ଓଡିଶା

odisha

'ଓଡ଼ିଶାର 1 କୋଟି ପରିବାର ପାଖରେ ପହଞ୍ଚିବ ବିଜେପି'

By ETV Bharat Odisha Team

Published : Dec 24, 2023, 8:22 PM IST

BJP will reach one crore family of Odisha: ଆଗାମୀ ୨୦୨୪ ମସିହା ସାଧାରଣ ନିର୍ବାଚନ ପାଇଁ ଏବେ ଠାରୁ ରାଜନୀତି ସରଗରମ । ଓଡ଼ିଶାର 1 କୋଟି ପରିବାର ପାଖରେ ପହଞ୍ଚିବା ଲକ୍ଷ୍ୟରେ ବିଜେପି । ଅଧିକ ପଢନ୍ତୁ

ଓଡ଼ିଶାର 1 କୋଟି ପରିବାର ପାଖରେ ପହଞ୍ଚିବ ବିଜେପି
ଓଡ଼ିଶାର 1 କୋଟି ପରିବାର ପାଖରେ ପହଞ୍ଚିବ ବିଜେପି

ଓଡ଼ିଶାର 1 କୋଟି ପରିବାର ପାଖରେ ପହଞ୍ଚିବ ବିଜେପି

ଭୁବନେଶ୍ବର:ଆଗାମୀ ୨୦୨୪ ମସିହାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେଣୁ ରାଜ୍ୟର ବିଜେପି ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦିଲ୍ଲୀର ଶୀର୍ଷ ନେତୃତ୍ବ । 2024ରେ ସରକାର ଗଠନ ପାଇଁ କାମ କରିବାକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ ବୁଥ ଏବଂ ୱାର୍ଡ ସ୍ତରରେ ଦଳର ସଙ୍ଗଠନ ଅଛି । ବୁଥ ଏବଂ ୱାର୍ଡ ସ୍ତରର କର୍ମୀ ଘର ଘର ବୁଲି ମୋଦିଙ୍କ ବାର୍ତ୍ତା ପ୍ରଚାର କରିବେ । ତେଣୁ ଓଡ଼ିଶାର 1 କୋଟି ପରିବାର ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି । ବିଧାୟକ ମାନେ 1 ହଜାରରୁ 2 ହଜାର ଘରକୁ ଯିବେ । ସାଂସଦ ମାନେ 4 ହଜାରରୁ 5 ହଜାର ଘରକୁ ଯିବେ ।

ନିର୍ବାଚନ ସମୟର ବିଜେଡିର ଟଙ୍କା, ପୋଲିସ ବଳ, ଗୁଣ୍ଡା ବଳକୁ ପ୍ରତିହତ କରିବା ପାଇଁ ବିଜେପି ଯୋଜନା କରୁଛି । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସର୍ବ ଭାରତୀୟ ସ୍ତରରେ ସବୁଠାରୁ ଅଧିକ ରହିଛି । ଏଣୁ ନିଶ୍ଚିତ ଭାବରେ ଓଡ଼ିଶାରେ ମୋଦି ଗ୍ୟାରେଣ୍ଟି କାମ କରିବ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଗସ୍ତରେ ଥିବାବେଳେ କହିଛନ୍ତି, ପ୍ରତି ବୁଥରୁ 50 ପ୍ରତିଶତରୁ ଅଧିକ ଭୋଟ ପାଇଁ ବିଜେପିର ଟାର୍ଗେଟ ରହିଛି ।ଗତ 10 ବର୍ଷ ଧରି ଏକ ସ୍ଥିର ସରକାର ଥିବାରୁ ଦେଶର ବିକାଶ ଦିଗରେ ଆଗକୁ ବଢ଼ି ଚାଲିଛି । ବେରୋଜଗାରୀ କମିଛି, , କୃଷକଙ୍କ ଆୟ ବଢିଛି, ଗରିବ ସୀମାରେଖାରୁ ଉପରକୁ ଉଠି ଲୋକ ମାନେ ସମ୍ପନ୍ନତା ଆଡ଼କୁ ଯାଉଛନ୍ତି ଏବଂ ମହିଳାଙ୍କ ସମ୍ମାନ ବଢିଛି । ଏହାକୁ ଦୃତ ବେଗରେ ଆଗକୁ ନେବାକୁ ହେଲେ ପୁଣି ଥରେ ଦେଶରେ ମୋଦି ସରକାର ଆସିବା ଦରକାର ।

ଏହା ମଧ୍ୟ ପଢନ୍ତୁ ...କୋଟିଏ ଘରେ ମୋଦିଙ୍କ ବାର୍ତ୍ତା ପହଞ୍ଚିଲେ ବି ସରକାର ଗଢିବେ ନବୀନ: ବିଜେଡି

ମୋଦି 3.0 ପାଇଁ ଏଥର ଗୁଣାତ୍ମକ ବିଜୟ ଆବଶ୍ୟକ । ନିଜ ନିଜ ବୁଥରୁ 50 ପ୍ରତିଶତ ଭୋଟ ପାଇଁ ସମସ୍ତେ ଦାୟିତ୍ଵ ନେବାକୁ ପଡିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆହ୍ଵାନ କରିଛନ୍ତି । ମୋଦି ତତ୍ତ୍ଵ, ମୋଦି ପ୍ରଣାଳୀ, ମୋଦି କାର୍ଯ୍ୟ ପଦ୍ଧତି ଓଡ଼ିଶା ଭଳି ରାଜ୍ୟରେ ପ୍ରଭାବ ପକାଇଛି । ନିଶ୍ଚିତ ଭାବେ 50 ପ୍ରତିଶତରୁ ଅଧିକ ଭୋଟ ମୋଦିଙ୍କୁ ଦେଶବାସୀ ଦେବେ । ତେବେ 2024 ସାଧାରଣ ନିର୍ବାଚନ କୁ ଆଉ କିଛି ମାସ ବାକି ଅଛି। ଓଡିଶା ରାଜନୈତିକ କ୍ଷେତ୍ରରେ ବଡ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ତିନି ରାଜ୍ୟରେ ବିଜେପି ବାଜିମାତ୍ ପରେ ଓଡିଶା ଉପରେ ବିଜେପି ର ନଜର । ଓଡିଶା ରେ ଡ଼ବଲ ଇଞ୍ଜିନ୍ ସରକାର କରିବା ପାଇଁ ଚେଷ୍ଟା ଚଳାଇଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details