ଓଡିଶା

odisha

East Coast Railway: 5ଟି ଷ୍ଟେସନରେ ପରୀକ୍ଷାମୂଳକ ରହଣି କରିବ 7 ଏକ୍ସପ୍ରେସ

By

Published : Aug 19, 2023, 10:25 PM IST

5ଟି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ରହିବ 7ଟି ଏକ୍ସପ୍ରେସ। କାଳୁପଡାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ, ନରାଜ ମାର୍ଥାପୁରରେ ପୁରୀ ଅଜମେର, ଯଖପୁରାରେ ଜନ ଶତାବ୍ଦୀ, ଦାମନଯୋଡିରେ ସମଲେଶ୍ୱରୀ, ମେରାମଣ୍ଡଳୀରେ ପୁରୀ-ଦୁର୍ଗ ଏବଂ ନରାଜ ମାର୍ଥାପୁର ଓ ମେରାମଣ୍ଡଳୀ ଷ୍ଟେସନରେ ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ରହଣି କରିବ। ଅଧିକ ପଢ଼ନ୍ତୁ

5ଟି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ରହଣି କରିବ 7ଏକ୍ସପ୍ରେସ
5ଟି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ରହଣି କରିବ 7ଏକ୍ସପ୍ରେସ

ଭୁବନେଶ୍ବର:ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସର୍ବଦା କାର୍ଯ୍ୟ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏକ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥର 5ଟି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ରହିବ 7ଟି ଏକ୍ସପ୍ରେସ। କାଳୁପଡାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ, ନରାଜ ମାର୍ଥାପୁରରେ ପୁରୀ ଅଜମେର, ଯଖପୁରାରେ ଜନ ଶତାବ୍ଦୀ, ଦାମନଯୋଡିରେ ସମଲେଶ୍ୱରୀ, ମେରାମଣ୍ଡଳୀରେ ପୁରୀ-ଦୁର୍ଗ ଏବଂ ନରାଜ ମାର୍ଥାପୁର ଓ ମେରାମଣ୍ଡଳୀ ଷ୍ଟେସନରେ ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ରହଣି କରିବ।

ଯଖପୁରା ଷ୍ଟେସନରେ ଜନ ଶତାବ୍ଦୀ ଏକ୍ସପ୍ରେସ:

12074/12073ନମ୍ବର ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ ଅଗଷ୍ଟ 20 ତାରିଖ ଠାରୁ ଯଖପୁରା ରେଳ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ ସକାଳ 07ଘ. 11ମିନିଟ୍‌ ରେ ପହଞ୍ଚି 07ଘ. 13ମିନିଟ୍‌ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ସେହିପରି ଭାବରେ ଫେରିବା ମାର୍ଗରେ ହାଓଡ଼ାରୁ ଆସୁଥିବା ଏହି ଟ୍ରେନ 06ଘ. 15ମିନିଟ୍‌ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ମେରାମଣ୍ଡଳୀ ଷ୍ଟେସନ ପୁରୀ ଦୁର୍ଗ ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ:

18425/18426ନମ୍ବର ପୁରୀ-ଦୁର୍ଗ ଏକ୍ସପ୍ରେସ ଅଗଷ୍ଟ 20 ତାରିଖ ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ରାତ୍ରି 10ଘ 30ମିନିଟ୍‌ରେ ପହଞ୍ଚି 10ଘ. 31ମି ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ଭୋର 05 ଘଟିକାରେ ପହଞ୍ଚି 05ଘ. 01ମିନିଟ୍‌ରେ ପୁରୀ ଅଭିମୁଖେ ଯାତ୍ରା କରିବ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବର ରେଳ ଷ୍ଟେସନ ନବୀକରଣ, ସ୍ଥିତି ସମୀକ୍ଷା କଲେ ରେଳମନ୍ତ୍ରୀ

