ୍ବର ୧ ତାରିଖ ହେଉଛି କଳାହାଣ୍ଡି ପ୍ରତିଷ୍ଠା ଦିବସ। ସେହି ଦିନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ହେଉଥିବାରୁ ଆମେ ବହୁତ ଖୁସି ଓ ଗର୍ବିତ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ କରିବା ସହିତ କଳାହାଣ୍ଡିରେ ଥିବା ଭବ୍ୟ ବସଷ୍ଟାଣ୍ଡ ଉଘାଟନ କରିବେ । ଏହା ସହିତ ରେଣ୍ଡୋ ମାଝି ମେଡିକାଲ କଲେଜର ଶୁଭାରମ୍ଭ କରିବେ ।" ଅଧିକ ପଢନ୍ତୁ

CM Visit Kalahandi: କଳାହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ, ତେଜିଲା ରାଜନୀତି
CM Visit Kalahandi: କଳାହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ, ତେଜିଲା ରାଜନୀତି

CM Visit Kalahandi: କଳାହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ, ତେଜିଲା ରାଜନୀତି

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧ ତାରିଖରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଉଛନ୍ତି । ନଭେମ୍ବର ୧ ତାରିଖ ହେଉଛି କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ। ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ନେଇ ଏବେ ରାଜନୀତି ବଢିଥିବା ବେଳେ, ଆଗକୁ ନିର୍ବାଚନ ଥିବାରୁ ଏବେ କଳାହାଣ୍ଡି ଜିଲ୍ଲାକୁ ନେଇ ଚର୍ଚ୍ଚା ଆଲୋଚନା ବଢିବାରେ ଲାଗିଛି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ନେଇ ଖୁସି ପ୍ରକଟ କରିଛନ୍ତି କଳାହାଣ୍ଡିବାସୀ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକୁ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, ‘‘ନଭେମ୍ବର ୧ ତାରିଖ ହେଉଛି କଳାହାଣ୍ଡି ପ୍ରତିଷ୍ଠା ଦିବସ। ସେହି ଦିନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ହେଉଥିବାରୁ ଆମେ ବହୁତ ଖୁସି ଓ ଗର୍ବିତ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ କରିବା ସହିତ କଳାହାଣ୍ଡିରେ ଥିବା ଭବ୍ୟ ବସଷ୍ଟାଣ୍ଡ ଉଘାଟନ କରିବେ । ଏହା ସହିତ ରେଣ୍ଡୋ ମାଝି ମେଡିକାଲ କଲେଜର ଶୁଭାରମ୍ଭ କରିବେ । ଏହା ବ୍ୟତୀତ ଅନେକ ସରକାରୀ କାର୍ଯ୍ୟକ୍ରମ ରହିଛି ତାହାର ମଧ୍ୟ ଶୁଭାରମ୍ଭ ହେବ। ସେଥିପାଇଁ କଳାହାଣ୍ଡି ବାସୀ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିବା ପାଇଁ କଳାହାଣ୍ଡିବାସୀ ଅପେକ୍ଷା କରିଛନ୍ତି। ସବୁଠୁ ବଡ କଥା ହେଲା ମୁଖ୍ୟମନ୍ତ୍ରୀ କଳାହାଣ୍ଡି କୁ ବହୁତ କିଛି ଦେଇଛନ୍ତି। କଳାହାଣ୍ଡିବାସୀ ଯେତେ ବେଳେ ଯାହା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି। ବଡ ଉପହାର ନେଇ କଳାହାଣ୍ଡି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ସେ ବିକାଶରେ ବିଶ୍ବାସ କରନ୍ତି । ନିର୍ବାଚନ ଥାଉ କି ନଥାଉ ସେ ଲୋକଙ୍କ ପାଇଁ କାମ କରନ୍ତି ।’’

ଅଧିକ ପଢନ୍ତୁ- LAccMI Scheme Launch: ରାଜ୍ୟରେ ଚାଲିବ ହଜାରେ ବସ, ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ: ମୁଖ୍ୟମନ୍ତ୍ରୀ

ସେହିପରି ଦଳୀୟ ବିଧାୟକ ବିଧାୟକ ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କ ହୃଦୟରେ ଅଛନ୍ତି। ସେ ମାଲକାନଗିରି ଯାଇଥିଲେ ଏବେ କଳାହାଣ୍ଡି ଯିବେ। ଅପହଞ୍ଚ ଇଲାକାରେ ଚାଲିବ ଲକ୍ଷ୍ମୀ ବସ। ଚାଷୀ ମାନଙ୍କ ପାଇଁ ଇନ୍ଦ୍ରାବତୀ କେନାଲ ପ୍ରକଳ୍ପ ବି ଲୋକାର୍ପିତ କରିବେ। ଏହା କଳାହାଣ୍ଡି ଜିଲ୍ଲା ପାଇଁ ଖୁସିର ଖବର।

ଅନ୍ୟପଟେ ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ବିଜେଡି ସରକାର ସମୟରେ ଜିଲ୍ଲାର ବିକାଶ ନେଇ ପ୍ରଶ୍ନ ଉଠୁଛି। ସେମାନେ କଣ ବିକାଶ କରିଛନ୍ତି? ବିକାଶର କେଉଁ କେଉଁ କ୍ଷେତ୍ରରେ କେନ୍ଦ୍ରର ଅନୁଦାନ ନାହିଁ ତାହା ଲୋକମାନଙ୍କ ପାଖରେ ରଖନ୍ତୁ। କଳାହାଣ୍ଡି ଜିଲ୍ଲାର ବିକାଶ ହୋଇପାରିଥାନ୍ତା କିନ୍ତୁ ପିସି କାରବାର ପାଇଁ ହୋଇପାରୁନାହିଁ। କେନ୍ଦ୍ର ସରକାର ଅନୁଦାନ ଦେଉଛନ୍ତି ହେଲେ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details