ଓଡିଶା

odisha

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ୍‌ ନୁହେଁ ବିଏମସିର ମିଷ୍ଟେକ୍‌ ପ୍ଲାନ: ବିଜେପି

By ETV Bharat Odisha Team

Published : Aug 23, 2023, 7:51 PM IST

ରାଜଧାନୀରେ ବଢୁଥିବା ଡେଙ୍ଗୁକୁ ନେଇ ବିଜେପିର ପ୍ରତିବାଦ । ବିଏମ୍‌ସି ବିରୋଧରେ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପିର ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ମାଷ୍ଟର ପ୍ଲାନ ନୁହେଁ ବିଏମସିର ମିଷ୍ଟେକ ପ୍ଲାନ
ମାଷ୍ଟର ପ୍ଲାନ ନୁହେଁ ବିଏମସିର ମିଷ୍ଟେକ ପ୍ଲାନ

ମାଷ୍ଟର ପ୍ଲାନ ନୁହେଁ ବିଏମସିର ମିଷ୍ଟେକ ପ୍ଲାନ

ଭୁବନେଶ୍ୱର: ରାଜଧାନୀରେ ବଢୁଥିବା ଡେଙ୍ଗୁକୁ ନେଇ ବିଜେପିର ପ୍ରତିବାଦ । ବିଏମସି ବିରୋଧରେ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପିର ଆନ୍ଦୋଳନ। ଦିନକୁ ଦିନ ଭୁବନେଶ୍ୱରେ ହଜାର ହଜାର ଡେଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ବିଏମସି ଏହି ତଥ୍ୟ ଲୁଚାଉଥିବା ଅଭିଯୋଗ କରିଛି ବିଜେପି। ମାଷ୍ଟର ପ୍ଲାନ୍‌ ନୁହେଁ ବିଏମସିର ମିଷ୍ଟେକ ପ୍ଲାନ କହି ପ୍ରତିବାଦ କରିଛି ବିଜେପି।

ତେବେ ବିଜେପି, ବିଏମସିକୁ ଟାର୍ଗେଟ କରି କହିଛି ଯେ, ମେୟର ଏବଂ କମିଶନର ଏସିରେ ବସିଲେ ହେବ ନାହିଁ। ସେମାନେ ଭୁବନେଶ୍ୱରର ଗଳି କନ୍ଦି ବୁଲନ୍ତୁ । ଟିଫା ମେସିନ ହାତରେ ଧରି ଲୋକଙ୍କୁ ଡେଙ୍ଗୁରୁ ମୁକ୍ତ କରନ୍ତୁ । କେବଳ ମାଷ୍ଟର ପ୍ଲାନ୍‌ ବ୍ଲୁ ପ୍ରିଣ୍ଟ ନାମକୁ ମାତ୍ର । ଡ଼େଙ୍ଗୁ ନିୟନ୍ତ୍ରଣ ପାଇଁ କୌଣସି କାର୍ଯ୍ୟରେ ବିଏମ୍‌ସି ସଫଳ ହୋଇନାହିଁ । କ୍ୟାପିଟାଲ୍‌ ହସ୍ପିଟାଲରେ ଡେଙ୍ଗୁ ରୋଗୀ ବେଡ୍‌ ପାଉ ନାହାଁନ୍ତି । ମେୟର କଣ କରୁଛନ୍ତି ? ବୋଲି ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ ସମସ୍ତ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ

ଏହି ପରିପ୍ରେକ୍ଷୀରେ ବାବୁ ସିଂ ଆହୁରି ମଧ୍ୟ କହିଛନ୍ତି, "ତିନିମାସ ତଳେ BMC ମେୟର ଏବଂ କମିଶନର କହିଥିଲେ ବର୍ଷା ହେଲେ ଆଉ କେଉଁଠି ବି ପାଣି ଜମିବ ନାହିଁ କି ମଶା ବଂଶ ବୃଦ୍ଧି ହେବ ନାହିଁ, କିନ୍ତୁ ଫଳ ଓଲଟା । ପରିମଳ ବ୍ୟବସ୍ଥା ପାଇଁ BMC କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି, କିନ୍ତୁ ସେ ପରିମଳ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସଜଡ଼ା ଯାଇପାରୁନାହିଁ । ସେପଟେ ରାଜଧାନୀରେ ଅଳିଆ ବି ଠିକ୍‌ରେ ସଫା ହେଉନାହିଁ । ମେୟର ଓ କମିଶନର ମିଶି ଲୋକମାନଙ୍କ ଟିକସ ପଇସା ଲୁଟ୍‌ କରୁଛନ୍ତି । ୪ ତାଲା ଘରେ ବସି ଲୁଟ ପାଇଁ ଯୋଜନା କରୁଛନ୍ତି । ମଶାଙ୍କୁ ମାରିବା ନାମରେ ପଇସା ହରିଲୁଟ ହେଉଛି । ଡୁପ୍ଲିକେଟ୍‌ ମଶା ତେଲ କିଣୁଛି ବିଏମ୍‌ସି । ଭୁବନେଶ୍ଵରବାସୀଙ୍କୁ ଦୁଃଖ ଦେଇଛି ବିଜେଡି ସରକାର । ତେବେ BMCର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ପର୍ଦ୍ଦାଫାସ ହେବା ଦରକାର ।"

ସେପଟେ ବିଜେପି ଟିଫା ମେସିନ୍‌ ଧରି ମଶା ରୂପ ଅନୁରୂପ ମୁଖ୍ୟମନ୍ତ୍ରୀ ଓ ମେୟରଙ୍କ ଫଟୋ ଧରି ବିଏମ୍‌ସି ଅଫିସ୍‌ ଚାରି ପାଖ ଧୂଆଁ ଦେଇ ପ୍ରତିବାଦ କରିଛନ୍ତି । ଏହାସହ ରାଜ୍ଯରେ ଡେଙ୍ଗୁ ପରିସ୍ଥିତି ଅସମ୍ଭାଳ, ନିୟନ୍ତ୍ରଣ ବାହାରେ ଡେଙ୍ଗୁ, ରାଜ୍ୟ ସରକାର ପଙ୍ଗୁ, ଭୁବନେଶ୍ୱର ଓ କଟକରେ ଡେଙ୍ଗୁର ଭୟଙ୍କର ରୂପ, ପ୍ରତି ଘରେ ଲୋକ ଡେଙ୍ଗୁ ପୀଡ଼ିତ ଏବଂ ଡେଙ୍ଗୁରେ ଆକ୍ରାନ୍ତ ହୋଇ 20ରୁ ଊର୍ଦ୍ଧ୍ବ ଲୋକ ମଲେଣି ବୋଲି ବିଜେପି ଅଭିଯୋଗ କରିଛି । ତେବେ ଆଗକୁ ରାଜଧାନୀବାସୀଙ୍କ ପାଇଁ ବିଏମ୍‌ସି ଡେଙ୍ଗୁ ମୁକ୍ତ ଅଭିଯାନ ଆରମ୍ଭ ନକଲେ ଜିଲ୍ଲା ବିଜେପି ଆହୁରି ବଡ଼ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ବିଜେପି।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details