ଓଡିଶା

odisha

ଦରଦାମ ବଢିବ-କମିବ, ବିଜେଡି ଅଭିଯୋଗର ଭିତ୍ତିଭୂମି ନାହିଁ: ବିଜେପି

By

Published : Mar 2, 2023, 8:21 PM IST

ବିଜୁ ଜନତା ଦଳ ରାଜନୈତିକ ଫାଇଦା ପାଇବା ପାଇଁ ବିଜେଡି ପ୍ରେସମିଟ କରିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢନ୍ତୁ

mohan majhi reaction
mohan majhi reaction

mohan majhi reaction

ଭୁବନେଶ୍ବର: ଆନ୍ତର୍ଜାତୀୟ ସ୍ତରରେ ଦରଦାମ ବୃଦ୍ଧି କାରଣରୁ ଗ୍ୟାସ ଦର 50 ଟଙ୍କା ବୃଦ୍ଧି ହୋଇଛି। ଦରଦାମ ତଳ ଉପର ହେବା ସ୍ୱଭାବିକ। କେନ୍ଦ୍ର ସରକାର ଗରିବ ମାନଙ୍କୁ ହଇରାଣ କରୁନାହାଁନ୍ତି, ଦରଦାମ ପୁଣି କମିବ ପୁଣି ବଢିବ, ଏହା ନିରନ୍ତର ଚାଲିଛି। ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ନ ଥିବାରୁ ଗରିବ ଲୋକଙ୍କ ତଣ୍ଟି ଚିପିବା କଥା ନୁହେଁ । ବିଜୁ ଜନତା ଦଳ ରାଜନୈତିକ ଫାଇଦା ପାଇବା ପାଇଁ ଏଭଳି ବିଜେଡି ପ୍ରେସମିଟ କରିଥିବା ନିଜର ପ୍ରତିକ୍ରିୟାରେ କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦରଦାମ ବୃଦ୍ଧିକୁ ନେଇ ବିଜେଡିର ଏଭଳି ଅଭିଯୋଗର କୌଣସି ଭିତ୍ତିଭୂମି ନାହିଁ। ଦରଦାମ ନିୟନ୍ତ୍ରଣ ଲାଗି ସରକାର ଚିନ୍ତା ପ୍ରକଟ ଏବଂ ଯୋଜନା କରନ୍ତି। ଗ୍ୟାସ କିମ୍ବା ପେଟ୍ରୋଲ ଦରବୃଦ୍ଧି ଆନ୍ତର୍ଜାତୀୟ ଦର ପ୍ରଭାବରୁ ହୋଇଥାଏ। ତେଣୁ ଗ୍ୟାସ ଦର ବୃଦ୍ଧି ତାର ପ୍ରତିଫଳନ। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସମୟରେ ମାଗଣା ଚାଉଳ ଦିଆଯାଉଥିଲା । ହେଲେ ପ୍ରଧାନମନ୍ତ୍ରୀ ଏବେ ସମ୍ପୂର୍ଣ ମାଗଣା ଚାଉଳ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ଚାଉଳ ଦେବାରେ ପ୍ରଧାନମନ୍ତ୍ରୀ କେବେ କଞ୍ଜୁସ କରିନାହାଁନ୍ତି ଏବଂ ଚାଉଳ ଦେବାରେ ରେକର୍ଡ କରିଛନ୍ତି ।

ସେହିପରି ଅନ୍ୟପଟେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ମୋହନ ମାଝୀ କହିଛନ୍ତି ଯେ ସୌମ୍ୟ ବାବୁ ଆଉ ତାଙ୍କ ପାଖରେ ନାହାଁନ୍ତି। ସୌମ୍ୟ ବାବୁ ଧୀରେ ଧୀରେ ବିଜେଡି ଏବଂ ରାଜ୍ୟ ସରକାରଙ୍କ ଠାରୁ ଦୁରେଇ ଯାଉଛନ୍ତି। ସେ ସତ କଥା କହୁଛନ୍ତି। ସତ କଥା କହିବା ଏବଂ ରାଜ୍ୟ ସରକାର ବିଫଳତା ପ୍ରକାଶ କରିବା । ସେ ଅର୍ଥନୈତିକ କ୍ଷେତ୍ର କିମ୍ବା ଲୋକଙ୍କୁ ସେବା ଦେବା କ୍ଷେତ୍ରରେ ହେଉ କିମ୍ବା ଓଡିଶାର ବିକାଶ କ୍ଷେତ୍ରରେ ହେଉ। ୨୩ ବର୍ଷ ଭିତରେ ରାଜ୍ୟ ଆଗଉ ନ ଥିବାରୁ ସୌମ୍ୟ ବାବୁ ବାଧ୍ୟ ହେଉଛନ୍ତି ଲୋକଙ୍କ ସାମ୍ନାରେ ଆଣିବା ପାଇଁ। ସେଥିପାଇଁ ବିଧାନସଭାରେ ବାହାରେ ଏବଂ ଭିତରେ ରାଜ୍ୟ ସରକାର ବିଷୟରେ ସେ କହୁଛନ୍ତି। ତାଙ୍କ ମୁହଁରେ ଜୋର କରି ବାଧ୍ୟ କରାଯାଉଛି କହିବା ପାଇଁ ସେ ଦଳ ସାଙ୍ଗରେ ଅଛନ୍ତି ବୋଲି। କିନ୍ତୁ ବାସ୍ତବରେ ସେ ତାଙ୍କ ସାଙ୍ଗରେ ନାହାନ୍ତି, ଆଉ କିଛି ଦିନ ଭିତରେ ସ୍ପଷ୍ଟୀକରଣଲ ହେବ ଯେ ସୌମ୍ୟ ବାବୁ ବାସ୍ତବରେ କାହାର ବୋଲି କହିଛନ୍ତି ମୋହନ ମାଝି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details