ଓଡିଶା

odisha

ସରିଲାନି ରାସ୍ତାକାମ, ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

By

Published : Sep 14, 2021, 7:08 PM IST

ସରିଲାନି ରାସ୍ତାକାମ, ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

କାଦୁଅ ପଚପଚ ରାସ୍ତାରେ ସରକାରୀ ବଡ଼ବାବୁଙ୍କୁ ଚଲାଇଲେ ଗ୍ରାମବାସୀ । ନିର୍ଦ୍ଧାରିତ ସମୟରେ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ଏଭଳି କିଛି ପଦକ୍ଷେପ ନେଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: କାଦୁଅ ପଚପଚ ରାସ୍ତାରେ ସରକାରୀ ବଡ଼ବାବୁଙ୍କୁ ଚଲାଇଲେ ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ଭଗବତୀପଡ଼ା ଗାଁରେ ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ଗାଁକୁ ଯାଇଥିବା ଏକ ରାସ୍ତାର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ସରି ପାରିଲା ନାହିଁ । ଫଳରେ ବର୍ଷା ଯୋଗୁଁ ଗାଁ ଯାଇଥିବା ଏକ ମାତ୍ର ରାସ୍ତା କାଦୁଅରେ ଭର୍ତ୍ତି ହେବାରୁ ନାହିଁ ନଥିବା ହନ୍ତସନ୍ତ ହେଉଥିଲେ ଗାଁ ଲୋକେ ।

ସରିଲାନି ରାସ୍ତାକାମ, ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

ଗୋଳବାଇ- କଣାସ ରାସ୍ତା କୁ ସଂଯୋଗ କରୁଥିବା ଭଗବତୀପଡା ଏକମାତ୍ର ରାସ୍ତା । ହେଲେ ଜଳସେଚନ ବିଭାଗର ଅପାରଗତା ଯୋଗୁଁ ରାସ୍ତାର ଏଭଳି ଦୁର୍ଦ୍ଦଶା ହୋଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ରାସ୍ତାକାମ ନହୋଇ ରାସ୍ତା ଉପରେ ଖାଲି ମାଟି ପଡିଥିଲା । ୨ଦିନ ଲଗାଣବର୍ଷା ଯୋଗୁଁ ମଲାଗୁଣି ନଦୀର ପାଣି ଆସି ରାସ୍ତା ଉପରେ ଚାଲିଥିଲା । ଫଳରେ ରାସ୍ତା କାଦୁଅରେ ଭର୍ତ୍ତି ହୋଇଥିଲା । ରାସ୍ତାରେ ଚାଲିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି ।

ଏଭଳି ସ୍ଥିତି ଆଜି(ମଙ୍ଗଳବାର) ଜଳସେଚନ ବିଭାଗ ରାଜୁଆ ଡିଭିଜନର ଏସଡିଓ(SDO) ଓ କନିଷ୍ଠ ଯନ୍ତ୍ରୀ (JUNIOR ENGINEER) ଉକ୍ତ ସ୍ଥାନକୁ ଯାଇଥିବା ବେଳେ ଭଗବତୀପଡ଼ା ଗ୍ରାମବାସୀ ରାସ୍ତା କାମ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ହେଲେ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ନଦେବାରୁ ଅସନ୍ତୁଷ୍ଟ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚାଲିବାକୁ କହିଥିଲେ । ଗ୍ରାମବାସୀ କହିଥିଲେ, "ଆମେ ଏହି ରାସ୍ତା ଦେଇ ସବୁଦିନ ଯାତାୟତ କରୁଛୁ ଆଜି ଆପଣ ବି ରାସ୍ତାରେ ଚାଲନ୍ତୁ ।"

ଫଳରେ କେବଳ ଖାତା କଲମରେ ବିଭିନ୍ନ ଉନ୍ନୟନ କାର୍ଯ୍ୟା ସାରି ଦେଉଥିବା ସରକାରୀ ବାବୁଙ୍କୁ ବାଧ୍ୟ ହୋଇ କାଦୁଅ ରାସ୍ତାରେ ଚାଲିଥିଲେ । ରାସ୍ତାଟି ସଂପୂର୍ଣ୍ଣ ଭାବରେ ପାଣିକାଦୁଅରେ ପରିପୂର୍ଣ୍ଣ । ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା । ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବାବୁ । ହେଲେ ସରକାରୀ ଅଧିକାରୀଙ୍କ ପ୍ରତିଶ୍ରୁତି ବି ଯେଭଳି ବର୍ଷାରେ ଧୋଇଗଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେଲାନି । ଯାହାର ପରିଣାମ ଭୋଗୁଛନ୍ତି ଗ୍ରାମବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details