ଓଡିଶା

odisha

ଆସନ୍ତାକାଲି ବିଜେପି ପ୍ରତିଷ୍ଠା ଦିବସ: ଗାଁଗାଁ ଚାଲ ଅଭିଯାନ ଡାକରା ଦେଲା ଓବିସି ମୋର୍ଚ୍ଚା

By

Published : Apr 5, 2023, 8:39 PM IST

ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସରୁ ଗାଁ ଗାଁ ଚାଲ, ଘର ଘର ଚାଲ ଅଭିଯାନ ଡାକରା ଦେଲା ବିଜେପି ଓବିସି ମୋର୍ଚ୍ଚା । ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ । ଅଧିକ ପଢ଼ନ୍ତୁ

ଗାଁ ଗାଁ ଚାଲ ଅଭିଯାନ ଡାକରା ଦେଲା ଓବିସି ମୋର୍ଚ୍ଚା
ଗାଁ ଗାଁ ଚାଲ ଅଭିଯାନ ଡାକରା ଦେଲା ଓବିସି ମୋର୍ଚ୍ଚା

ଗାଁ ଗାଁ ଚାଲ ଅଭିଯାନ ଡାକରା ଦେଲା ଓବିସି ମୋର୍ଚ୍ଚା

ଭୁବନେଶ୍ବର: ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସରୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ତରଫରୁ ଗାଁ ଗାଁ ଚାଲ, ଘର ଘର ଚାଲ ଅଭିଯାନ ଡାକରା । ରାଜ୍ୟ ସରକାର ଓବିସି ବର୍ଗକୁ ଅବହେଳା କରିଥିବା ଅଭିଯୋଗରେ ଏହି ଡାକରା ଦେଇଛି ବିଜେପି । ଏହି ୯ ଦିନ ଯାତ୍ରାରେ ବିଜେପିର ଓବିସି ମୋର୍ଚ୍ଚା ପଦଯାତ୍ରା ଓ ଜନ ଜାଗରଣ ଯାତ୍ରା କରିବ । ଏହାସହ ଦୁଇ ମାସ ଧରି ବ୍ଲକସ୍ତରରୁ ଜିଲ୍ଲାସ୍ତର ଯାଏଁ ଚାଲିବ ଏହି ପ୍ରତିବାଦ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ।

ସୁରଥ କହିଛନ୍ତି, "ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଶିକ୍ଷା କ୍ଷେତ୍ରରେ ନଦେଇ କାହିଁକି ବଞ୍ଚିତ କରୁଛନ୍ତି ରାଜ୍ୟ ସରକାର, ତାର ଜବାବ ମାଗୁଛି ଓବିସି ମୋର୍ଚ୍ଚା । କେନ୍ଦ୍ର ସରକାର ଯେଉଁମାନଙ୍କୁ ଓବିସି ତାଲିକାରେ ରଖିଛନ୍ତି ରାଜ୍ୟ ସରକାର ସେମାନଙ୍କୁ ଏସଇବିସି ତାଲିକାରେ ସ୍ଥାନିତ କରୁନାହାନ୍ତି କାହିଁକି ? ସର୍ବାଧିକ ବର୍ଗ ହେଉଛନ୍ତି ଓବିସି । ବିଜେଡି ରାଜ୍ୟର ୫୪% ଓବିସି ବର୍ଗକୁ ବି ଭୁଆଁ ବୁଲାଉଛନ୍ତି । ବିଧାନସଭାରେ ବିଲ୍ ଆଗତ କରି ଶେଷ ମୁହୂର୍ତ୍ତରେ ପ୍ରତ୍ୟାହାର କରିନେଲେ । ଓବିସି ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏତେ ଉଦାସୀନତା କାହିଁକି ? ଶେଷ ମୁହୂର୍ତ୍ତରେ ଆଗତ ହୋଇଥିବା ବିଲ୍‌କୁ କାହିଁକି ପ୍ରତ୍ୟାହାର କଲେ ? ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସଂରକ୍ଷଣ ଲାଗି ଜାଣିଶୁଣି ବିଳମ୍ବ କରୁଛନ୍ତି ସରକାର । ଓବିସି ବର୍ଗଙ୍କ ବିକାଶରେ ବାଧକ ସାଜିଛି ବିଜେଡି ସରକାର । ଓଡିଶାରେ ଦୀର୍ଘ ୨୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରର ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ଦରଦ ନାହିଁ ଏବଂ ତାଙ୍କୁ ବିକାଶ ଧାରାରୁ ବଞ୍ଚିତ ରଖୁଛନ୍ତି । ରାଜ୍ୟ ସରକାର ବିଭିନ୍ନ ବାହାନାବାଜି କରି କଥାକୁ ବୁଲେଇବା ସହିତ ୫୪ ଭାଗ ଓବିସି ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରଖିଛନ୍ତି ।"

ସେହିଭଳି ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସୁରଥ କହିଛନ୍ତି, "ଦେଶର ତଥା ରାଜ୍ୟର ସର୍ବାଧିକ ବର୍ଗ ହେଉଛନ୍ତି ପଛୁଆ ବା ଓବିସି ବର୍ଗ । ଯାହାଙ୍କୁ ସର୍ବପୁରାତନ ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ଜାତିଆଣ ଆକ୍ଷେପ କରି ଗୋଟିଏ ହୀନ ମନ୍ତବ୍ୟ ଦେଲେ, ଏହା ୫୪ ପ୍ରତିଶତ ନାଗରିକଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଏହି ବର୍ଗ ପ୍ରତି କଂଗ୍ରେସ ଦଳ କେବେ ବି ସମ୍ବେଦନଶୀଳ ନଥିଲା । କେବେ ପଛୁଆ ବର୍ଗଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ଚେଷ୍ଟା କରିନଥିଲା ଏବଂ କେବେ ବି ସାମ୍ବିଧାନିକ ଅଧିକାର ଦେଇନଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details