ଓଡିଶା

odisha

Bahanaga train tragedy: ଅଚିହ୍ନା 28 ମୃତଦେହର ହେବ ସଂସ୍କାର, SOP ଜାରି କଲା BMC

By ETV Bharat Odisha Team

Published : Oct 8, 2023, 2:57 PM IST

Updated : Oct 8, 2023, 4:06 PM IST

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା 28 ଅଚିହ୍ନା ମୃତଦେହର ସଂସ୍କାର କରିବ ବିଏମସି। ଅଧିକ ପଢନ୍ତୁ

Bahanaga train tragedy
Bahanaga train tragedy

28 ମୃତଦେହର ସଂସ୍କାର କରିବ ବିଏମସି

ଭୁବନେଶ୍ବର:ବାହାନଗା ରେଳ ଦୁର୍ଘଟଣାରୁ 4 ମାସ ବିତିଛି । ହେଲେ ଆଜି ପର୍ଯ୍ୟନ୍ତ ମୃତଦେହ ଚିହ୍ନଟ ହୋଇପାରିନି । 28ଟି ମୃତଦେହ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇପାରିନଥିବା ବେଳେ ମୃତଦେହ ଗୁଡିକୁ ଭୁବନେଶ୍ଵର ମହାନଗର ନିଗମ ସଂସ୍କାର କରିବ। ଏନେଇ ଏସଓପି ଜାରି କରିଛି ବିଏମସି । ମୃତଦେହ ସଂସ୍କାର ସମୟରେ ଭିଡିଓଗ୍ରାଫି କରାଯିବ । ବର୍ତ୍ତମାନ ଏମ୍ସରେ ମୃତଦେହ ଗୁ଼ଡିକ ରହିଛି ।

DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ ଏମ୍ସ ଭୁବନେଶ୍ଵରରେ ପଡ଼ି ରହିଛି 28 ଜଣଙ୍କ ମୃତ ଶରୀର । ବଡ଼ି ଡିସପୋଜ ପାଇଁ ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ଅକ୍ଟୋବର 7 ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତଶରୀର ଡିସପୋଜ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି। ଏସଓପି ଅନୁସାରେ ଏମ୍ସରୁ ମୃତଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ମୃତଦେହ ସଂସ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ ।

ଏହା ମଧ୍ୟ ପଢନ୍ତୁ-Bahanaga Train Tragedy: ସତ ହେବ ପ୍ରଧାନମନ୍ତ୍ରୀଙ୍କ କଡ଼ା ବଚନ ! ବାହାନଗା ଟ୍ରେନ ଦୁର୍ଘଟଣା ଦୋଷୀଙ୍କୁ ମିଳିବ ଦଣ୍ଡ

ଜୁନ ମାସ 2 ତାରିଖରେ ବାଲେଶ୍ଵର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା । ସନ୍ଧ୍ୟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ସାଲିମାର ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । କରମଣ୍ଡଳ ଏକ୍ସପ୍ରେସ ଲୁପ ଲାଇନକୁ ଯାଇ ପୂର୍ବରୁ ସେଠାରେ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ସେହି ସମୟରେ ଅପର ପାର୍ଶ୍ଵରୁ ଆସୁଥିବା ବେଙ୍ଗାଲୁରୁ - ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାର ସାମ୍ନା କରିଥିଲା । ଏହି ଦୁର୍ଘଟଣାରେ ପ୍ରାୟ 290ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 1000ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଟ୍ରେନ ଦୁର୍ଘଟଣା ପରେ ଭୁବନେଶ୍ୱର ଏମ୍‌ସକୁ ବିଭିନ୍ନ ପର୍ଯ୍ୟାୟରେ 162ଟି ମୃତ ଶରୀର ଆସିଥିଲା। ସେଥିମଧ୍ୟରୁ ପ୍ରାରମ୍ଭରେ ପ୍ରାୟ 81ଟି ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଏମ୍‌ସି ପକ୍ଷରୁ ଚିହ୍ନଟ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ଚିହ୍ନଟ ହୋଇପାରିନଥିବା ଅବା ଗୋଟିଏ ମୃତଦେହକୁ ଦୁଇ ଜଣ ଦାବି କରିବାରୁ ଡିଏନ୍‌ଏ ପରୀକ୍ଷାକୁ ପ୍ରାଧାନ୍ୟ ଦିଆଯାଇଥିଲା। ଏହାପରେ ପ୍ରାୟ ୫୩ଟି ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିଲା। ଏବେ ହସ୍ପିଟାଲ ପରିସରରେ ସ୍ବତନ୍ତ୍ର କଣ୍ଟେନରରେ 28ଟି ମର ଶରୀରକୁ ରଖାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 8, 2023, 4:06 PM IST

ABOUT THE AUTHOR

...view details