ETV Bharat / state

ଭୁବନେଶ୍ବର ରେଳ ଷ୍ଟେସନ ନବୀକରଣ, ସ୍ଥିତି ସମୀକ୍ଷା କଲେ ରେଳମନ୍ତ୍ରୀ

author img

By

Published : Aug 14, 2023, 7:57 PM IST

ଭୁବନେଶ୍ବର ରେଳ ଷ୍ଟେସନ ନବୀକରଣ । ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ମାର୍ଚ୍ଚ ସୁଦ୍ଧା ସରିବ ପ୍ରଥମ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

ଭୁବନେଶ୍ବର ରେଳ ଷ୍ଟେସନ ନବୀକରଣ, ସ୍ଥିତି ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ।
ଭୁବନେଶ୍ବର ରେଳ ଷ୍ଟେସନ ନବୀକରଣ, ସ୍ଥିତି ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ।

ଭୁବନେଶ୍ବର: ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ । ରେଳ ଷ୍ଟେସନରେ ବିମାନ ବନ୍ଦର ଭଳି ସେବା ପାଇବେ ଯାତ୍ରୀ । ଆଜି ଏହାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଭୁବନେଶ୍ବର ରେଳ ଷ୍ଟେସନ ନବୀକରଣ କାର୍ଯ୍ୟ ତଦାରଖ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ମାର୍ଚ୍ଚ ସୁଦ୍ଧା ସରିବ ପ୍ରଥମ ବିଲ୍‌ଡିଂ । ୨୦୨୫ ଡିସେମ୍ବର ସୁଦ୍ଧା ସରିବ ଷ୍ଟେସନର ମୁଖ୍ୟ ପ୍ରବେଶ ପଥର ୧୧ ମହଲା ବିଲଡିଂ । ଏଠାରେ ବିମାନବନ୍ଦର ଭଳି ଯାତ୍ରୀଙ୍କ ପାଇଁ ସୁବିଧା ଉପଲବ୍ଧ ହେବ ।

ରେଳ ଷ୍ଟେସନ ନବୀକରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ରେଳମନ୍ତ୍ରୀ ଚାଲିଚାଲି ରେଳ ଅଧିକାରୀଙ୍କ ସହ ସମ୍ପୁର୍ଣ୍ଣ ଭାବରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଭୁବନେଶ୍ଵର ରେଳ ଷ୍ଟେସନରେ ବ୍ଲୁ ପ୍ରିଣ୍ଟ୍‌ ଦେଖିଛନ୍ତି । ଏହାସହ କାର୍ଯ୍ୟ କିଭଳି ଭାବରେ କରାଯାଉଛି କେତେ ଶୀଘ୍ର କାର୍ଯ୍ୟ ଶେଷ ହେବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି । ଏହାରି ମଧ୍ୟରେ ଏହି ପ୍ରକଳ୍ପକୁ ଆଗକୁ ନେଉଥିବା ଶ୍ରମିକମାନେଙ୍କ ସହ ସହିତ ଆଲୋଚନା କରିଛନ୍ତି । କିଭଳି ଠିକ୍‌ ଭାବରେ ଏବଂ ସୁରକ୍ଷିତ ଭାବରେ କାର୍ଯ୍ୟ କରିବେ ସେନେଇ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଓଡ଼ିଶାବାସୀଙ୍କ ବହୁ ପ୍ରତୀକ୍ଷିିତ ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଆଗେଇ ଚାଲିଛି । ଏଥିପାଇଁ ରେଳଯାତ୍ରୀ ଏବେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷାରେ ଭିଜିବାକୁ ପଡ଼ୁଛି । ଆଶ୍ରୟ ନେବାକୁ ବି ଜାଗା ମିଳୁ ନାହିଁ । ଏଭଳି ସମସ୍ୟା ନଜରକୁ ଆସିବା ପରେ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବେଶ ପଥର ପ୍ରଥମ ବିଲଡିଂ ନିର୍ମାଣ କରାଯାଉଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ୪ ମହଲା ବିଶିଷ୍ଟ ଏହି ବିଲଡିଂ କାମ ଶେଷକରି ଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ୩୮୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନ କାମ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି । ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସୁବିଧା ଉପଲବ୍ଧ ହେବ ।

ଏହା ପଧ୍ୟ ପଢନ୍ତୁ... Odisha Assembly; ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ

