ଓଡିଶା

odisha

ପଦମର୍ଯ୍ୟାଦା ଉଲ୍ଲଙ୍ଘନ କରନ୍ତୁ ନାହିଁ ଛତିଶଗଡ ରାଜ୍ୟପାଳ: ବିଜେଡି

By ETV Bharat Odisha Team

Published : Nov 24, 2023, 10:43 PM IST

ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରେସମିଟ କରି କହିଛନ୍ତି‘‘ ଓଡିଶା ପ୍ରତି ଦେଉଥିବା ବକ୍ତବ୍ୟରୁ କ୍ଷାନ୍ତ ରହୁନ୍ତୁ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ସାମ୍ବିଧାନିକ ପଦବୀରେ ଥାଇ ରାଜନୈତିକ ବୟାନ ବାଜି ଦେବା ଅନୁଚିତ । ଭାରତର ଗଣତନ୍ତ୍ରକୁ ମଜବୁତ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଅଧିକ ପଢନ୍ତୁ

ରାଜ୍ୟପାଳ ପଦମର୍ଯ୍ୟାଦା ଉଲଙ୍ଘନ କରନ୍ତୁ ନାହିଁ ଛତିଶଗଡ ରାଜ୍ୟପାଳ: ବିଜେଡି
ରାଜ୍ୟପାଳ ପଦମର୍ଯ୍ୟାଦା ଉଲଙ୍ଘନ କରନ୍ତୁ ନାହିଁ ଛତିଶଗଡ ରାଜ୍ୟପାଳ: ବିଜେଡି

ରାଜ୍ୟପାଳ ପଦମର୍ଯ୍ୟାଦା ଉଲଙ୍ଘନ କରନ୍ତୁ ନାହିଁ ଛତିଶଗଡ ରାଜ୍ୟପାଳ: ବିଜେଡି

ଭୁବନେଶ୍ବର: ଓଡିଶା ପ୍ରତି ଦେଉଥିବା ବକ୍ତବ୍ୟରୁ କ୍ଷାନ୍ତ ରହୁନ୍ତୁ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ସାମ୍ବିଧାନିକ ପଦବୀରେ ଥାଇ ରାଜନୈତିକ ବୟାନ ବାଜି ଦେବା ଅନୁଚିତ । ଭାରତର ଗଣତନ୍ତ୍ରକୁ ମଜବୁତ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଅତୀତରେ ଓଡିଶାରୁ ରାଜ୍ୟପାଳ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ, ଦ୍ରୌପଦୀ ମୁର୍ମୁ, ବିଶ୍ବ ଭୂଷଣ ହରିଚନ୍ଦନ ରାଜ୍ୟପାଳ ହୋଇଛନ୍ତି। ଏଥିପାଇଁ ଆମେ ଅତ୍ୟନ୍ତ ଖୁସି । ଗତକାଲି ଓଡିଶାରେ ଆଦିବାସୀ ପ୍ରସଙ୍ଗକୁ ନେଇ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଦେଇଥିବା ମନ୍ତବ୍ୟ ଉପରେ ଆଜି ପ୍ରେସମିଟ କରି ଏଭଳି ପରାମର୍ଶ ଦେଇଛି ବିଜେଡି ।

ଅଧିକ ପଢନ୍ତୁ- ତୁରନ୍ତ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲନ୍ତୁ: ବିଶ୍ବଭୂଷଣ ହରିଚନ୍ଦନ

ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରେସମିଟ କରି କହିଛନ୍ତି‘‘ ଓଡିଶା ପ୍ରତି ଦେଉଥିବା ବକ୍ତବ୍ୟରୁ କ୍ଷାନ୍ତ ରହୁନ୍ତୁ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ସାମ୍ବିଧାନିକ ପଦବୀରେ ଥାଇ ରାଜନୈତିକ ବୟାନ ବାଜି ଦେବା ଅନୁଚିତ । ଭାରତର ଗଣତନ୍ତ୍ରକୁ ମଜବୁତ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଅତୀତରେ ଓଡିଶାରୁ ରାଜ୍ୟପାଳ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ, ଦ୍ରୌପଦୀ ମୁର୍ମୁ, ବିଶ୍ବ ଭୂଷଣ ହରିଚନ୍ଦନ ରାଜ୍ୟପାଳ ହୋଇଛନ୍ତି। ଏଥିପାଇଁ ଆମେ ଅତ୍ୟନ୍ତ ଖୁସି ।’’ ସସ୍ମିତ ଆହୁରି କହିଛନ୍ତି ଭାରତୀୟ ସମ୍ବିଧାନର ଆର୍ଟିକିଲ 153 ରୁ 163 ରେ ଉଲ୍ଲେଖ ରହିଛି ରାଜ୍ୟପାଳଙ୍କ ଆଚରଣ, ସର୍ଭିସ ଏବଂ ଦାୟିତ୍ବ କଣ ରହିବା ଦରକାର । ଏହା ମଧ୍ୟ ଆଶା କରାଯାଏ ରାଜ୍ୟପାଳ ରାଜନୀତି ଠାରୁ ଦୂରେଇ ରହିବେ ।

ସେହିପରି ସସ୍ମିତ କହିଛନ୍ତି ରାଜ୍ୟପାଳ ନିଜର ପଦ ମର୍ଯ୍ୟାଦା ରଖିବେ ଆଶା କରାଯାଏ । ତାଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବେ । କିନ୍ତୁ ଛତିଶଗଡର ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ବିଗତ କିଛି ଦିନ ହେଲା ଓଡ଼ିଶା ସମ୍ପର୍କିତ ଯାହା ମନ୍ତବ୍ୟ ଦେଉଛନ୍ତି ତାହା ଶୋଭନୀୟ ନୁହେଁ । ତାଙ୍କ ପୁଅ ୱାର୍ଡ ମେମ୍ବର ଟିଏ ହୋଇପାରିଲେ ନାହିଁ । ସେ ଚିନ୍ତିତ ଅଛନ୍ତି ତାଙ୍କ ପୁଅର ରାଜନୈତିକ ସ୍ଥିତି ଠିକ ହେଉବୋଲି । ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ତାଙ୍କ ପଦ ମର୍ଯ୍ୟାଦାକୁ ଠିକ କରନ୍ତୁ। ଓଡ଼ିଶା ପାଇଁ ଯେଉଁ ପ୍ରତିକ୍ରିୟା ଦେଉଛନ୍ତି ଓଡ଼ିଶା ପାଇଁ ଶୋଭନୀୟ ନୁହେଁ । ଅତୀତରେ କେବେ ଶୁଣିନାହୁଁ ଓଡ଼ିଶାରୁ ରାଜ୍ୟପାଳ ହୋଇଥିବା ରାଜ୍ୟପାଳ ଏଭଳି କହିବା। ଆଶା କରୁଛୁ ବିଶ୍ବ ଭୂଷଣ ଏଭଳି ଟିପ୍ସଣୀରୁ କ୍ଷାନ୍ତ ରହିବେ । ସମ୍ବିଧାନର ଗଣ୍ଡି ମଧ୍ୟରେ ରହିବେ । ବିଶ୍ବ ଭୂଷଣ ହରିଚନ୍ଦନ ଯେଉଁ ରାଜନୈତିକ ବକ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହଁ । ରାଜ୍ୟପାଳ ପଦବୀକୁ ସେ ମର୍ଯ୍ୟାଦା ରଖୁନାହାନ୍ତି ଅନୁରୋଧ କରୁଛୁ ସେଥିରୁ କ୍ଷାନ୍ତ ରୁହନ୍ତୁ।

ସୂଚନାଯୋଗ୍ୟଯେ ଓଡିଶା ଗସ୍ତରେ ଥିବା ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଗତକାଲି ଓଡିଶାରେ ଆଦିବାସୀ ଅବହେଳିତ ନିଷ୍ପେସିତ ବୋଲି କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details