ସହିପରି 22839/22840ନମ୍ବର ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ ଅଗଷ୍ଟ 20 ତାରିଖ ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ। ରାଉରକେଲା ଠାରୁ ଆସୁଥିବା ଏହି ଟ୍ରେନ୍ ମେରାମଣ୍ଡଳୀରେ ପୂର୍ବାହ୍ନ 10ଘ. 14ମିନିଟ୍‌ରେ ପହଞ୍ଚି 10ଘ. 15ମିନିଟ୍‌ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ଅପରାହ୍ନ 03ଘ. 09ମିନିଟ୍‌ରେ ପହଞ୍ଚି 03ଘ. 10ମିନିଟ୍‌ ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ।

ଦାମନଯୋଡି ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସ:

18005/18006 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ଅଗଷ୍ଟ 20 ତାରିଖ ଠାରୁ ଦାମନଯୋଡି ଷ୍ଟେସନରେ ରହଣି କରିବ। ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ଦାମନଯୋଡି ଷ୍ଟେସନରେ ସନ୍ଧ୍ୟା 06ଘ. 13ମିନିଟ୍‌ରେ ପହଞ୍ଚି 06ଘ. 15ମିନିଟ୍‌ରେ ଜଗଦଲପୁର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଜଗଦଲପୁରରୁ ଏହି ଟ୍ରେନ୍ ସକାଳ 07ଘ. 48ମିନିଟ୍‌ରେ ପହଞ୍ଚି 07ଘ. 50ମିନିଟ୍‌ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

କାଳୁପଡାଘାଟ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ:

18463/18464ନମ୍ବର ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଅଗଷ୍ଟ 20 ତାରିଖ ଠାରୁ କାଳୁପଡାଘାଟ ରେଳ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ କାଳୁପଡାଘାଟ ଷ୍ଟେସନରେ ସକାଳ 06ଘ. 36ମିନିଟ୍‌ରେ ପହଞ୍ଚି 06ଘ. 38ମିନିଟ୍‌ରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ବେଙ୍ଗାଲୁରୁରୁ ଏହି ଟ୍ରେନ୍ ସନ୍ଧ୍ୟା 05ଘ. 23ମିନିଟ୍‌ରେ ପହଞ୍ଚି 05ଘ 25ମିନିଟ୍‌ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ନରାଜ ମାର୍ଥାପୁର ଷ୍ଟେସନରେ ପୁରୀ-ଆଜମୀର ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ :

20823/20834ନମ୍ବର ପୁରୀ-ଅଜମୀର ଏକ୍ସପ୍ରେସ ସେପ୍ଟେମ୍ବର ପହିଲା ଠାରୁ ପୁରୀରୁ ଓ ଆଜମୀର ଠାରୁ ଆସୁଥିବା ଟ୍ରେନ ସେପ୍ଟେମ୍ବର 02 ତାରିଖ ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ। ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ରାତ୍ରି 12ଘ. 53ମିନିଟ୍‌ରେ ପହଞ୍ଚି 12ଘ. 55ମିନିଟ୍‌ରେ ଅଜମେର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଅଜମେରରୁ ଏହି ଟ୍ରେନ୍ ନରାଜ ଠାରେ ପୂର୍ବାହ୍ନ 11ଘ. 55ମିନିଟ୍‌ରେ ପହଞ୍ଚି 11ଘ. 57ମିନିଟ୍‌ରେ ପୁରୀ ଅଭିମୁଖେ ଯାତ୍ରା କରିବ।

ସେହିପରି 22839/22840ନମ୍ବର ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ ଅଗଷ୍ଟ 20 ତାରିଖ ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ। ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ 11ଘ. 25ମିନିଟ୍‌ରେ ପହଞ୍ଚି 11ଘ. 27ମିନିଟ୍‌ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ନରାଜ ଠାରେ ଅପରାହ୍ନ 02 ଘଟିକାରେ ରେ ପହଞ୍ଚି 02ଘ. 02ମିନିଟ୍‌ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details