ଓଡିଶା

odisha

ଉଦଘାଟିତ ହେଲା ମିନି ପଲ୍ଲୀଶ୍ରୀ ମେଳା, ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ବ୍ୟକ୍ତି

By

Published : Jan 23, 2023, 5:32 PM IST

Updated : Jan 23, 2023, 5:58 PM IST

ବିଶ୍ଵକପ୍ ହକି ପରିପ୍ରେକ୍ଷୀରେ କେନ୍ଦୁଝରରେ ଆୟୋଜିତ ହୋଇଛି ମିନି ପଲ୍ଲିଶ୍ରୀ ମେଳା । ୫ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମେଳା ଓ ସାଂସ୍କୃତିକ ମହୋତ୍ସବ ଦର୍ଶକଙ୍କୁ କରିବ ଆକର୍ଷିତ । ଅଧିକ ପଢ଼ନ୍ତୁ

ଉଦ୍‌ଘାଟିତ ହେଲା ମିନି ପଲ୍ଲୀଶ୍ରୀ ମେଳା
ଉଦ୍‌ଘାଟିତ ହେଲା ମିନି ପଲ୍ଲୀଶ୍ରୀ ମେଳା

ଉଦ୍‌ଘାଟିତ ହେଲା ମିନି ପଲ୍ଲୀଶ୍ରୀ ମେଳା

କେନ୍ଦୁଝର: କେନ୍ଦୁଝର କାଳୀପଡ଼ିଆଠାରେ ମିନି ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶାରେ ଏଫ୍.ଆଇ.ଏଚ୍ ପୁରୁଷ ହକି ବିଶ୍ଵକପ୍ ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ଏହି ମେଳାର ଆୟୋଜନ କରାଯାଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ କାଳୀ ପଡ଼ିଆ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଲୋକ ଯୋଗ ଦେଇଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଓଡ଼ିଶାରେ ବିଶ୍ଵକପ୍ ହକି ଆୟୋଜନ କରାଯାଇଥିବାରୁ ଏହା ସମଗ୍ର ବିଶ୍ବରେ ଓଡ଼ିଶାର ସୁନାମକୁ ବୃଦ୍ଧି କରିଛି ବୋଲି ପ୍ରକାଶ କରିଥିଲେ । ଏବେ ଓଡ଼ିଶା ଅନ୍ତର୍ଜାତୀୟସ୍ତରରେ ମଧ୍ୟ ନିଜ ମୂଳଦୁଆ ମଜଭୁତ କରିଛି । ଉଦ୍‌ଘାଟନୀ ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ଏହି ପଲ୍ଲିଶ୍ରୀ ମେଳାରେ ୫୦ଟି ଷ୍ଟଲ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀମାନଙ୍କ ଦ୍ବାରା ଏଠାରେ ପ୍ରତିଷ୍ଠା କରାଯାଇଛି ବୋଲି ପ୍ରକାଶ କରିଥିଲେ । ସ୍ଵୟଂ ସହାୟକ ମହିଳାଙ୍କ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ଏହି ପଲ୍ଲିଶ୍ରୀ ମେଳା ମୁଖ୍ୟ ଉଦେଶ୍ୟ ବୋଲି ମତ ପ୍ରକାଶ କରିଛନ୍ତି ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶକ ସଞ୍ଜୀବ ବାରିକଙ୍କ ସଂଯୋଜନାରେ ଏହି ଉଦ୍‌ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ନିଜ ବକ୍ତବ୍ୟରେ ୫ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମେଳା ଓ ସାଂସ୍କୃତିକ ମହୋତ୍ସବ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମଶ୍ରୀ ଦୈତାରୀ ନାଏକ , ବିଶିଷ୍ଠ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣ କୁଅଁର ଏବଂ ଜଣାଶୁଣା କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କର ପିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଦର୍ଶକ ହକି ମ୍ୟାଚ୍‌ର ମଜା ନେବା ସହ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାଏକ ଏବଂ ଓରମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସପନ ଗୋସ୍ବାମୀ ପରିଚାଳନା କରିଥିଲେ । ଏହାସହ ଲୋକେ ନିଜନିଜ ପରିବାର ପାଇଁ ବିଭିନ୍ନ ପ୍ରକାରର ସୌଖୀନ ଓ ଘରକରଣା ଦ୍ରବ୍ୟଗୁଡ଼ିକର କିଣାବିକାର ସୁଯୋଗ ନେଇଥିଲେ । ହସ୍ତତନ୍ତ ସାଙ୍ଗକୁ କୁଟୀର ଶିଳ୍ପରେ ଉତ୍ପାଦିତ ଦ୍ରବ୍ୟଗୁଡିକ ସୁଲଭ ମୁଲ୍ୟରେ କିଣିବାର ସୁଯୋଗ ନେଇଥିଲେ ଲୋକେ ।

ବ୍ୟୁରୋ ରିପୋର୍ଟ,କେନ୍ଦୁଝର

Last Updated :Jan 23, 2023, 5:58 PM IST

ABOUT THE AUTHOR

...view details