ନୂଆ ଷ୍ଟେସନରେ କଣ ରହିବ: ରେଳ ଷ୍ଟେସନ୍‌ର ଦୁଇପାର୍ଶ୍ବ, ଯଥା ମାଷ୍ଟରକ୍ୟାଣ୍ଟିନ ଓ କଟକ ରୋଡ ପାର୍ଶ୍ବରେ ଥିବା ପ୍ରବେଶପଥକୁ ବିକାଶ କରାଯିବ । ଉଭୟ ପାର୍ଶ୍ବରେ ଷ୍ଟେସନ ଭିତରକୁ ପ୍ରବେଶ ଲାଗି ଦୁଇଟି ବାଟ ରହିବ ଓ ବାହାରକୁ ଆସିବା ଲାଗି ଯାତ୍ରୀଙ୍କ ପାଇଁ ଗୋଟିଏ ବାଟ ରହିବ । ଷ୍ଟେସନ୍‌ରେ ଦୈନିକ ଯେପରି ୧ ଲକ୍ଷ ୪୩ ହଜାର ୪୫ଜଣ ରେଳଯାତ୍ରୀ ଚଳପ୍ରଚଳ କରିପାରିବେ, ସେନେଇ ସୁବିଧା ଉପଲବ୍ଧ ରହିବ । ଏଥିସହ ପ୍ରତିଦିନ ଷ୍ଟେସନ୍‌ରୁ ୭୭ ହଜାର ୫୮୧ ଯାତ୍ରୀଙ୍କ ଯିବା ଲାଗି ବ୍ୟବସ୍ଥା ହେବ ।

ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ୍‌ ଓଭରବ୍ରିଜ୍‌ଗୁଡ଼ିକର ଓସାର ଅଧିକ କରାଯିବ ଯହା ଫଳରେ ଯାତ୍ରୀମାନେ ସୁରୁଖୁରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ । ମୁଖ୍ୟ ପ୍ରବେଶପଥ ବିଲଡିଂ ୧୧ ମହଲା ବିଶିଷ୍ଟ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୪ ମହଲା କାମ ମାର୍ଚ୍ଚ ସୁଦ୍ଧା ଶେଷ କରି ଯାତ୍ରୀଙ୍କ ଅସୁବିଧା ଦୂର କରିବା ଦିଗରେ ପଦକ୍ଷେପ ନିଆଯାଉଛି । ବିମାନବନ୍ଦର ପରି ଅପେକ୍ଷା ସ୍ଥଳରେ ସିଟ୍‌ ଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଛଡ଼ାଯିବ । ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି ଲାଗି ଷ୍ଟଲ୍‌ ମଧ୍ୟ ଖୋଲାଯିବ । ଯିବା ଆସିବା ଲାଗି ୪ଟି ଏକ୍ସାଲେଟର ରହିବ ଏବଂ ସେଠାରେ ପ୍ରାକୃତିକ ଆଲୋକ ପଡ଼ିବାର ସୁବିଧା ଉପଲବ୍ଧ ହେବ ।

ପ୍ରବେଶ ପଥରୁ ପ୍ଲାଟଫର୍ମକୁ ଯିବା ଲାଗି ଯୋଗଯୋଗର ରାସ୍ତା ସୁଗମ ହେବ । ଭିଡ଼ ସମୟରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ମଧ୍ୟ ପ୍ରାଥମିକତା ଦିଆଯିବ । ଯାତ୍ରୀଙ୍କୁ ସୂଚନା ଦେବା ଲାଗି ବିମାନବନ୍ଦର ପରି ଡିସ୍‌ ପ୍ଲେ' ବୋର୍ଡ ଲାଗିବ । ଦିବ୍ୟାଙ୍ଗଙ୍କ ପାଇଁ ଯିବା ଆସିବା ଲାଗି ସୁବିଧା କରାଯିବ । ଷ୍ଟେସନ ଭିତରେ ରେଲୱେ ଅଫିସ୍‌, ପ୍ଲାଟଫର୍ମ, ଫୁଟ୍‌ ଓଭରବ୍ରିଜ୍‌, ରେଲୱେ ୟାର୍ଡ, ଆରପିଏଫ୍‌ ବାରାକ୍‌, ରେଲୱେ କ୍ବାଟର୍ସ, ଗେଷ୍ଟ ହାଉସ୍‌, ପ୍ରଶାସନିକ କାର୍ଯ୍ୟାଳୟ, ପାର୍ସଲ ଅଫିସ୍‌ ଆଦି ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.